ବାରାଣାସୀ ଗଙ୍ଗା ଘାଟରେ ଜମିଛି ମାଟିର ବଳୟ, ପିତୃ ପୁରୁଷ ଶ୍ରାଦ୍ଧ ନେଇ ବଢିଲା ଚିନ୍ତା
ଉତ୍ତରପ୍ରଦେଶ ବାରାଣାସୀରେ ପ୍ରବଳ ବର୍ଷା ଯୋଗୁଁ ଗଙ୍ଗା ଘାଟରେ ବର୍ଷା ପାଣି ଜମିରହିଥିଲା । ବର୍ତ୍ତମାନ ଧିରେ ଧିରେ ପାଣି ଶୁଖିବା ପରେ ମାଟିର ଗଦାରେ ଘାଟ ଭରି ରହିିଛି । ଆଗକୁ ଘାଟରେ ପିତୃ ପୁରୁଷ ଶ୍ରାଦ୍ଧ ନେଇ ଶ୍ରଦ୍ଧାଳୁଙ୍କ ଭିଡ ରହିବ।
ବାରାଣାସୀ : ବାରାଣାସୀରେ ପ୍ରବଳ ବର୍ଷା ପରେ ଗଙ୍ଗା ଘାଟରେ ପାଣି ଜମି ରହିଥିଲା । ବର୍ତ୍ତମାନ ଧିରେ ଧିରେ ପାଣି ଶୁଖିବା ଆରମ୍ଭ କରିବା ପରେ ଘାଟରେ ମାଟି ପରସ୍ତ ପରସ୍ତ ହୋଇ ଜମି ରହିଛି ।ଆଗକୁ ଆସୁଛି ପିତୃପୁରୁଷ ଶ୍ରାଦ୍ଧର ମାସ । ଗଙ୍ଗା କୂଳରେ ଜମିବ ପର୍ଯ୍ୟଟକଙ୍କ ବିଡ । ଏହି ମାଟି ବର୍ତ୍ତମାନ ପୁରୋହିତ ଓ ପର୍ଯ୍ୟଟକଙ୍କ ଲାଗି ସମସ୍ୟା ପାଲଟିଛି। ବାରଣାସୀର 84ଟି ଘାଟରେ ଏହି ମାଟି ଏବେ ମୁଖ୍ୟ ସମସ୍ୟା। ଘାଟ ଉପରେ ନିର୍ଭର କରି ପେଟ ପୋଷୁଥିବା ଲୋକ ବି ମାଟି ଯୋଗୁ ହନ୍ତସନ୍ତ ହେଉଛନ୍ତି। ପ୍ରତିଟି ଘାଟରେ ପ୍ରାୟ 5 ଫୁଟ ବହଳର ମାଟି ମାଡି ରହିଛି ।


ବର୍ଷା ପାଣି ଜମି ରହିଥିବା ଯୋଗୁଁ କିଛି ଦିନ ପାଇଁ ଘାଟକୁ ଯିବାକୁ ପର୍ଯ୍ୟଟକଙ୍କୁ ଅନୁମତି ମିଳୁନଥିଲା । ବର୍ତ୍ତମାନ ଅନୁମତି ତ ମିଳିଛି , କିନ୍ତୁ ଘାଟର ମଜା ନେଇ ପାରୁ ନାହାନ୍ତି ପର୍ଯ୍ୟଟକ । ସକାଳ ସଂଧ୍ୟାର ଆଳତୀରେ ବି ଦେଖାଦେଇଛି ସମସ୍ୟା ।
ମାଟି ଜମିବା ଯୋଗୁଁ ଲୋକେ ଘାଟ ପର୍ଯ୍ୟନ୍ତ ବୁଲିବା ପାଇଁ ଆସୁଥିଲେ ମଧ୍ୟ ଡଙ୍ଗା ଆଦିରେ ବସି ଗଙ୍ଗା ବୁଲିବା ସମ୍ଭବପର ହେଉନାହିଁ । କେହି ଘାଟ ତଳକୁ ଓହ୍ଲାଉ ନଥିବା ବେଳେ ଡଙ୍ଗା ଚାଳକଙ୍କ ପେଟକୁ ଲାତ ସଦୃଶ ସ୍ଥିତି ହୋଇଛି । ଆଗକୁ କିପରି ପିତୃପକ୍ଷରେ ଲୋକେ ଅସ୍ତି ବିସର୍ଜନ ଲାଗି ଡଙ୍ଗାରେ ସଙ୍ଗମକୁ ଯିବେ, ସେନେଇ ଚିନ୍ତା ବଢିବାରେ ଲାଗିଛି। କିଭଳି ଏହି ମାଟି ଶୁଖିବ , କେବେ ଘାଟର ଅବସ୍ଥା ସୁଧୁରିବ ତାହାକୁ ଅପେକ୍ଷା ରହିଛି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications