ସିକ୍କିମରେ ପ୍ରଳୟଙ୍କାରୀ ବନ୍ୟା ଓ ଭୂସ୍ଖଳନ, ଫସି ରହିଛନ୍ତି ୨ ହଜାରରୁ ଅଧିକ ପର୍ଯ୍ୟଟକ
Sikkim Flood Landslide: ଉତ୍ତର ସିକ୍କିମରେ ବନ୍ୟା ତାଣ୍ତବ । ଲଗାତାର ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବନ୍ୟା ପରିସ୍ଥିତିରେ ରାସ୍ତା ଧସିବା ସହ ପୋଲ ଭୁଶୁଡିବା କାରଣରୁ ଲୋକଙ୍କ ଯାତାୟତରେ ବାଧାପ୍ରାପ୍ତ ହୋଇଛି । ପ୍ରବଳ ବର୍ଷା ପାଇଁ ହଜାର ହଜାର ପର୍ଯ୍ୟଟକ ଫସି ରହିଛନ୍ତି । ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ଭାରତୀୟ ସେନା ପହଁଞ୍ଚିଥିବା ନେଇ ସୂଚନା ରହିଛି ।
ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେଉଛି । ତିନି ଦିନ ଧରି ଲଗାତାର ବର୍ଷା ଯୋଗୁଁ ଲୋକମାନଙ୍କୁ ବହୁତ ଅସୁବିଧାରେ ସମ୍ମୁଖୀନ ହେବା ପାଇଁ ପଡୁଛି । ବନ୍ୟା ଓ ଅନେକ ଭୂସ୍ଖଳନ ଯୋଗୁଁ ଭୟଙ୍କର ପିରିସ୍ଥିତି ସୃଷ୍ଟି ହେବା ସହ ଫସି ରହିଛନ୍ତି ଶହ ଶହ ଲୋକ । ଶନିବାର ଦିନ ଉତ୍ତର ସିକ୍କିମରୁ ଗାଙ୍ଗଟକକୁ 2100ରୁ ଅଧିକ ପର୍ଯ୍ୟଟକଙ୍କୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ, 36 ବିଦେଶୀ ପର୍ଯ୍ୟଟକଙ୍କ ସମେତ 300 ଭାରତୀୟ ଯାତ୍ରୀ ଏବେ ମଧ୍ୟ ଫସି ରହିଛନ୍ତି । ଲାଚେନ୍ ଏବଂ ଲାଚଙ୍ଗରେ 238 ଟ୍ୟାକ୍ସି ଫସି ରହିଛି । ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାୟ ୨୩ଟି ଏବଂ ୨୦୮ଟି ବସ ଏବଂ ୨୦୮ଟି ଛୋଟ ଗାଡିର ବ୍ୟବସ୍ଥା କରାଯାଇଛି ।
ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଦୁଇଟି ଅସ୍ଥାୟୀ ବ୍ରିଜର ନିର୍ମାଣ କରାଯିବା ପରେ ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ଶନିବାର ସକାଳ 11ଟାରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ତେବେ ଫସି ରହିଥିବା ପର୍ଯ୍ୟଟକଙ୍କ ବିଷୟରେ ଯେକୌଣସି ସୂଚନା ପାଇଁ ଉତ୍ତର ସିକ୍କିମ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇଟି ହେଲ୍ପଲାଇନ ନମ୍ବର ଜାରି କରିଛି । ଆପଣ 8509822997 ଏବଂ 8116464265 କଲ୍ କରି ସମସ୍ତ ସୂଚନା ପାଇପାରିବେ ।












Click it and Unblock the Notifications