Get Updates
Get notified of breaking news, exclusive insights, and must-see stories!

Sikkim Flood: ସିକ୍କିମରେ ପ୍ରଳଙ୍କରୀ ବନ୍ୟା: ୧୯ ଜଣଙ୍କ ମୃତ୍ୟୁ, ୧୦୩ ଜଣ ନିଖୋଜ

Sikkim Flash Flood: ସିକ୍କିମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ତିସ୍ତା ନଦୀରେ ହଠାତ୍ ଆସିଲା ବନ୍ୟା ଏବଂ ନେଲା ୧୯ ଜଣଙ୍କ ଜୀବନ । ଏବେ ବି ୧୦୩ ଜଣ ଅଛନ୍ତି ନିଖୋଜ । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ୱାରା ଏହି ସୂଚନା ଦିଆଯାଇଛି। ସେନା ଏବଂ ଏନଡିଆରଏଫ ଟିମ୍ ନିଜ ଜୀଜବନକୁ ବିପଦରେ ପକାଇ ବନ୍ୟା ପାଣିରେ ପଶି ନିଖୋଜ ଲୋକଙ୍କୁ ଖୋଜିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ତିସ୍ତା ନଦୀରେ ହଠାତ୍ ମାଡ଼଼ି ଆସିଥିଲା ବନ୍ୟା ଜଳ । କେହି କିଛି ବୁଝିବା ପୂର୍ବରୁ ୨୩ ଜଣ ଭାରତୀୟଙ୍କ ଯବାନଙ୍କ ସମେତ ବହୁ ସଂଖ୍ୟାରେ ସେନା ଗାଡ଼ିକୁ ଭସାଇ ନେଇଥିଲା । ବଡ଼ ବଡ଼ ଗାଡ଼ି ଗୁଡିକ ମାଟି କାଦୁରେ ପୋତି ହୋଇ ରହିଛି । ଜେସିବି ମେସିନରେ ଚାଲିଛି ଉଦ୍ଧାରକାର୍ଯ୍ୟ । ସେପଟେ ସିକ୍କିମରେ ରେସ୍କ୍ୟୁ ଅପରେସନର ମୋର୍ଚ୍ଚା ସମ୍ଭାଳିଛି ସ୍ଥଳସେନା ଏବଂ ବାୟୁସେନା । ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ମେଡିକାଲ୍ କ୍ୟାମ୍ପ ଏବଂ ଫୋନବୁଥ୍ ଖୋଲାଯାଇଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Sikkim Flash Flood

ଏକ ସରକାରୀ ବିବୃତ୍ତିରେ ପଶ୍ଚିମବଙ୍ଗ ସରକାର କହିଛନ୍ତି ଯେ, ୧୮ ଟି ମୃତଦେହ ମଧ୍ୟରୁ ୪ ଜଣ ଯବାନଙ୍କ ମୃତ ଦେବ ଚିହ୍ନଟ କରାଯାଇଛି । ଆହତ ହୋଇଥିବା ୨୬ଜଣ ବ୍ୟକ୍ତି ସିକ୍କିମର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ସିକ୍କିମ୍ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏ ଏପର୍ଯ୍ୟନ୍ତ ୨,୦୧୧ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ୨୨,୦୩୪ ଲୋକ ଏହି ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ସେନାର ୨୭ତମ ମାଉଣ୍ଟେନ୍ ଡିଭିଜନର ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ଉତ୍ତର ସିକ୍କିମର ଲାଚେନ, ଲାଚଙ୍ଗ ଏବଂ ଏହାର ଆଖପାଖ ଅଞ୍ଚଳରେ ପର୍ଯ୍ୟଟକମାନେ ସୁରକ୍ଷିତ ଅଛନ୍ତି ।

ବିଦେଶୀ ସମେତ ୩ ହଜାରରୁ ଅଧିକ ପର୍ଯ୍ୟଟକ ସିକ୍କିମର ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ମଙ୍ଗନ, ଗ୍ୟାଙ୍ଗଟକ, ପାକଯୋଙ୍ଗ, ନାମଚୀ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ନେଇ ସୂଚନା ରହିଛି । ୧୪ଟି ସେତୁ ଭୁଶୁଡି ଯାଇ ରାସ୍ତା ଧୋଇହୋଇଯାଇଛି । ରାଜ୍ୟ ସରକାର ହାଇଆଲର୍ଟରେ ଥିବା ବେଳେ ରେସ୍କ୍ୟୁ ଅପରେସନ ଜୋରଦାର କରିଛି ଏନଡିଆରଏଫ୍ ଏବଂ ସେନା ।

ସୂଚନାଥାଉ ଯେ, ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ ସରୋଜଙ୍କ ପାର୍ଥିବ ଶରୀର । ସିକ୍କିମ ବନ୍ୟାରେ ସହିଦ ହୋଇଛନ୍ତି ଓଡ଼ିଆ ପୁଅ ସରୋଜ କୁମାର ଦାସ । ସରୋଜଙ୍କ ପାର୍ଥିବ ଶରୀର ସିକିମରୁ ପ୍ରଥମେ ସିଧା ଭୁବନେଶ୍ୱର ଅଣାଯିବ । ତା'ପରେ ତାଙ୍କ ଜନ୍ମଭୂମି କାମାକ୍ଷାନଗରର କେନ୍ଦୁଢିପକୁ ଅଣାଯିବ । ସେଠାରୁ ସହିଦଙ୍କ ପାର୍ଥିବ ଶରୀରକୁ ବିରାଟ ଶୋଭାଯାତ୍ରରେ ନିଜ ଗାଁକୁ ନିଆଯିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+