Get Updates
Get notified of breaking news, exclusive insights, and must-see stories!

Sikkim Election Results: ସିକ୍କିମରୁ ହାରିଲେ ପୂର୍ବତନ ଭାରତୀୟ ଫୁଟ୍‌ବଲ୍‌ କ୍ୟାପଟେନ୍‌ ବାଇଚୁଙ୍ଗ ଭୁତିଆ

ହାରିଲେ ପୂର୍ବତନ ଭାରତୀୟ ଫୁଟ୍‌ବଲ୍‌ କ୍ୟାପଟେନ୍‌ ବାଇଚୁଙ୍ଗ ଭୁତିଆ। ଚଳିତ ସିକ୍କିମ ବିଧାନସଭା ନିର୍ବାଚରେ ସେ ପରାସ୍ତ ହୋଇଛନ୍ତି । ଭୁତିଆଙ୍କୁ ୪୩୪୬ ଭୋଟ୍‌ରେ ହରାଇଛନ୍ତି ଏସ୍‌କେଏମ୍‌ର ରିକ୍‌ଶଲ୍‌ ଧୋରଜୀ ।

ଚଳିତ ବର୍ଷ ବାଇଚୁଙ୍ଗ ଭୁତିଆ ସିକ୍କିମ୍‌ର ବାରଫୁଙ୍ଗ ଆସନରୁ ନିର୍ବାଚନ ଲଢ଼ିଥିଲେ। ଗତ ବର୍ଷ ଭୁତିଆ ତାଙ୍କ ପାର୍ଟିକୁ SDFରେ ମିଶ୍ରଣ କରିଥିଲେ। ଏହାପରେ ତାଙ୍କୁ ଏସ୍‌ଡିଏଫ୍‌ର ଉପାଧ୍ୟକ୍ଷ କରାଯାଇଥିଲା। ଏହାପରେ ତାଙ୍କୁ ବିଧାନସଭା ଟିକେଟ୍‌ ମିଳିଥିଲା।

ଶାସକ ସିକ୍କିମ କ୍ରାନ୍ତିକାରୀ ମୋର୍ଚା (SKM) ୩୨ ସିଟ୍ ବିଶିଷ୍ଟ ସିକ୍କିମ୍ ବିଧାନସଭାରେ କ୍ଲିନ୍‌ ସ୍ୱିପ୍‌ କରିବା ଦିଗରେ ଗତି କରୁଛି । ଏଠାର ୩୨ଟି ଆସନରୁ ୩୧ଟି ଆସନରେ ଦଳ ଆଗୁଆ ରହିଛି। ସେପଟେ ବିରୋଧୀ ଏସ୍‌ଡିଏଫ୍‌ କେବଳ ଗୋଟିଏ ସିଟ୍‌ରେ ଆଗୁଆ ଅଛି।ତେବେ ଅରୁଣାଚଳ ପ୍ରଦେଶରେ ମୋଟ ୬୦ ସିଟ୍ ମଧ୍ୟରୁ ୧୦ଟି ଆସନରେ ବିଜେପି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସେହିପରି ୧୩ଟି ଆସନରେ ବିଜେପି ଆଗୁଆ ରହିଛି।

ସେହିଭଳି ସିକ୍କିମରେ ୩୨ଟି ବିଧାନସଭା ଆସନ ଲାଗି ଭୋଟ୍ ଗଣତି ଜାରି ରହିଛି। ସିକ୍କିମରେ ଶାସକ SKM ୨୪, SDF ୧ ଓ ବିଜେପି ୧ ଆସନରେ ଆଗୁଆ ଅଛି। SKM ଲଗାତର ଦ୍ୱିତୀୟ ଥର ପାଇଁ ବିଜୟୀ ଆଡକୁ ଗତି କରୁଛି। ସେପଟେ କଂଗ୍ରେସ ଏଯାଏ ଖାତା ଖୋଲି ପାରି ନାହିଁ।

Bhaichung Bhutia

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇନଥିବା ବ୍ୟକ୍ତିଙ୍କ ମଧ୍ୟରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ମଧ୍ୟ ଅଛନ୍ତି। ବିଧାୟକ ଭାବରେ ସେ ବିନା କୌଣସି ମୁକାବିଲାରେ ଚାରିଟି ମଧ୍ୟରୁ ତିନି ଥର ତୱାଙ୍ଗ ଜିଲ୍ଲାର ମୁକ୍ତୋରୁ ଜିତିଛନ୍ତି ।

ସେହିପରି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଚୌଖମରୁ ଉପମୁଖ୍ୟମନ୍ତ୍ରୀ ଚାଉନା ମିନ୍‌, ଇଟାନାଗରରୁ ତେଚି କାସୋ, ତାଲିହାରୁ ନୟାଟୋ ଡୁକମ୍ ଏବଂ ରୋଇଙ୍ଗରୁ ମୁଚୁ ମିଠି ମଧ୍ୟ ଅଛନ୍ତି ।

ମୁକ୍ତୋ ଆସନରୁ ସିଏମ୍ ପେମା ଖଣ୍ଡୁ, ବୋମଡିଲାରୁ ଡୋଙ୍ଗ୍ରୁ ସେଙ୍ଗଜୁ, ଇଟାନଗରରୁ ତେଜି କାସୋ, ସାଗାଲିରୁ ରାତୁ ତେଚି, ଜିରୋ ହାପୋଲି ଆସନରୁ ହେଜ୍ ଆପା, ତାଲି ଆସନରୁ ଜିକେ ତାକୋ, ତାଲିହା ସିଟରୁ ନ୍ୟାତୋ ଦୁକମ୍, ରୋଇଙ୍ଗ ସିଟରୁ ମୁତଚୁ ମିଥୀ, ହାୟୁଲିଆଙ୍ଗ ଆସନରୁ ସାଙ୍ଗଲୁ ପୁଲ୍ ଏବଂ ଚାଉଖାମ୍ ଆସନରୁ ଚୋନା ମିନ୍ ନିର୍ବିରୋଧ ବିଜୟୀ ହୋଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+