୫୮ ବର୍ଷରେ ଶିଶୁ ପୁତ୍ରକୁ ଜନ୍ମ ଦେଲେ ସିଦ୍ଧୁ ମୁସେୱାଲାଙ୍କ ମା' ଚରଣ କୌର
ଚଣ୍ଡିଗଡ଼: ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ଘରେ ପୁଣି ଖୁସିର ମାହୋଲ । ତାଙ୍କ ମା' ଚରଣ କୌର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ନିଜେ ମୁସେୱାଲାଙ୍କ ବାପା ବଲକୌର ସିଂ ସୋସିଆଲ ମିଡିଆରେ ଏହି ସୂଚନା ଦେବା ସହ ଶିଶୁପୁତ୍ର ସହ ଫଟୋକୁ ସେୟାର କରିଛନ୍ତି । ସିଦ୍ଧୁ ମୁସୱାଲାଙ୍କ ପିତା ବଲକୌର ସିଂ ତାଙ୍କ ଛୋଟ ପୁଅରଫଟୋ ଶେୟାର କରିବାବେଳେ ଲେଖିଛନ୍ତି, 'ଶୁଭଦୀପଙ୍କୁ ଭଲ ପାଉଥିବା ଲକ୍ଷ ଲକ୍ଷ ପ୍ରାଣର ଆଶୀର୍ବାଦରେ ଅନନ୍ତ ଭଗବାନ ଶୁଭଙ୍କ ସାନଭାଇଙ୍କୁ ଆମ କୋଳରେ ଦେଇଛନ୍ତି ।

ଈଶ୍ୱରଙ୍କ ଆଶୀର୍ବାଦ ସହିତ ପରିବାର ସୁସ୍ଥ ଅଛନ୍ତି ଏବଂ ସମସ୍ତ ଶୁଭେଚ୍ଛୁମାନଙ୍କ ଅପାର ପ୍ରେମ ପାଇଁ ମୁଁ କୃତଜ୍ଞ । ସୂଚନାଯୋଗ୍ୟ, ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ୨୦୨୨ ରେ ଗୁଳି କରି ହତ୍ୟା କରାଯାଇଥିଲା । ସିଦ୍ଧୁ ମୁସେୱାଲା ତାଙ୍କ ମାତାପିତାଙ୍କର ଏକମାତ୍ର ସନ୍ତାନ ଥିଲେ । ଏଭଳି ପରିସ୍ଥିତିରେ ତାଙ୍କ ମାତାପିତା ପରିବାରର ଉତ୍ତରାଧିକାରୀଙ୍କ ପାଇଁ ଆଇଭିଏଫ କୌଶଳ ମାଧ୍ୟମରେ ଗର୍ଭଧାରଣ କରିବାକୁ ନିଷ୍ପତ୍ତି ନେଇଥିଲେ । ସିଦ୍ଧୁଙ୍କ ଭାଇଙ୍କ ଜନ୍ମ ଖବର ଆସିବା ମାତ୍ରେ ମୁସେୱାଲାଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଗଲା ।












Click it and Unblock the Notifications