ଆସନ୍ତା ୨୦ରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଧରମୈୟା: ଦେଖନ୍ତୁ, କିଏ କିଏ ହେବ ସାମିଲ ?

ନୂଆଦିଲ୍ଲୀ: ଆସନ୍ତା ୨୦ରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଧରମୈୟା । ଏହି ଶପଥ ଗ୍ରହଣ ସମାରୋହ ପାଇଁ ଅନେକ ରାଜ୍ୟର ସିଏମ୍ ମାନଙ୍କୁ ନିମନ୍ତ୍ରଣ ପଠାଯାଇଛି ।

କର୍ଣ୍ଣାଟକ କଂଗ୍ରେସ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ମେ 20 ରେ ବେଙ୍ଗାଲୁରୁରେ ଅପରାହ୍ନ 12.30 ରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରଣ କରାଯାଇଛି । ଏହା ସହିତ କର୍ଣ୍ଣାଟକ କଂଗ୍ରେସ ଛତିଶଗଡ ସିଏମ ଭୁପେଶ ବାଗେଲ, ରାଜସ୍ଥାନ ସିଏମ ଅଶୋକ ଗେହଲୋଟ, ହିମାଚଳ ପ୍ରଦେଶ ସୁଖବିନ୍ଦର ସିଂ, ଝାଡଖଣ୍ଡର ସିଏମ ହେମନ୍ତ ସୋରେନ, ତାମିଲନାଡୁ ସିଏମ ଏମ.କେ ଷ୍ଟାଲିନ, ତେଲେଙ୍ଗାନା ସିଏମ କେ ଚନ୍ଦ୍ରଶେଖର ରାଓ, ପଶ୍ଚିମବଙ୍ଗ ସିଏମ ମମତା ବାନାର୍ଜୀ ସ୍ୱାକ୍ଷର କରିଛନ୍ତି। ଯାଦବ, ଏନସିପି ମୁଖ୍ୟ ଶରଦ ପାୱାର, ମହାରାଷ୍ଟ୍ରର ପୂର୍ବତନ ସିଏମ ଉଦ୍ଧବ ଠାକରେ, ବିହାର ସିଏମ ନୀତୀଶ କୁମାର, ଡେପୁଟି ସିଏମ ତେଜସ୍ୱୀ ଯାଦବ, ଏନସି ମୁଖ୍ୟ ଫାରୁକ ଅବଦୁଲ୍ଲା ଏବଂ ଓଡିଶା ସିଏମ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।

Siddaramaiah

ଉଲ୍ଲେଖେଥାଉ କି, କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଥିବା ଚର୍ଚ୍ଚାରେ ଯବନୀକା ପଡ଼ିଛି । 5 ଦିନ ଧରି ଦଳ ମଧ୍ୟରେ ମାନସ ମନ୍ଥନ ପରେ ସିଦ୍ଧରମୈୟାଙ୍କୁ ମିଳିଛି ମୁଖ୍ୟମନ୍ତ୍ରୀ ପଦବୀ । ସେହିପରି ରାଜ୍ୟ କଂଗ୍ରେସ ସଭାପତି ଡି.କେ ଶିବକୁମାରଙ୍କୁ କରାଯାଇଛି ଉପ ମୁଖ୍ୟମନ୍ତ୍ରୀ । ଏନେଇ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖାଡ଼ଗେ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛନ୍ତି ।

ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଦୁଇ ନେତା ସିଦ୍ଧରମୈୟା ଏବଂ ଡି.କେ ଶିବକୁମାରଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଗତକାଲି ଦୁଇ ନେତା ଦିଲ୍ଲୀରେ ଦଳର ରାଷ୍ଟୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ ଏବଂ ପୂର୍ତତନ ସାଂସଦ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଏକାଧିକ ପର୍ଯ୍ୟାୟ ଆଲୋଚନା କରିଥିଲେ । ପରେ ଶୀର୍ଷ ପଦବୀକୁ ନେଇ ହୋଇଥିଲା ନିଷ୍ପତ୍ତି ।

ତେବେ ଶିବକୁମାରଙ୍କ ସାଂସଦ ଭାଇ ମିଡିଆକୁ କହିଛନ୍ତି ଯେ, କର୍ଣ୍ଣାଟକ ଜନସାଧାରଣଙ୍କ ଏକ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତିକୁ ସ୍ବାଗତ କରାଯାଇଛି । ନିର୍ବାଚନ ସମୟରେ କର୍ଣ୍ଣାଟକ ଜନସାଧାରଣଙ୍କୁ ଯେଉଁ ପ୍ରତିଶୃତି ଦିଆଯାଇଛି ତାହାକୁ ପୁରଣ କରିବାକୁ ହେବ । ସେହି ଉଦ୍ଦେଶ୍ୟରେ ଭାଇ ଏହି ପ୍ରସ୍ତାବରେ ରାଜି ହୋଇଛନ୍ତି । ଏହା ବ୍ୟତିତ ଆଉ କିଛି ନାହିଁ ବୋଲି ସେ କହିଛନ୍ତି ।

କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ କହିଛନ୍ତି ଯେ, କଂଗ୍ରେସ ହେଉଛି ସବୁଠାରୁ ପୁରୁଣା ଦଳ । ଏଥିରେ କାହାର କେମିତି ଅସନ୍ତୋଷ ରହିବ । ହେଲେ ସମସ୍ତେ ଏକାଠି କାମ କରିବେ । ସେହି ଅନୁସାରେ କର୍ଣ୍ଣାଟକର ପରବର୍ତ୍ତି ମୁଖ୍ୟମନ୍ତ୍ରୀ ହେବେ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ହେବେ ଡି କେ ଶିବ କୁମାର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+