ଲୋକାୟୁକ୍ତ ତଦନ୍ତ ଉପରେ ଏଭଳି ପ୍ରତିକ୍ରିୟା ଦେଲେ ସିଦ୍ଦରମୈୟା, କହିଲେ...

ମହୀଶୂର ନଗର ଉନ୍ନୟନ ପ୍ରାଧିକରଣ(ମୁଦା) ଜମି ଦୁର୍ନୀତି ମାମଲାରେ ଫସିଥିବା କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ଲୋକାୟୁକ୍ତ କରିବେ। ଏନେଇ ଗତକାଲି କର୍ଣ୍ଣାଟକାର ଗୋଟିଏ ସ୍ୱତନ୍ତ୍ର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଙ୍ଗରେ ଶୁଣାଣି କରି ସ୍ୱତନ୍ତ୍ର କୋର୍ଟ ଲୋକାୟୁକ୍ତଙ୍କୁ ୩ ମାସ ଭିତରେ ରିପୋର୍ଟ ଦେବାକୁ କହିଛନ୍ତି। ଏଥିସହ ଅଧିକୃତ ଅଧିକାରୀଙ୍କୁ ମୁଦା ଦୁର୍ନୀତି ପ୍ରସଙ୍ଗରେ ଗୋଟିଏ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସ୍ୱତନ୍ତ୍ର ଅଦାଲତ ଲୋକାୟୁକ୍ତଙ୍କୁ ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ପରେ ମୁଖ୍ୟମନ୍ତ୍ରୀ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି । କୋର୍ଟଙ୍କ ଏହି ଆଦେଶ ପରେ ମୁଖ୍ୟମନ୍ତ୍ରୀଙ୍କ ଅଡ଼ୁଆ ବଢିପାରେ ଏବଂ ତାଙ୍କ ବିରୋଧରେ ଏଫଆଇଆର୍ ରୁଜୁ ହୋଇପାରେ । ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏହି ମାମଲାକୁ ବିଜେପିର ଷଡ଼ଯନ୍ତ୍ର କହିବା ସହ ମାମଲାରେ ଆଇନଗତ ଲଢେଇ ଲଢିବେ ବୋଲି କହିଛନ୍ତି । ସିଦ୍ଦରମୈୟାଙ୍କ ବିରୋଧରେ ସ୍ୱତନ୍ତ୍ର କୋର୍ଟଙ୍କ ଆଦେଶ ପରେ ଏଫଆଇଆର୍ ରୁଜୁ କରିବା ବାଟ ଫିଟିଛି । ଲୋକାୟୁକ୍ତର ଅଧିକାରୀ କହିଛନ୍ତି ଯେ କୋର୍ଟଙ୍କ ଆଦେଶର ସମୀକ୍ଷା କରୁଛନ୍ତି ଏବଂ ଶୀଘ୍ର ଏଫ୍‌ଆଇଆର୍ ରୁଜୁ କରିବା ଉପରେ ନିଷ୍ପତ୍ତି ନେବେ ।

siddaramaiah

ମୁଦା ମାମଲାରେ ସିଦ୍ଦରମୈୟାଙ୍କୁ ମଙ୍ଗଳବାର କର୍ଣ୍ଣାଟକା ହାଇକୋର୍ଟ ବି ଝଟକା ଦେଇଥିଲେ। ତାଙ୍କ ବିରୋଧରେ ଆସିଥିବା ହେରଫେର ଅଭିଯୋଗର ତଦନ୍ତ କରିବାକୁ ରାଜ୍ୟପାଳ ଦେଇଥିବା ମଞ୍ଜୁରୀକୁ ସିଦ୍ଦରମୈୟା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ଏହାକୁ କୋର୍ଟ ଅଗ୍ରାହ୍ୟ କରି ଦେଇଥିଲେ।

ଏକକ ବେଞ୍ଚ ବିଚାରପତି ଜଷ୍ଟିସ ଏମ ନାଗାପ୍ରସନ୍ନା କହିଥିଲେ ମୁଦା ଜମିର ପୂରା ପ୍ରକରଣରେ ସିଦ୍ଦରମୈୟା ନଥିଲେ ବୋଲି ଗ୍ରହଣ କରିବା ବେଶ କଷ୍ଟକର। ତାଙ୍କ ପରିବାର ମୁଦା ଜମି ଅଦଳବଦଳ ପ୍ରକ୍ରିୟାରେ ପ୍ରାୟ ୫୬ କୋଟି ଟଙ୍କାର ମୁନାଫା ପାଇଥିବା ଅଭିଯୋଗ ହୋଇଛି। ତେଣୁ ଏହାର ତଦନ୍ତ ଜରୁରୀ ବୋଲି ସେ କହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+