ସିଦ୍ଧରମେୟାଙ୍କ ଉପରେ ବଡ଼ ଅଭିଯୋଗ ଆଣିଲେ ଏଚ୍ଡି କୁମାରସ୍ୱାମୀ, କହିଲେ...
ବାଙ୍ଗଲୋର: ଜମି ଆବଣ୍ଟନରେ ହୋଇଥିବା ଦୁର୍ନୀତିକୁ ନେଇ ଅଡ଼ୁଆରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା। ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚ୍ଡି କୁମାରସ୍ୱାମୀ ଏହି ଦୁର୍ନୀତିରେ ସିଦ୍ଦରମେୟାଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତିର ପ୍ରମାଣ ଉପସ୍ଥାପନ କରିଛନ୍ତି। କୁମାରସ୍ୱାମୀ କହିଛନ୍ତି, ସିଦ୍ଦରମେୟାଙ୍କ ପତ୍ନୀ ପାର୍ବତୀ ମହିଶୂର ସହରର ସର୍ଭେ ନଂ ୪୫୪ରେ ଥିବା ନିଜର ୩.୧୬ ଏକର ଜମି ବଦଳରେ ମହିଶୂର ଅର୍ବାନ୍ ଡେଭଲପ୍ମେଣ୍ଟ ଅଥରିଟି(ମୁଦା)ର ୪୦:୬୦ ହାରରେ କ୍ଷତିପୂରଣକୁ ପ୍ରତ୍ୟାଖ୍ୟାନ କରିଥିଲେ। ବଦଳରେ ୫୦:୫୦ ହାରରେ କ୍ଷତିପୂରଣ ଦାବି କରିଥିଲେ।
ଏହି ଦାବି ପରେ ମୁଦା ନିୟମବହିର୍ଭୂତ ଭାବେ ପାର୍ବତୀଙ୍କ କହିବାନୁସାରେ ଜମି ଯୋଗାଇଦେବାକୁ ରାଜି ହୋଇଥିଲା। ଏହି ସମସ୍ତ ଘଟଣା ୨୦୧୪ରେ ହୋଇଥିଲା। ଏହି ସମୟରେ (୨୦୧୩-୧୮) ସିଦ୍ଦରମେୟା ମୁଖ୍ୟମନ୍ତ୍ରୀ ଥିଲେ।
ଏହି ଜମି ଦୁର୍ନୀତିରେ ତାଙ୍କର କିମ୍ବା ତାଙ୍କ ପରିବାରର କାହାରି ସମ୍ପୃକ୍ତି ନାହିଁ ବୋଲି ସିଦ୍ଦରମେୟାସଫେଇ ଦେଇଛନ୍ତି। କିନ୍ତୁ ତାଙ୍କ ପତ୍ନୀ ପାବର୍ତୀଙ୍କ ଦାବିକୁ ଗ୍ରହଣ କରି 'ମୁଦା' ୨୦୧୪ରେ ଯେଉଁ ନୋଟ୍ (ପ୍ରାକ୍ ଅନୁମତି ଆଲେଖ୍ୟ) ଲେଖିଛି, ସେନେଇ କ'ଣ କହିବେ ବୋଲି କୁମାରସ୍ୱାମୀ ପ୍ରଶ୍ନ ପଚାରିଛନ୍ତି।
ଅପରପକ୍ଷରେ ସିଦ୍ଦରମେୟା କହିଛନ୍ତି, ୧୦ ଅକ୍ଟୋବର ୨୦୨୧ରେ ତାଙ୍କ ପତ୍ନୀ ବିକଳ୍ପ ଜମି ପାଇଁ ଆବେଦନ କରିଥିଲେ। ପରେ 'ମୁଦା' କମିସନର ମହିଶୂରର ପ୍ରମୁଖ ସ୍ଥାନରେ ୩୮,୨୮୪ ବର୍ଗଫୁଟ ଜମି ପ୍ରଦାନ କରିଥିଲେ। ଏହି ସମୟରେ ଭାରତୀୟ ଜନତା ପାର୍ଟି ଶାସନରେ ଥିଲା।

ସୁଚନାନୁସାରେ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ। ଆରଟିଆଇ କର୍ମୀ ଟିଜେ ଆବ୍ରାହମ, ପ୍ରଦୀପ ଓ ସ୍ନେହମୟୀ କୃଷ୍ଣାଙ୍କ ଅଭିଯୋଗ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଭ୍ରଷ୍ଟାଚାର ମାମଲା ଚାଲିବ ଓ ତଦନ୍ତ ହେବ ବୋଲି ରାଜ୍ୟପାଳ ଅନୁମତି ଦେବା ପରେ କର୍ଣ୍ଣାଟକ ରାଜନୀତି ସରଗରମ ହୋଇଛି। ମହୀଶୁର ନଗର ଉନ୍ନୟନ ପ୍ରାଧିକରଣ ବା ମୁଡ଼ା ଭୂମି ଆବଣ୍ଟନରେ ମୁଖ୍ୟମନ୍ତ୍ରୀଙ୍କ ସଂପୃକ୍ତି ନେଇ ଆରୋପ ରହିଥିଲା।
ନିଜ ପତ୍ନୀ ପାର୍ବତୀ ସିଦ୍ଧରମେୟାଙ୍କୁ ଅନୁଚିତ ଫାଏଦା ଦେବାକୁ କୁଆଡ଼େ ସିଦ୍ଧରମେୟାଙ୍କ ହାତ ଥିଲା। ଦୁର୍ନୀତିର ତଦନ୍ତକୁ ଅନୁମତି ଦେବା ଆଗରୁ ଜୁଲାଇ ୨୬ରେ ମୁଖ୍ୟମନ୍ତ୍ରୀଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିଥିଲେ ରାଜ୍ୟପାଳ। ଆଉ ୭ ଦିନ ଭିତରେ ସ୍ପଷ୍ଟିକରଣ ଲୋଡ଼ିଥିଲେ। ମାମଲା କାହିଁକି ଚାଲିବନି କହି କାରଣଦର୍ଶାଅ ନୋଟିସ ଜବାବରେ ସରକାର କହିଥିଲେ ନୋଟିସ ଫେରାଇନିଅନ୍ତୁ। ନିଜ ପଦର ଦୁରୁପଯୋଗ ବନ୍ଦ କରନ୍ତୁ। ଯଦିଓ ସିଦ୍ଧରମେୟା ଆଗରୁ ଏସବୁ ଅଭିଯୋଗକୁ ଖଣ୍ଡନ କରିସାରିଛନ୍ତି।
ଆଉ ମୁଖ୍ୟମନ୍ତ୍ରୀ ସତ୍ତ୍ୱେ ସେ କଦାପି ଯାଞ୍ଚ ପ୍ରକ୍ରିୟାରେ କୌଣସି ହସ୍ତକ୍ଷେପ କରିନାହାନ୍ତି ବୋଲି କହିଥିଲେ। ଯଦି ନଗର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଜମି, ତାହେଲେ ସେ ଏହାକୁ ଫେରାଇବାକୁ ବି ରାଜି। ୨୦୨୧ରେ କେଶର ଗାଁରେ ସିଦ୍ଧରମେୟାଙ୍କ ୩ ଏକର ଜମିକୁ ବିକାଶକାମ ଲାଗି ଅଧିଗ୍ରହଣ କରିଥିଲା ମୁଡ଼ା। କ୍ଷତିପୂରଣ ବାବଦରେ ଆବଣ୍ଟିତ ଜମିକୁ ପାର୍ବତୀ ବିଜୟନଗରରେ ବିକିଥିଲେ।
-
ଇଡି ରେଡ୍ ବେଳେ ମମତା ଧସେଇ ପସିବା ଉପରେ ସୁପ୍ରିମ କୋର୍ଟଙ୍କ ବଡ଼ ବୟାନ, କହିଲେ ଏହା....... -
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି, ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
କ୍ରସ ଭୋଟିଂ କରିଥିଲେ, ଏବେ ବଢ଼ିଲା ଅଡ଼ୁଆ, 3 ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସର ଆବେଦନ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ମୁନ୍ଦ୍ରା ପୋର୍ଟରେ ପହଞ୍ଚିଲା 'ଜଗ ଲାଡକୀ' ଇରାନ-ଇସ୍ରାଏଲ ମଧ୍ୟରେ ମିସାଇଲ ମାଡ଼ ଓ ଉତ୍ତେଜନା ଭିତରୁ ୮୦, ୮୦୦ ଟନ..... -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ...












Click it and Unblock the Notifications