କେନ୍ଦ୍ର ଉପରେ ବର୍ଷିଲେ ସିଦ୍ଧରମୟା, କହିଲେ ରାଜନୀତି ପାଇଁ ରାଜଭବନ ବ୍ୟବହାର କରୁଛନ୍ତି

ବାଙ୍ଗଲୋର: ଜମି ଆବଣ୍ଟନ ଦୁର୍ନୀତି ଅଭିଯୋଗରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ବିରୋଧରେ ମମଲା ରୁଜୁ କରିବା ପାଇଁ ଶନିବାର କର୍ଣ୍ଣାଟକ ରାଜ୍ୟପାଳ ଅନୁମତି ଦେଇଛନ୍ତି। ଶନିବାର ଦିନ ଅପରାହ୍ନ ୩ଟାରେ ରାଜ ଭବନରେ ତାଙ୍କୁ ଭେଟିବା ପାଇଁ ରାଜ୍ୟପାଳ ଥୱାର ଚାନ୍ଦ ଗେହଲୋଟ୍ ଆରଟିଆଇ କାର୍ଯ୍ୟକର୍ତ୍ତା ଟିଜେ ଅବ୍ରହାମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଜଣେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟପାଳଙ୍କ ଅନୁମତି ଆବଶ୍ୟକ ଥିବାରୁ ପୂର୍ବରୁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇ ପାରୁନଥିଲା। କର୍ଣ୍ଣାଟକରେ ଏକ ପ୍ରମୁଖ ରାଜନୈତକି ବିବାଦ ପାଲଟିଥିବା 'ମୌସୁର ଅର୍ବାନ ଡେଭ୍‌ଲପମେଣ୍ଟ୍ ଅଥରିଟି (ଏମ୍‌ୟୁଡିଏ)' ଜମି ଆବଣ୍ଟନରେ ଅନିୟମିତତା ଅଭିଯୋଗରେ ସିଦ୍ଧରମୟା ଅଡୁଆରେ ଫଶିଛନ୍ତି।

ବର୍ତ୍ତମାନ ଏହି ମାମଲାରେ ମୁହଁ ଖୋଲିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା। ରାଜନୀତି କରିବାକୁ କେନ୍ଦ୍ର ସରକାର 'ରାଜ ଭବନ'ର ବ୍ୟବହାର କରୁଥିବା ସିଦ୍ଧରମୈୟା ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ତାଙ୍କ ସରକାରକୁ ହଟାଇବା ପାଇଁ ଏହା ବିରୋଧୀଙ୍କ ଷଡଯନ୍ତ୍ର, କଂଗ୍ରେସ ତାଙ୍କ ସହ ଅଛି। ରାଜ୍ୟପାଳଙ୍କ ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ କରାଯିବ। ରାଜ୍ୟପାଳଙ୍କ ନିଷ୍ପତ୍ତି ସାମ୍ବିଧାନିକ ବିରୋଧୀ ବୋଲି ସିଦ୍ଧରମୈୟା କହିଛନ୍ତି ।

Siddaramaiah

ସୂଚନାନୁସାରେ ମହୀଶୂର ସହରାଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ(ଏମୟୁଡିଏ) ଯୋଜନାରେ ସହରବାସୀଙ୍କ ଜାଗାରେ ଆବାସ ନିର୍ମାଣ ହୋଇଥିଲା। ଏହି ଆବାସରେ ଜମି ହରାଇଥିବା ଜନସାଧାରଣଙ୍କର ୫୦ ପ୍ରତିଶତ ଅଧିକାର ରହିବ ବୋଲି କୁହାଯାଇଥିଲା। ଏହି ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀଙ୍କ ନାମରେ ଥିବା ଏକ ଜମିର ମାଲିକାନା ବଦଳ କରାଯାଇ ସହରରେ ଥିବା ଏକ ମୂଲ୍ୟବାନ ଜାଗା ତାଙ୍କ ନାମରେ କରାଯାଇଥିଲା।

ଯାହାର ବଜାର ମୂଲ୍ୟ ସିଦ୍ଦରମେୟାଙ୍କ ସ୍ତ୍ରୀଙ୍କ ନାମରେ ଥିବା ପ୍ରକୃତ ଜାଗାର ବଜାର ମୂଲ୍ୟଠାରୁ ଢେର ଅଧିକ ଥିଲା। ଅନ୍ୟପଟେ ପ୍ରକୃତ ଜମିଟି ଏମୟୁଡିଏ ଯୋଜନା ଅଧୀନରେ ବି ଆସୁ ନ ଥିଲା। ଏହି ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ନିଜେ ସାମିଲ ଥିବା ଆବ୍ରାହମ ଅଭିଯୋଗ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+