ସିଦ୍ଧରମୈୟା ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ: ରିପୋର୍ଟ
Karnataka CM: ଶେଷ ହୋଇଛି କଳ୍ପନାଜଳ୍ପନା । ସିଦ୍ଧରମୈୟା ହୋଇପାରନ୍ତି କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଏନେଇ ଜାତୀୟ ଗଣମାଧ୍ୟମ CNN-News18 ଖବର ପ୍ରକାଶ କରିଛି । ସଂସ୍ଥା କହିବା ଅନୁଯାଇ, ସିଦ୍ଧିରମୈୟା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହେବା ନେଇ ବିସ୍ୱସ୍ତ ସୁତ୍ରରୁ ଖବର ମିଳିଛି ।
ଖବର ଅନୁଯାଇ, କଂଗ୍ରେସ ନେତା ସିଦ୍ଧରମୈୟା ଆସନ୍ତା 18 ତାରିଖରେ କର୍ଣ୍ଣାଟକର 22 ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରି ପାରନ୍ତି । ରାଜ୍ୟପାଳ ଏଚ୍ ଆର ଭରଦ୍ୱାଜ ତାଙ୍କୁ ସମ୍ବିଧାନ ଓ ଗୋପନୀୟତାର ଶପଥ ପାଠ କରାଇବେ । ସକାଳ 11.40 ରେ ଅନୁଷ୍ଠିତ ହୋଇପାରେ ଏହି ଶପଥ ଗ୍ରହଣ ସମାରୋହ । ସୋନିଆ ଗାନ୍ଧୀଙ୍କ ସହ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ । ଏହା ସହିତ କଂଗ୍ରେସର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ରହିବେ । ସମସ୍ତ ପାର୍ଟିକୁ ନିମନ୍ତ୍ରଣ ମଧ୍ୟ ପଠାଯିବ ।

ତେବେ କର୍ଣ୍ଣାଟକ କଂଗ୍ରେସର ତିନି ଜଣିଆ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦଳ ଆଜି ଦଳର ସଭାପତି ମଲ୍ଲିକାର୍ଜୁନ ଖର୍ଗେଙ୍କୁ ତାଙ୍କ ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଭେଟିଛନ୍ତି । ଅଧିକାଂଶ ବିଧାୟକଙ୍କ ଦ୍ୱାରା ପ୍ରଦତ୍ତ ମତ ଉପରେ ସେମାନେ ଦିନକ ପରେ ଦଳର ସଭାପତି ମଲ୍ଲିକାର୍ଜୁନ ଖର୍ଗେଙ୍କୁ ତାଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି । ଅନ୍ୟପଟେ ସିଦ୍ଧରମୈୟା ମଧ୍ୟ ଆଜି ଦିଲ୍ରେ ପହଞ୍ଚିଥିବା ବେଳେ କିନ୍ତୁ ଶିବକୁମାର କହିଛନ୍ତି ଯେ ତାଙ୍କୁ ଦିଲ୍ଲୀ ଆସିବାକୁ କୌଣସି କଲ ଆସି ନାହିଁ ।
ଉଲ୍ଲେଖଥାଉ କି, କଂଗ୍ରେସ ବିଧାୟକ ଦଳ ନେତା ତଥା ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖର୍ଗେ ନେବେ ନିଷ୍ପତ୍ତି । ଏନେଇ ଗତକାଲି ବସିଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ସ୍ଥିର ହୋଇଥିଲା । ତେବେ ଏହି ବୈଠକରେ ସମସ୍ତ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତୃତ୍ୱମାନେ ଏକାଠି ହୋଇଥିଲେ । ବୈଠକରେ ସର୍ବସମ୍ମତି କ୍ରମେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଚୟନର ନିଷ୍ପତ୍ତି ନେବେ ବୋଲି ସ୍ଥିର ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, କର୍ଣ୍ଣାଟକ ନିର୍ବାଚନ ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅନେକ କଳ୍ପନାଜଳ୍ପନା ଜାରି ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଦଳର ରାଜ୍ୟ ସଭାପତି ଡି.କେ ଶିବକୁମାର ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠାରୁ ବଡ ପ୍ରତିଦ୍ୱନ୍ଦ୍ୱୀ ବୋଲି ବିବେଚନା କରାଯାଉଛି ।
ସୂଚନାଥାଉ, କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ 224 ଟି ସିଟ୍ ମଧ୍ୟରୁ 135 ଟି ଜିତି ସରକାର ଗଠନ କରିବାକୁ ପ୍ରସ୍ତୁତ ହୋଇଛି । ଅନ୍ୟପକ୍ଷରେ ବିଜେପି ମାତ୍ର 66 ଟି ସିଟ୍ ପାଇଛି । ଉଭୟ ଦଳର ଭୋଟ୍ ଅଂଶ ବିଷୟରେ କହିବାକୁ ଗଲେ ଗତଥର ଭଳି ବିଜେପି 36 ପ୍ରତିଶତ ଭୋଟ୍ ପାଇଛି । କିନ୍ତୁ ଏଥର 104 ସିଟ୍ ବଦଳରେ 66 ଟି ସିଟ୍ ପାଇଛି । ଅନ୍ୟପକ୍ଷରେ କଂଗ୍ରେସ 7 ପ୍ରତିଶତ ଅଧିକ ଭୋଟ୍ ପାଇ 70 ଟି ସିଟ୍ ପାଇଛି ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ଉପଭୋକ୍ତାମାନଙ୍କ ପାଇଁ ହେଲ୍ପଲାଇନ୍ ନମ୍ୱର ଜାରି କଲେ ଗ୍ୟାସ୍ କମ୍ପାନୀ -
ପୁଣି ଖସିଲା ସୁନା-ରୂପା ରେଟ୍ -
ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା..... -
ଇରାନ ଉପରେ ଟ୍ରମ୍ପଙ୍କ ବଡ଼ ଦାବି, କହିଦେଲେ କିଛି ଏମିତି....... -
'ଭାରତର DNAରେ ବିଜୟ ରହିଛି, ପାକିସ୍ତାନ ଉପରେ ରାଗି ଗଲେ ପୂର୍ବତନ ଖେଳାଳି -
ନେପାଳ ଯାଇଥିଲେ ବୁଲିବା ପାଇଁ ଭୟଙ୍କର ଦୁର୍ଘଟଣା ଗଲା ୭ ଭାରତୀୟଙ୍କ ଜୀବନ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
୧ ଏପ୍ରିଲରୁ ଆୟକର ନିୟମରେ ହେବ ବଡ଼ ପରିବର୍ତ୍ତନ, ଆୟକର ବିଭାଗ ଆପଣଙ୍କର ସୋସିଆଲ ମିଡିଆ..... -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ରାଜ୍ୟସଭା ନିର୍ବାଚନ ପାଇଁ ଏଜେଣ୍ଟ ଘୋଷଣା କଲେ ୩ ଦଳ , ଜାଣନ୍ତୁ କାହାର କିଏ ? -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ












Click it and Unblock the Notifications