ଆସନ୍ତାକାଲି ଭାରତ ଫେରିବେ ସୁଭାଂଶୁ ଶୁକ୍ଳା
ଆନ୍ତର୍ଜାତିକ ମହାକାଶ କେନ୍ଦ୍ର-ଆଇ.ଏସ୍.ଏସ୍. ସଫଳ ଯାତ୍ରା କରି ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିଥିବା ଭାରତର ଗ୍ରୁପ୍ କ୍ୟାପ୍ଟେନ ସୁଭାଂଶୁ ଶୁକ୍ଳା ଆସନ୍ତାକାଲି ଦେଶକୁ ପ୍ରତ୍ୟାବର୍ତ୍ତନ କରିବେ । ଆଇ.ଏସ୍.ଏସ୍.ରେ ୧୮ ଦିନିଆ ସଫଳ ମିଶନ ପରେ ଶ୍ରୀ ଶୁକ୍ଳା ଆମେରିକାରେ ପୁନର୍ବାସରେ ରହିଛନ୍ତି ।

ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶୁକ୍ଳା ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଏବଂ ବନ୍ଧୁ ଓ ପରିବାରବର୍ଗଙ୍କ ସହ ସାକ୍ଷାତ୍ ନେଇ ଏକ ଭାବପ୍ରବଣ ବାର୍ତ୍ତା ପ୍ରଦାନ କରିଛନ୍ତି । ଶ୍ରୀ ଶୁକ୍ଳା ଅକ୍ଜିଅମ୍-୪ ମିଶନର ପାଇଲଟ୍ ଭାବେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ଯାତ୍ରା କରିଥିଲେ । ସେଠାରେ ବିଭିନ୍ନ ଗବେଷଣାରେ ସାମିଲ୍ ହେବା ସହ ମାଇକ୍ରୋ ଗ୍ରାଭିଟି କ୍ଷେତ୍ରରେ ପରୀକ୍ଷଣ କରିଥିଲେ । ଭାରତର ପ୍ରଥମ ମାନବ ମହାକାଶ ଉଡ଼ାଣ ମିଶନ ଗଗନଯାନ ପାଇଁ ଶ୍ରୀ ଶୁକ୍ଳା ତାଲିକାଭୁକ୍ତ ହୋଇଛନ୍ତି । ଆସନ୍ତାବର୍ଷ ଶେଷ ସୁଦ୍ଧା ଏହି ମିଶନ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି ।












Click it and Unblock the Notifications