ଶ୍ରୀମନ୍ଦିର ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ଭୁଲ୍ ମାଗିଲେ ଶୁଭଙ୍କର ମିଶ୍ରା
ମହାପ୍ରଭୁଙ୍କ ନିକଟରେ କ୍ଷମା ମାଗିଲେ ଶୁଭଙ୍କର । ଭୁଲ ସ୍ବୀକାର କଲେ ଶୁଭଙ୍କର ମିଶ୍ରା । ବିବାଦୀୟ ବୟାନ ପରେ କ୍ଷମା ମାଗିଲେ ଶୁଭଙ୍କର । ସୋସିଆଲ ମିଡିଆ ୟୁଟ୍ୟୁବରେ ଶୁଭଙ୍କର ମାଗିଲେ କ୍ଷମା ।

ମହାପ୍ରଭୁଙ୍କୁ ନେଇ ଦେଇଥିଲେ ବିବାଦୀୟ ମନ୍ତବ୍ୟ । ଶୁଭଙ୍କର ମିଶ୍ରା ହେଉଛନ୍ତି ଜଣେ ଲୋକପ୍ରିୟ ସୋସିଆଲ ମିଡିଆ ଇନ୍ଫ୍ଲୁଏନସରସୋସିଆଲ ମିଡିଆ ଇନଫ୍ଲୁଏନସର୍ ଶୁଭଙ୍କର ମିଶ୍ରା କହିଥିଲେ ଯେ, ବିବାହ ପୂର୍ବରୁ ଯଦି ପ୍ରେମୀ ଯୁଗଳ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କର ଦର୍ଶନ କରିବେ ତେବେ ସେମାନଙ୍କ ପ୍ରେମ କେବେ ବି ସଫଳ ହେବନାହିଁ। ଏଥିସହ ବିବାହ ବନ୍ଧନରେ ସେମାନେ କେବେ ବି ବାନ୍ଧି ହୋଇପାରିବେ ନାହିଁ। ଶ୍ରୀମନ୍ଦିର ଉପରେ ମା ରାଧାରାଣୀଙ୍କ ଅଭିଶାପ ପଡିଛି। ମା ରାଧାରାଣୀ ଶ୍ରୀକୃଷ୍ଣଙ୍କୁ ଜଗନ୍ନାଥଙ୍କ ରୂପରେ ଦର୍ଶନ କରିବାକୁ ଯାଉଥିବା ବେଳେ ସେତେବେଳେ ସେବାୟତ ମାନେ ତାଙ୍କୁ ଅଟକାଇଥିଲେ।
ସେ ଏହା ମଧ୍ୟ କହିଥିଲେ ଶ୍ରୀମନ୍ଦିର ଭିତରକୁ ଭଗବାନଙ୍କ ଧର୍ମପତ୍ନୀଙ୍କ ପ୍ରବେଶ ଉପରେ ବାରଣ ରହିଛି। ଆପଣ କିଭଳି ଭିତରକୁ ଆସିଲେ। ଏକଥା ଶୁଣି ମା ରାଧାରାଣୀ ରାଗିଯାଇ ଶ୍ରୀମନ୍ଦିରକୁ ଅଭିଶାପ ଦେଇଥିଲେ। ଶୁଭଙ୍କର ମିଶ୍ରାଙ୍କ ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ପ୍ରତି ଏଭଳି ଭୁଲ୍ ଉପସ୍ଥାପନକୁ ନେଇ ଜଗନ୍ନାଥ ପ୍ରେମୀ ଓ ଗବେଷକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।












Click it and Unblock the Notifications