ଋାହୁଲ-ସଞ୍ଜୟଙ୍କ ପ୍ରଶ୍ନରେ ଏଭଳି କିଛି କହିଲେ ଡି ୱାଇ ଚନ୍ଦ୍ରଚୂଡ
ଲୋକସଭାର ବିରୋଦୀ ଦଳ ନେତା ରାହୁଲ ଗାନ୍ଦି ଏବଂ ଶିବସେନା ୟୁବିଟି ନେତା ସଞ୍ଜୟ ରାଉତଙ୍କ ପ୍ରଶ୍ନର କଡ଼ା ଜବାବ ଦେଲେ ସୁପ୍ରିମକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହା ବିକାଶ ଅଘାଡ଼ିର ଶୋଚନୀୟ ପରାଜୟ ପାଇଁ ଶିବସେନା(ୟୁବିଟି) ନିକଟରେ ଡି ୱାଇ ଚନ୍ଦ୍ରଚୂଡଙ୍କୁ ଦାୟୀ କରିଥିବା ବେଳେ ଆଜି ଚନ୍ଦ୍ରଚୂଡ଼ ଏହା ଉପରେ ଜବାବ ରଖିଛନ୍ତି।
ଶିବସେନା (ୟୁବିଟି) ନେତା ସଂଜୟ ରାଉତ ତାଙ୍କୁ କରିଥିବା ସମାଲୋଚନାର ଜବାବ ଦେଇ ଚନ୍ଦ୍ରଚୂଡ଼ ଏଏନ୍ଆଇ ସହ ଏକ ସାକ୍ଷାତକାରରେ କହିଛନ୍ତି, ସୁପ୍ରିମକୋର୍ଟ କ'ଣ ଶୁଣାଣି କରିବେ ତାହା କୌଣସି ଦଳ କିମ୍ବା ବ୍ୟକ୍ତି ନିଷ୍ପତ୍ତି ନେଇପାରିବେ ନାହିଁ। 'କ୍ଷମା କରିବେ ଏହା ପ୍ରଧାନ ବିଚାରପତିଙ୍କ ନିଷ୍ପତ୍ତି' ବୋଲି ଚନ୍ଦ୍ରଚୂଡ଼ କହିଛନ୍ତି। ସେହିଭଳି ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ ଯେ ଆମକୁ ଏବେ ଗଣମାଧ୍ୟମ ଏବଂ ବିଚାର ବିଭାଗର କାର୍ଯ୍ୟ ମଧ୍ୟ ସଂପାଦନ କରିବାକୁ ପଡ଼ୁଛି। ଏହା ଉପରେ ପ୍ରତିକ୍ରିୟା ରଖି ଚନ୍ଦ୍ରଚୂଡ଼ କହିଛନ୍ତି, ସୁପ୍ରିମ୍କୋର୍ଟ କଦାପି ବିରୋଧୀ ଦଳଙ୍କ ଭୂମିକା ନିର୍ବାହ କରିପାରିବ ନାହିଁ।

ସୂଚନାଯୋଗ୍ୟ, ସଂଜୟ ରାଉତ ନିକଟରେ ଅଭିଯୋଗ କରିଥିଲେ ଯେ ଜଷ୍ଟିସ ଚନ୍ଦ୍ରଚୂଡ଼ ମହାରାଷ୍ଟ୍ର ବିଧାୟକଙ୍କ ଅଯୋଗ୍ୟ ଘୋଷଣା ସଂକ୍ରାନ୍ତରେ ହୋଇଥିବା ଆବେଦନ ଉପରେ ନିଷ୍ପତ୍ତି ନନେଇ ରାଜନେତାଙ୍କ ମଧ୍ୟରୁ ଆଇନର ଭୟ ହଟାଇ ଦେଇଛନ୍ତି ଏବଂ ଏହା ଫଳରେ ଦଳବଦଳ ପାଇଁ ବାଟ ଖୋଲିଗଲା ଏବଂ ଏମ୍ଭିଏର ପରାଜୟ ହେଲା। ଏକ ସାମ୍ବାଦିକ ସମ୍ମିଳନୀରେ ରାଉତ କହିଥିଲେ, ଇତିହାସ ସେମାନଙ୍କୁ କ୍ଷମା କରିବନି। ରାଉତ ଖୋଲାଖୋଲି ପୂର୍ବତନ ପ୍ରଧାନ ବିଚାରପତିଙ୍କୁ ଏଭଳି ସମାଲୋଚନା କରିବା ଫଳରେ ସେ ଏହାର ଜବାବ ରଖିଛନ୍ତି।












Click it and Unblock the Notifications