ପାକିସ୍ତାନରେ ଫୁଟିଲା ଗୁଳି, ୨୦ ଜଣଙ୍କୁ ହତ୍ୟା କଲେ ବନ୍ଧୁକଧାରୀ
ପାକିସ୍ତାନର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ବଡ଼ ଧରଣର ଆକ୍ରମଣ ହୋଇଛି। ଅଜ୍ଞାତ ବନ୍ଧୁକଧାରୀମାନେ ଏକ ଖଣିରେ କାର୍ଯ୍ୟ କରୁଥିବା ୨୦ କର୍ମଚାରୀଙ୍କୁ ଗୁଳିକରି ହତ୍ୟା କରିଛନ୍ତି।

ଏହି ଘଟଣାରେ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ପୁଲିସ ଅଧିକାରୀ ହମାୟୁନ ଖାନ ନାସିର କହିଛନ୍ତି ଯେ, ଡକୀ ଜିଲାରେ ଥିବା କୋଇଲା ଖଣି ନିକଟରେ କର୍ମଚାରୀମାନେ ରହୁଥିଲେ। ବନ୍ଧୁକଧାରୀମାନେ ଗୁରୁବାର ବିଳମ୍ବିତ ରାତିରେ ସେହି ଅଞ୍ଚଳରେ ପହଞ୍ଚି କର୍ମଚାରୀମାନଙ୍କ ଘରକୁ ଘେରି ଯାଇଥିଲେ। ପରେ ଘର ଭିତରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ଲୋକ ବାଲୋଚିସ୍ତନାର ପସ୍ତୁନ ଭାଷୀ ଅଞ୍ଚଳର। ମୃତକଙ୍କ ମଧ୍ୟରୁ ୩ ଜଣ ଏବଂ ଆହତଙ୍କ ମଧ୍ୟରେ ୪ ଆଫଗାନିସ୍ତାନ ନାଗରିକ ରହିଥିବା ସୂଚନା ମିଳିଛି।












Click it and Unblock the Notifications