କେନ୍ଦ୍ର ମନ୍ତ୍ରୀଙ୍କ ବଡ଼ ବୟାନ, ଡ୍ରାଇଭରଙ୍କ ପାଇଁ ସରକାର କରିବାକୁ ଯାଉଛନ୍ତି ବଡ଼ ଯୋଜନା

କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ବଡ଼ ବୟାନ, ଡ୍ରାଇଭର ମାନଙ୍କ ପାଇଁ କେନ୍ଦ୍ର ସରକାର କରିବାକୁ ଯାଉଛନ୍ତି ବଡ଼ ଯୋଜନା । ନୀତିନ ଗଡକରୀ କହିଛନ୍ତି ଦେଶରେ ୨୨ ଲକ୍ଷ ଦକ୍ଷ ଡ୍ରାଇଭରଙ୍କ ଅଭାବ ରହିଛି। ସେ, ଲୋକସଭାରେ କହିଥିଲେ ଯେ, ଉପଯୁକ୍ତ ତାଲିମ ସୁବିଧା ଅଭାବରୁ ଅନେକ ଦୁର୍ଘଟଣା ଘଟୁଛି। ପ୍ରଶ୍ନକାଳରେ ଗଡକରୀ କହିଥିଲେ, କେନ୍ଦ୍ର ସରକାର ଡ୍ରାଇଭରମାନଙ୍କ ପାଇଁ ତାଲିମ ପ୍ରତିଷ୍ଠାନ ସ୍ଥାପନ କରିବା ପାଇଁ୪୫୦୦ କୋଟି ଟଙ୍କାର ଏକ ଯୋଜନା ଆରମ୍ଭ କରିଛନ୍ତି।

nitin gadkari

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ବିଶ୍ୱ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ, ଭାରତରେ ୨୨ ଲକ୍ଷ ଡ୍ରାଇଭରଙ୍କ ଅଭାବ ରହିଛି। ଦେଶରେ ଉପଯୁକ୍ତ ଡ୍ରାଇଭିଂ ତାଲିମ ସୁବିଧାର ମଧ୍ୟ ଅଭାବ ଅଛି, ଯାହା ଫଳରେ ଅନେକ ଦୁର୍ଘଟଣା ଏବଂ ମୃତ୍ୟୁ ଘଟୁଛି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ସାରା ଦେଶରେ ଡ୍ରାଇଭିଂ ତାଲିମ ପ୍ରତିଷ୍ଠାନ ସ୍ଥାପନ କରିବା ପାଇଁ ଏକ ଯୋଜନା ଆରମ୍ଭ କରିଛି। ଯାହା ଅନ୍ତର୍ଗତ ପର୍ଯ୍ୟାୟକ୍ରମେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରତିଷ୍ଠାନ ସ୍ଥାପନ କରାଯିବ।

କ୍ଲଷ୍ଟର ପଦ୍ଧତି ସମେତ ଇନଷ୍ଟିଚ୍ୟୁଟ୍ ଅଫ୍ ଡ୍ରାଇଭିଂ ଟ୍ରେନିଂ ଆଣ୍ଡ୍ ରିସର୍ଚ୍ଚ (IDTR), ଆଞ୍ଚଳିକ ଡ୍ରାଇଭିଂ ତାଲିମ କେନ୍ଦ୍ର (RDTC) ଏବଂ ଡ୍ରାଇଭିଂ ତାଲିମ କେନ୍ଦ୍ର (DTC) ସ୍ଥାପନ ପାଇଁ ଉପଯୁକ୍ତ ପ୍ରସ୍ତାବ ପଠାଇବାକୁ ଅନୁରୋଧ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+