ଏଣିକି ଆପଣଙ୍କ ଗାଡ଼ିର PUC ଯାଞ୍ଚର ହେବ ଭିଡିଓ

ନୂଆଦିଲ୍ଲୀ:ଦିନକୁ ଦିନ ଦେଶର ଚିନ୍ତା ବଢ଼ାଇବାରେ ଲାଗିଛି ବାୟୁ ପ୍ରଦୁଶଣ । ବିଶେଷ କରି ଗାଡ଼ି ଗୁଡ଼ିକରୁ ଅଧିକ ବାୟୁ ପ୍ରଦୂଶଣ ହୋଇଥାଏ । ଆଉ ବର୍ତ୍ତମାନ କେନ୍ଦ୍ର ସରକାର ଯାନ ଗୁଡ଼ିକ ଉପରେ ବଡ଼ ପଦକ୍ଷେପ ନେଇଛନ୍ତି । ମୋଟର ଯାନ ବ୍ୟବହାର କରିବାକୁ ହେଲେ , ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ଆବଶ୍ୟକ ହୋଇଥାଏ , ଯାହା ଦର୍ଶାଇଥାଏ ଯେ ଏହି ଯାନ କେତେ ପ୍ରଦୂଷଣ କରୁଛି ଏବଂ ଏହା ନିର୍ଦ୍ଧିଷ୍ଟ ସୀମା ମଧ୍ୟରେ ଅଛି କି ନାହିଁ ।

ପ୍ରଦୂଷଣ ପ୍ରମାଣପତ୍ର (ପିୟୁସି ସାର୍ଟିଫିକେଟ୍‌) ପାଇବାକୁ ହେଲେ ଆପଣଙ୍କୁ ପିୟୁସି କେନ୍ଦ୍ରକୁ ଯିବାକୁ ପଡିଥାଏ । ଯେଉଁଠାରେ ଆପଣଙ୍କର ଗାଡି ଯାଞ୍ଚ କରାଯାଏ ଏବଂ ତା'ପରେ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ପିୟୁସି ସାର୍ଟିଫିକେଟ୍ ଦିଆଯାଇଥାଏ । ଅନେକ ଲୋକ ଠକେଇ ମାଧ୍ୟମରେ ପିୟୁସି ସାର୍ଟିଫିକେଟ୍ ହାସଲ କରିବାକୁ ଅନେକ ଉପାୟ ବାହାର କରନ୍ତି । କିନ୍ତୁ, ବର୍ତ୍ତମାନ ଏହା କରିବା କଷ୍ଟସାଧ୍ୟ ହେବ । କାରଣ ଏବେ କେନ୍ଦ୍ର ସରକାର ଏହି ନିୟମକୁ କେ କଡ଼ାକଡ଼ି କରିଛନ୍ତି ।

pollution-certificates

ହେଲେ ବର୍ତ୍ତମାନ ଦେଖିବାକୁ ମିଳୁଛି ଯେ, ପିୟୁସି ସାର୍ଟିଫିକେଟ୍ ପ୍ରଦାନରେ ବହୁ ମାତ୍ରାରେ ଜାଲିଆତି ହେଉଛି । ପିୟୁସି କେନ୍ଦ୍ରଗୁଡିକ ବିରୁଦ୍ଧରେ ଏକ ବଡ଼ ଅଭିଯୋଗ ଆସୁଥିଲା ଯେ, ସେମାନେ ଆବଶ୍ୟକ ଅନୁସନ୍ଧାନ ନ କରି ଗାଡ଼ିଗୁଡିକୁ ପିୟୁସି ପ୍ରମାଣପତ୍ର ପ୍ରଦାନ କରୁଛନ୍ତି । ଏମିତିକ ଅନେକ ଅଭିଯୋଗରେ ଏହା ମଧ୍‌ଯ ଦର୍ଶାଯାଇଥିଲା ଯେ କେନ୍ଦ୍ରଗୁଡିକ ଯାଞ୍ଚ ନ କରି ପିୟୁସି ପ୍ରମାଣପତ୍ର ପ୍ରଦାନ କରୁ କରୁଛନ୍ତି । ଏଭଳି ଅଭିଯୋଗ ପରେ ପରିବହନ ବିଭାଗ କଠୋର ନିଷ୍ପତ୍ତି ଗ୍ରହଣ କରିଛନ୍ତିି । ଏହି ଅନୁଯାୟୀ, ଏଣିକି ପିୟୁସି କେନ୍ଦ୍ରଗୁଡିକ ପ୍ରଦୂଷଣ ଯାଞ୍ଚର ଏକ ଭିଡିଓ ପ୍ରସ୍ତୁତ କରିବେ । ପିୟୁସି ପ୍ରମାଣପତ୍ର ଦେବା ପୂର୍ବରୁ, ପରୀକ୍ଷା କେନ୍ଦ୍ରଗୁଡିକ ଅତିକମ୍‌ରେ

୧୦ ସେକେଣ୍ଡର ଏକ ଭିଡିଓ ପ୍ରସ୍ତୁତ କରିବେ । ଏହି ନିୟମକୁ ବାଧ୍ୟତାମୂଳକ କରାଯାଇଛି । ପିୟୁସି କେନ୍ଦ୍ର ପ୍ରସ୍ତୁତ କରିଥିବା ଭିଡିଓରେ ଯାନର ନମ୍ବର ପ୍ଲେଟ୍ ସହିତ ପ୍ରଦୂଷଣ ପରୀକ୍ଷଣର ସମସ୍ତ ପ୍ରକ୍ରିୟା ରହିବ । ଏହି ଭିଡିଓକୁ ବାହାନ ପୋର୍ଟାଲରେ ମଧ୍ୟ ଅପଲୋଡ୍ କରିବାକୁ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଭିଡିଓ ଅପଲୋଡ୍ କରିବାକୁ ପଡ଼ିବ । ତେବେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଭିଡ଼ିଓ ଅପଲୋଡ଼ କରିବା ପାଇଁ ଯାନ ଇ-ସେବା ପ୍ରଦାନକାରୀ (ବାହାନ) ପୋର୍ଟାଲରେ ଆବଶ୍ୟକୀୟ ପରିବର୍ତ୍ତନ ଚଳାଇଛି ।

ଏଥିରେ ବିଭାଗ ଏକ ବର୍ଷ ପାଇଁ ପିୟୁସି ସାର୍ଟିଫିକେଟ୍ ପ୍ରଦାନ କରିବ । ରିପୋର୍ଟ ଅନୁଯାୟୀ, ଯଦି ସବୁକିଛି ଠିକ୍‌ଠାକ୍ ଚାଲେ ତେବେ ଏହି ନୂଆ ବ୍ୟବସ୍ଥା ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଆରମ୍ଭ ହେବ । ମୋଟର ଯାନ ଅଧୂନିୟମ ଅନୁଯାୟୀ, ଦେଶରେ ଗାଡି ଚଳାଇବା ପାଇଁ ପିୟୁସି ପ୍ରମାଣପତ୍ର ବାଧ୍ୟତାମୂଳକ ଗାଡିରୁ ବାହାରୁଥିବା ନିଷ୍କାସିତ ଗ୍ୟାସ ପରୀକ୍ଷା କରିବା ପରେ ଏହି ପ୍ରମାଣପତ୍ର ଦିଆଯାଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+