ବାବା ସିଦ୍ଦିକୀଙ୍କ ହତ୍ୟା ମାମଲା: ଗିରଫ ହେଲା ଆଉ ଜଣେ ସୁଟର
ଲକ୍ଷ୍ନୌ: ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଆଉ ଜଣେ ସୁଟର ଗିରଫ। ଉତ୍ତର ପ୍ରଦେଶ ଏସଟିଏଫ ଓ ମୁମ୍ବାଇ ପୋଲିସ ଅପରାଧ ଶାଖାର ଟିମ୍ ମିଳିତ ଭାବରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଜଣଙ୍କୁ ଗିରଫ କରିଛି। ବାହାରାଇଚରୁ ଏହି ସୁଟର ସହ ତାକୁ ସହଯୋଗ କରୁଥିବା ଆଉ ଚାରିଜଣଙ୍କୁ ମଧ୍ୟ ପୋଲିସ ଗିରଫ କରିଛି।

ଏହି ଗିରଫ ପୂର୍ବରୁ ଏହି ମାମଲାରେ ମୋଟ ୧୫ ଜଣଙ୍କୁ ଗିରଫ କରାଯାଇଛି। ବାବା ସିଦ୍ଦିକୀ ମର୍ଡର କେସରେ ସୁଟର ଶିବାକୁମାରକୁ ଉତ୍ତର ପ୍ରଦେଶ ଏସଟିଏଫ ଓ କ୍ରାଇମ ବ୍ରାଞ୍ଚ ଆଜି ବାହାରାଇଚରୁ ଗିରଫ କରିଛି। ସୂତ୍ର ଅନୁସାରେ, ଶିବକୁମାର ନେପାଳ ଫେରାର ହେବାକୁ ପ୍ରସ୍ତୁତ ଥିଲା। ଶିବକୁମାରକୁ ନେପାଳ ଯିବାରେ ସହଯୋଗ କରୁଥିବା ୪ ଜଣ ଅନୁରାଗ କାଶ୍ୟପ, ଜ୍ଞାନ ପ୍ରକାଶ ତ୍ରିପାଠୀ, ଆକାଶ ଶ୍ରୀବସ୍ତବ ଓ ଆଖିଲେଶେନ୍ଦ୍ର ପ୍ରତାପ ସିଂହକୁ ଗିରଫ କରାଯାଇଛି।












Click it and Unblock the Notifications