ବାଂଲାଦେଶରେ ତେଜୁଛି ସଂରକ୍ଷଣ ବିରୋଧୀ ହିଂସା, ସୁଟ୍-ଅନ-ସାଇଟ୍ ନିର୍ଦ୍ଦେଶ ଦେଲେ ସରକାର

ଢାକା : ସରକାରୀ ଚାକିରିରେ ପ୍ରସ୍ତାବିତ ସଂରକ୍ଷଣ ବ୍ୟବସ୍ଥା ପ୍ରତିବାଦରେ ବାଂଲାଦେଶରେ ଚାଲିଥିବା ବିକ୍ଷୋଭ କ୍ରମଶଃ ଉଗ୍ରରୂପ ଧାରଣ କରିବାରେ ଲାଗିଛି । ଏ ପର୍ଯ୍ୟନ୍ତ ଏହି ହିଂସାରେ ୧୧୫ ଜଣ ପ୍ରାଣ ହରାଇସାରିଥିବାବେଳେ ସହସ୍ରାଧିକ ଆହତ ହୋଇଛନ୍ତି । ବିକ୍ଷୋଭକାରୀଙ୍କୁ ଦମନ କରିବାକୁ ସେନାକୁ ମୁତୟନ କରାଯାଇଛି । ଶନିବାର ସେନା ଯବାନମାନେ ରାଜଧାନୀ ଢାକାର ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରୁଥିବା ଲକ୍ଷ୍ୟ କରାଯାଇଛି ।

ବିକ୍ଷୋଭକାରୀମାନେ ଯେପରି ସରକାରୀ କାର୍ଯ୍ୟାଳୟ କିମ୍ବା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସରକାରୀ ପ୍ରତିଷ୍ଠାନ ଆଡକୁ ଅଗ୍ରସର ହୋଇନପାରିବେ, ସେଥିପାଇଁ ଯବାନମାନେ ଏକାଧିକ ପ୍ରମୁଖ ରାସ୍ତାକୁ ଅବରୋଧ କରିଛନ୍ତି । ଢାକାରେ ୧୪୪ ଧାରା ଲାଗୁ କରାଯାଇଥିବା ସତ୍ତ୍ୱେ ବିକ୍ଷୋଭକାରୀମାନେ ପୁଲିସ ଉପରେ ଆକ୍ରମଣ ଜାରି ରଖିଛନ୍ତି ।

Shoot-On-Sight Order

ଏପଟେ ଆଜି ବାଂଲାଦେଶ ସରକାର ବିକ୍ଷୋଭକାରୀଙ୍କୁ "ସୁଟ୍‌-ଆଟ୍‌-ସାଇଟ୍‌" ବା ଦେଖିବା ମାତ୍ରକେ ଗୁଳି ଆଦେଶ ଜାରି କରିଛନ୍ତି । ସୁଚନାନୁସାରେ, ଚାକିରି କୋଟା ଉପରେ ନିୟମ କରିବାକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ପ୍ରସ୍ତୁତ କରୁଥିବା ବେଳେ ଦେଶବ୍ୟାପୀ ଚାଲିଛି ଆନ୍ଦୋଳନ । ତେବେ ଏଯାବତ ୧୩୩ ଜଣଙ୍କ ମୃତ୍ୟୁ ଓ ୨୫ଶହରୁ ଅଧିକ ଆହତ ହୋଇଛନ୍ତି ।

ବାଂଲାଦେଶର ବିଭିନ୍ନ ସହରରେ ସ୍ଥିତି ବେକାବୁ ହୋଇଛି । ରାଷ୍ଟ୍ରବ୍ୟାପୀ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ କୋଲକାତା ଓ ଢ଼ାକା ମଧ୍ୟରେ ଟ୍ରେନ ଚଳାଚଳ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି । ସୂଚନା ମୁତାବକ ୧୯୭୧ରେ ବାଂଲାଦେଶ ସ୍ୱାଧୀନତା ସଂଗ୍ରାମରେ ଯେଉଁମାନେ ଝାସ ଦେଇଥିଲେ ସେମାନଙ୍କ ପରିବାର ପାଇଁ ସରକାରୀ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯିବ ବୋଲି ଶେଖ ହସିନା ସରକାର ନିକଟରେ ଘୋଷଣା କରିଛନ୍ତି । ଏଥିରେ କ୍ଷୁବ୍ଧ ହୋଇ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶିତ ହେଉଛି ।

ବାଂଲାଦେଶର ଲୋକସଂଖ୍ୟା ୨୦ କୋଟି ହୋଇଥିବାବେଳେ ବେକାରୀଙ୍କ ସଂଖ୍ୟା ପ୍ରାୟ ୪ କୋଟି । ପ୍ରଧାନମନ୍ତ୍ରୀ ଶେଖ ହସିନା ୨୦୧୮ରେ ସଂରକ୍ଷଣ ବ୍ୟବସ୍ଥାକୁ ଉଚ୍ଛେଦ କରିଥିଲେ ସୁଦ୍ଧା ଚଳିତବର୍ଷ ଜୁନରେ ଅଦାଲତ ଏହାକୁ ପୁନଃ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦେଇଛନ୍ତି । ହସିନା ସରକାର ଏହି ରାୟ ପ୍ରତିବାଦରେ ସୁପ୍ରିମକୋର୍ଟରେ ଆବେଦନ କରିଥିବାବେଳେ ନିମ୍ନ ଅଦାଲତଙ୍କ ରାୟକୁ ସ୍ଥଗିତ ରଖିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୭କୁ ଧାର୍ଯ୍ୟ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+