ଉତ୍ତରପ୍ରଦେଶ ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ

ଉତ୍ତରପ୍ରଦେଶରେ ହେଉଥିବା ବୁଲଡୋଜର ଆକ୍ସନ ପାଇଁ ସୁପ୍ରିମ କୋର୍ଟ ମଙ୍ଗଳବାର ଯୋଗି ଆଦିତ୍ୟନାଥ ସରକାରଙ୍କ ଉପରେ ବର୍ଷିଛନ୍ତି। ଏହା ସହ ପ୍ରୟାଗରାଜ ପୌର ପ୍ରଶାସନକକୁ ସମସ୍ତ ଆବେଦନକାରୀଙ୍କୁ ୧୦ ଲକ୍ଷ ଲେଖାଏଁ ଟଙ୍କା ଦେବାକୁ ଆଦେଶ ଦେଇଛନ୍ତି। ଗ୍ୟାଙ୍ଗଷ୍ଟାର ଓ ରଜନେତା ଅତିକ ଅହମ୍ମଦ ସହ ଜଡିତ ଥିବା ଅଭିଯୋଗରେ ଯୋଗି ପ୍ରଶାସନ ୨୦୨୧ରେ ଅନେକ ଘର ଭଙ୍ଗାରୁଜା କରିଥିଲେ। ତେବେ ଏହା ବିରୁଦ୍ଧରେ ଅଭିଯୋଗକାରିମାନେ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ।

ଏହି ମାମଲାର ଶୁଣାଣୀ ବେଳେ ସୁପ୍ରିମ କୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ଭତ୍ସନା କରିଥିଲେ। ଏହା ସହ ଅବୈଧ ଅତିକ୍ରମଣକୁ ଭଙ୍ଗାରୁଜା କରିବା ସମୟରେ ଅଧିକାରୀମାନେ ଅତ୍ୟନ୍ତ ଅମାନୁଷିକ ଓ ବେଆଇନ ଢଙ୍ଗରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ବୋଲି କୋର୍ଟ କହିଥିଲେ। କୋର୍ଟ ଆହୁରି ମଧ୍ୟ କହିଥିଲେ ଯେ "ଏହା ଏକ ଦୁର୍ଭାଗ୍ୟଜନକ ପରିସ୍ଥିତି। ଯେଉଁଠି ସରକାର ଅତିକ୍ରମଣ ଭାଙ୍ଗି ତ ପାରିବେ, କିନ୍ତୁ ଠିକ ଲୋକଙ୍କ ପାଇଁ ନିର୍ମାଣ କରିପାରିବେ ନାହିଁ।"

supreme court

ଏଭଳି ଭଙ୍ଗାରୁଜା କେବଲ ବେଆଇନ ନୁହେଁ ଏହା ଅସାମ୍ୱିଧାମିକ ମଧ୍ୟ। କାରଣ ଏଥିରେ ଲୋକଙ୍କ ଆଶ୍ରୟ ସ୍ଥଳର ଅଧିକାର ଭଳି ସାଧାରଣ ଅଧିକାର ମଧ୍ୟ କ୍ଷୁର୍ଣ୍ଣ ହେଉଛି ବୋଲି କୋର୍ଟ କହିଥିଲେ। ତେଣୁ କୋର୍ଟ ସରକାରଙ୍କୁ ସମସ୍ତ ଆବେଦନକାରୀଙ୍କୁ କ୍ଷତିପୁରଣ ଦେବାକୁ ଆଦେଶ ଦେଇଛନ୍ତି। ଆବେଦକଙ୍କ ମଧ୍ୟରେ ଜଣେ ଓକିଲ, ଜଣେ ପ୍ରଫେସର ଓ ଦୁଇଜଣ ମହିଳା ରହିଛନ୍ତି। ତେବେ ୨୦୨୧ ମସିହାରେ ଲୁକେରଗଞ୍ଜ, ପ୍ରୟାଗରାଜରେ ଥିବା ସେମାନଙ୍କ ଘରକୁ ପୌର ପ୍ରଶାସନ ଭାଙ୍ଗି ଦେଇଥିଲା। ତେଣୁ ସମସ୍ତ ଆବେଦନକାରୀଙ୍କୁ ୧୦ ଲକ୍ଷ ଲେଖାଏଁ ଅନୁକମ୍ପା ମୁଳକ ସହାୟତା ରାଶି ପ୍ରଦାନ କରିବାକୁ ସୁପ୍ରିମ କୋର୍ଟ ରାୟ ପ୍ରଦାନ କରିଛନ୍ତି।

ପ୍ରଥମିକ ସ୍ତରରେ ନିୟମକାନୁନ ନମାନି ଭଙ୍ଗାରୁଜା କରିବା ପାଇଁ ସର୍ବୋଚ୍ଚ ନ୍ୟାୟଳୟ ଉତ୍ତରପ୍ରଦେଶ ସରକାରଙ୍କୁ ଭତ୍ସନା କରିଥିଲେ। ସରକାର ନୋଟିସ ଦେବାର ମାତ୍ର ୨୪ ଘଣ୍ଟା ପରେ ଅତିକ୍ରମଣକୁ ହଟାଇଥିଲେ। ଯେଉଁଥିପାଇଁ ଲୋକମାନଙ୍କୁ କୋର୍ଟରେ ଏହି ମାମଲାକୁ ଚ୍ୟାଲେଞ୍ଚ କରିବାକୁ ସମୟ ମିଳିନଥିଲା। ମାମଲାର ଶୁଣାଣି କରୁଥିବା ବେଞ୍ଚ ଏହାର କଡା ନିନ୍ଦା କରିଥିଲେ।

ଆବେଦନକାରୀମାନେ ବେଞ୍ଚକୁ ସୂଚନା ଦେଇ କହିଥିଲେ ଯେ ମାର୍ଚ୍ଚ ୬ ତାରିଖରେ ସେମାନଙ୍କୁ ଭାଙ୍ଗିବା ନୋଟିସ ମିଳିଥିଲା। ତେବେ ସରକାର ତା ପର ଦିନ ଅର୍ଥାତ ମାର୍ଚ୍ଚ ୭ ତାରିଖରେ ତାଙ୍କ ଗୃହକୁ ଭାଙ୍ଗି ଦେଇଥିଲେ। ଏଣୁ ସେମାନଙ୍କ ନିକଟରେ ଏହାକୁ ନେଇ ଆଉ କେଉଁଠିକୁ ଯିବାକୁ ସମୟ ରହିନଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+