ପୁଣି ପଶ୍ଚିମବଙ୍ଗରେ ଲଜ୍ଜା, ମହିଳା ଡାକ୍ତରଙ୍କୁ ଅସଦାଚରଣ
ପୁଣି ପଶ୍ଚିମବଙ୍ଗରୁ ସାମ୍ନାକୁ ଆସିଲା ଲଜ୍ଜା ଜନକ ଘଟଣା । ଏଥର ମଧ୍ୟ ଜଣେ ମହିଳା ଡାକ୍ତରଙ୍କ ଉପରେ ହୋଇଛି ପାଶବିକ ଅତ୍ୟାଚାର । ସେମିତି ଏକ ମେଡିକାଲ କଲେଜେ, ଜୁନିୟର ମହିଳା ଡାକ୍ତର । ଯାହାଙ୍କ ସହ ହୋଇଛି ଅନ୍ୟାୟ ।
ସୋମବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ଉଲୁବେରିଆ ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଜୁନିଅର ଡାକ୍ତରଙ୍କୁ ଜଣେ ଟ୍ରାଫିକ୍ ହୋମଗାର୍ଡ ଆକ୍ରମଣ କରିଥିଲା । ପୋଲିସର କହିବାନୁଯାୟୀ, ଉଲୁବେରିଆ ଟ୍ରାଫିକ୍ ଗାର୍ଡର ଜଣେ ହୋମଗାର୍ଡ ଶେଖ୍ ବାବୁଲାଲ (୩୫) ତା'ର ଜଣେ ସମ୍ପର୍କୀୟ ମହିଳାଙ୍କୁ ହସ୍ପିଟାଲର ପ୍ରସୂତି ୱାର୍ଡରେ ଭତ୍ତର୍ତ କରିଥିଲା । ତା' ସହିତ ୧୦ ରୁ ୧୨ ଜଣ ଲୋକ ମଧ୍ୟ ଥିଲେ। ସେହି ସମୟରେ ଜଣେ ମହିଳା ଜୁନିଅର ଡାକ୍ତର ୱାର୍ଡରେ ଡ୍ୟୁଟିରେ ଥିଲେ।
ମହିଳା ଡାକ୍ତର ଜଣକ ବାବୁଲାଲର ସମ୍ପର୍କୀୟଙ୍କୁ ଯେତେବେଳେ ପରୀକ୍ଷା କରିସାରିଥିଲେ । ତାପରେ ହଠାତ୍ ଚିକିତ୍ସାକୁ ନେଇ ବାବୁଲାଲ ଓ ତା'ସହ ଆସିଥିବା ଗୋଷ୍ଠୀ ଆକ୍ରମଣାତ୍ମକ ହୋଇପଡ଼ିଥିଲେ । ଅଭିଯୁକ୍ତ ନିଜକୁ ଜଣେ ପୋଲିସ ଅଧିକାରୀ ବୋଲି ଦାବି କରିବା ସହ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ କରିଥିଲା। ଖାଲି ସେତିକି ନୁହେଁ, ଡାକ୍ତରଙ୍କ ହାତ ମୋଡ଼ି ତାଙ୍କ ବେକକୁ ମୁଥ ମାରିଥିଲା । ତାପରେ ହସ୍ପିଟାଲ ବାହାରକୁ ଆସିଲେ ରେପ୍ କରିବ ବୋଲି ଧମକ ମଧ୍ୟ ଦେଇଥିଲା ।

ବାବୁଲାଲର ଏଭଳି ଆଚରଣ ଦେଖି ମହିଳା ଡାକ୍ତର ଜଣକ ଖୁବ୍ ଡରିଯାଇଥିଲେ । ସେଠାରେ ଉପସ୍ଥିତ ଥିବା ନର୍ସ ଏବଂ ୱାର୍ଡ ଆଟେଣ୍ଡାଣ୍ଟମାନେ ବାବୁଲାଲଠାରୁ ମହିଳା ଡାକ୍ତରଙ୍କୁ ଉଦ୍ଧାର କରିଥିଲେ। ପରେ, ଡାକ୍ତର ଜଣକ କାନ୍ଦି କାନ୍ଦି ଘଟଣା ବିଷୟରେ ଜଣାଇଥିଲେ ଏବଂ ସେହି ରାତିରେ ଉଲୁବେରିଆ ପୋଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ ଦାଖଲ କଲେ।
ମହିଳା ଡାକ୍ତର ଜଣକ କହିଛନ୍ତି ଯେ ଘଟଣା ସମୟରେ ୱାର୍ଡ ନିକଟରେ କୌଣସି ସୁରକ୍ଷା କର୍ମୀ ଉପସ୍ଥିତ ନଥିଲେ । ଯାହା ଫଳରେ ଆକ୍ରମଣକାରୀଙ୍କୁ ମାଡ଼ ମାରିବା ପାଇଁ ସହଜ ହୋଇଥିଲା। ସେମାନଙ୍କ ମନରେ ଡର ଭୟ ନଥିଲା । ତେବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତ ପରେ, ହୋମଗାର୍ଡ ବାବୁଲାଲ ଏବଂ ଅନ୍ୟ ଦୁଇ ଜଣ ବ୍ୟକ୍ତିଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି।
ଅନ୍ୟପଟେ ଗ୍ରାମାଞ୍ଚଳ ପୋଲିସ ସୁବିମଲ ପାଲ କହିଛନ୍ତି ଯେ ୩ ଅଭିଯୁକ୍ତଙ୍କୁ ପଚରାଉଚରା କରାଯିବା ପରେ ସେମାନଙ୍କୁ ଗିରଫ କରାଯାଇଥିଲା । ତାପରେ ଉଲୁବେରିଆ କୋର୍ଟରେ ହାଜର କରାଯିବ।












Click it and Unblock the Notifications