ସାନିଆ ମିର୍ଜାଙ୍କୁ ଛାଡପତ୍ର ଦେବା ଚର୍ଚ୍ଚା ମଧ୍ୟରେ ତୃତୀୟ ବିବାହ କଲେ ଶୋଏବ ମଲିକ୍
Shoaib Malik Marriage: ପାକିସ୍ତାନର କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଶୋଏବ ମଲିକଙ୍କ ବିଷୟରେ ଏକ ବଡ ଖବର ପ୍ରକାଶ ପାଇଛି । ସାନିଆ ମିର୍ଜାଙ୍କ ସହ ଛାଡପତ୍ର ଖବର ମଧ୍ୟରେ ତୃତୀୟ ବିବାହ କରିଛନ୍ତି ଶୋଏବ ମଲିକ । ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ତାଙ୍କ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି । ଶୋଏବ ବିବାହ ଫଟୋ ପୋଷ୍ଟ କାଲ ପରେ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି । ତେବେ କିଛି ଦିନ ହେବ ଶୋଏବ ଏବଂ ସାନିଆଙ୍କ ଛାଡପତ୍ର ଖବର ଖୁବ ଚର୍ଚ୍ଚା ସାଉଁଟିଥିଲା ।

ଗତ କିଛି ଦିନ ହେବ ଶୋଏବ ମଲିକ ଏବଂ ସାନିଆ ମିର୍ଜାଙ୍କ ଛାଡପତ୍ରକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଚର୍ଚ୍ଚା ହେଉଥିଲା ଯେ ଉଭୟ ଶୀଘ୍ର ପରସ୍ପରଠାରୁ ଅଲଗା ହେବା ପାଇଁ ଯାଉଛନ୍ତି । ଶୋଏବ ମଲିକ ଏବଂ ଅଭିନେତ୍ରୀ ସନା ଜାଭେଦଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ମଧ୍ୟ ଖବର ମଧ୍ୟ ରହିଥିଲା । ଶୋଏବ ମଲିକ ନିଜ ଇନଷ୍ଟାଗ୍ରାମରେ 20 ଜାନୁଆରୀ ଅର୍ଥାତ୍ ଶୁକ୍ରବାର ଦିନ ନିଜ ତୃତୀୟ ବିବାହର ଫଟୋ ପୋଷ୍ଟ କରିଥିଲେ ।
- Alhamdullilah ♥️
"And We created you in pairs" وَخَلَقْنَاكُمْ أَزْوَاجًا pic.twitter.com/nPzKYYvTcV
— Shoaib Malik 🇵🇰 (@realshoaibmalik) January 20, 2024
ତେବେ ଶୋଏବ ଯେଉଁ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି ତାଙ୍କର ମଧ୍ୟ ଛାଡପତ୍ରା ହୋଇଥିବା ନେଇ ସୂଚନା ରହିଛି । ପାକିସ୍ତାନର ଲୋକପ୍ରିୟ ଅଭିନେତ୍ରୀ ସନା ଜାଭେଦ୍ 2020 ମସିହାରେ ଉମେର ଜେସୱାଲଙ୍କୁ ବିବାହ କରିଥିଲେ। କିନ୍ତୁ ଉଭୟ ଖୁବ୍ ଶୀଘ୍ର ପରସ୍ପରଠୁ ଅଲଗା ହୋଇଯାଇଥିଲେ । ଯାହା ପରେ ଶୋଏବ ଏବଂ ସନାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଶେଷରେ, ଦୁହେଁ ବିବାହ କରିଛନ୍ତି ଏବଂ ବର୍ତ୍ତମାନ ଏହି ସମ୍ପର୍କକୁ ଏକ ନୂଆ ନାମ ମିଳିଛି ।












Click it and Unblock the Notifications