ଏତିକି ଆସନ ହାସଲ କରିବ ବିଜେପି, ଭବିଷ୍ୟବାଣୀ କରିଲେ ଶିବରାଜ୍‌

ଭୋପାଳ: ଦେଶର ପାଞ୍ଚଟି ପର୍ଯ୍ୟାୟ ନିର୍ବାଚନ ସରିଛି । ଆସନ୍ତା ୨୫ରେ ହେବ ଷଷ୍ଟ ପର୍ଯ୍ୟାୟ ନିର୍ବାଚନ । ବର୍ତ୍ତାମାନ ବାକି ପର୍ଯ୍ୟାୟ ନିର୍ବାଚନ ଲାଗି ଜୋରଦାର ପ୍ରଚାର କରୁଛନ୍ତି ସବୁ ରଜନୈତିକ ଦଳ । ଆଉ ନିର୍ବାଚନୀ ମାହୋଲ ମଧ୍ୟରେ ଏକ ବଡ଼ ବୟାନ ଦେଇଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ।

ସେ ଗୁରୁବାର ଲୋକ ସଭା ନିର୍ବାଚନ ସମ୍ପର୍କରେ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି ଯେ କେବଳ ବିଜେପି ୩୭୦ ଟି ଆସନ ପାଇବ ଏବଂ ଏନଡିଏ ସହିତ ଆମେ ୪୦୦ ରୁ ଅଧିକ ସିଟ ପାଇବୁ । ଶିବରାଜ ସିଂ ଚୌହାନ କହିଛନ୍ତି ଯେ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବେ ।

shivraj singh chouhan

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସମେତ ବହୁ ବିଜେପି ନେତା ବିଜୟ ଦାବି କରିଛନ୍ତି ।ବୁଧବାର ଦିଲ୍ଲୀରେ ରାଲି କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ଦାବି କରିଛନ୍ତି ଯେ ପାଞ୍ଚ ପର୍ଯ୍ୟାୟ ନିର୍ବାଚନ ପରେ ଲୋକମାନେ ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ ଆଲାଇନ୍ସ ସରକାର ଚୟନ କରିଛନ୍ତି । ଆମେ ସଂଖ୍ୟାଗରିଷ୍ଠତା ପାଇବାକୁ ଯାଉଛୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+