ସିଏମ ବାସ ଭବନକୁ ଖୋଳିଲେ ବାହାରିବ ଶିବଲିଙ୍ଗ, ଜାଣନ୍ତୁ କାହିଁକି ଏମିତି କହିଲେ ଅଖିଳେଶ
ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ରବିବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ସେ କିହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ନୌ ସ୍ଥିତ ସରକାରୀ ବାସଭବନ ତଳେ ଏକ 'ଶିବଲିଙ୍ଗ' ଅଛି, ଏବଂ ଏହାକୁ ଖନନ କରାଯିବା ଉଚିତ। ନିକଟରେ ଉତ୍ତର ପ୍ରଦେଶରେ ହୋଇଥିବା ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣକୁ ନେଇ ଅଖିଳେଶ ଏହି କଟାକ୍ଷ କରିଛନ୍ତି। ସମ୍ଭଲ ମାମଲାକୁ ଦୃଷ୍ଟିରେ ରଖି ଯୋଗୀ ସରକାରଙ୍କୁ ଏପରି ଟାର୍ଗେଟ କରିଛନ୍ତି ଏସପି ମୁଖ୍ୟ । ମନ୍ଦିର ମସଜିଦ ବିବାଦକୁ ନେଇ ଅଖିଳେଶ ଲଗାତାର ସ୍ୱର ଉତ୍ତୋଳନ କରି ଆସୁଛନ୍ତି।
ଗତ ସପ୍ତାହରେ, ଉତ୍ତରପ୍ରଦେଶର ସମ୍ୱଲରେ ଖନନ୍ କରି ସର୍ଭେ କରାଯାଉଥିବା ବେଳେ ୧୮୫୭ ବିଦ୍ରୋହର ଯୁଗର ୨୫୦ ଫୁଟ ଗଭୀର ଏକ ଷ୍ଟେପୱେଲ ମିଳିଥିଲା। ଲକ୍ଷ୍ମଣ ଗଞ୍ଜ ଅଞ୍ଚଳରେ ଉକ୍ତ ସ୍ଥାନରେ ଦୁଇଟି ବୁଲଡୋଜର ଖନନ କରିବା ପରେ ଷ୍ଟେପୱେଲ ମିଳିଥିଲା। ଏହାର କିଛିଦିନ ପୂର୍ବରୁ ସେହି ସ୍ଥାନରେ ପ୍ରାଚୀନ ବଙ୍କେ ବିହାରୀ ମନ୍ଦିରର ଧ୍ୱଂସାବଶେଷ ମିଳିଥିଲା।

ତେବେ ରାଜ୍ୟରେ ଏଭଳି ଘଟଣା ନେଇ ଅଖିଳେଶ ଯାଦବ ୟୁପି ସରକାରଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି। ରାଜ୍ୟରେ ବେରୋଜଗାର ଏବଂ କୃଷି ସଙ୍କଟ ସମେତ ଜନସାଧାରଣଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଭ୍ରାନ୍ତ କରିବା ପାଇଁ ଏଭଳି ସର୍ଭେକ୍ଷଣ କରି ଶୋଷଣ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।












Click it and Unblock the Notifications