ବ୍ୟଥା ବଖାଣିଲେ ଶିବରାଜ ସିଂ ଚୌହାନ

ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରଥମ ଥର ପାଇଁ ତାଙ୍କ ନିର୍ବାଚନମଣ୍ଡଳୀ ବୁଦ୍ଧନୀ ବିଧାନସଭାରେ ପହଞ୍ଚିଥିଲେ। ବୁଦ୍ଧନୀ ଶାହଗଞ୍ଜରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଦେଖିବା ମାତ୍ରେ ପ୍ରିୟ ଭଉଣୀମାନେ ତାଙ୍କୁ ଆଲିଙ୍ଗନ କରି କାନ୍ଦିବାକୁ ଲାଗିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରିୟ ଭଉଣୀମାନଙ୍କୁ ସାନ୍ତ୍ୱନା ଦେଇ କହିଥିଲେ ଯେ ବ୍ୟସ୍ତ ହୁଅନ୍ତୁ ନାହିଁ, ମୁଁ ଆପଣଙ୍କ ସହିତ ଅଛି । ଆଉ ଏହି ସମୟରେ ଶିବରାଜ ନିଜ ମନର କଷ୍ଟ ପ୍ରକାଶ କରିଥିଲେ ।

madhya pradesh

ସେ କହିଛନ୍ତି, ମୁଁ ତୁମମାନଙ୍କୁ ଛାଡ଼ି କେଉଁ ଆଡେ ଯାଉ ନାହିଁ। ବ୍ୟସ୍ତ ହୁଅ ନାହିଁ, ମୋ ଜୀବନ ତୁମ ପାଇଁ, ଜନସାଧାରଣଙ୍କ ପାଇଁ, ମୋ ଭଉଣୀମାନଙ୍କ ପାଇଁ, ମୋ ପୁଅ ଏବଂ ଝିଅମାନଙ୍କ ପାଇଁ। ଜଣେ ମୁଖ୍ୟମନ୍ତ୍ରୀ ପଦ ପାଇପାରିବେ ଅବା ହରାଇ ପାରିବେ। କିନ୍ତୁ ମା' ମାମୁଁ ଏବଂ ଭାଇଙ୍କ ପଦକୁ କେହି ଛଡ଼ାଇ ନେଇ ପାରିବେ ନାହିଁ। ଏଠି ରାଜ ତିଲକ ପୂର୍ବରୁ ବନବାସ ହୋଇଯାଏ। କିନ୍ତୁ କୌଣସି ନା କୌଣସି ଉଦ୍ଦେଶ୍ୟର ପୂରଣ ପାଇଁ ଏଭଳି ହୋଇଥାଏ।

ଉଲ୍ଲେଖଯୋଗ୍ୟ ବିଧାନସଭା ନିର୍ବାଚନ ପରେ ମଧ୍ୟପ୍ରଦେଶରେ ଭାରତୀୟ ଜନତା ପାର୍ଟି ନୂଆ ସରକାର ଗଢ଼ିବା ସହ ମୁଖ୍ୟମନ୍ତ୍ରୀ ଚେହେରାକୁ ମଧ୍ୟ ବଦଳାଇ ଦେଇଛି। ଦଳ ଲୋକପ୍ରିୟ ଚେହେରା ଶିବରାଜ ସିଂହଙ୍କୁ ହିଁ ମୁଖଁମନ୍ତ୍ରୀ କରିବ। ଶିବରାଜ ମଧ୍ୟ ଏଥିପାଇଁ ଆଶା କରିଥିଲେ। କିନ୍ତୁ ତାହା ହେଲା ନାହିଁ। ସମସ୍ତଙ୍କୁ ଚକିତ କରି ବିଜେପି ମୋହନ ଯାଦବଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ରୂପେ ବାଛିଥିଲା। ଏଥି ପାଇଁ ମାମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ମଧ୍ୟ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଦିଲ୍ଲୀ ଡକାଇ ତାଙ୍କ ସହ ଆଲୋଚନା କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+