ଶିବସେନା (ୟୁବିଟି) ଘୋଷଣା କଲା ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା
ମୁମ୍ବାଇ: ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରି ସାରିଛନ୍ତି । ଏବେ ସବୁ ଦଳ ସେମାନଙ୍କର ପାର୍ଥୀ ତାଲିକା ଘୋଷଣାରେ ରହିଛନ୍ତି ବ୍ୟସ୍ତ । ଆଉ ଆଜି ଆଗାମି ଲୋକସଭା ନିର୍ବାଚନ ପାଇଁ ଶିବସେନା ୟୁବିଟି ଜାରି କରିଛି ତା'ର ପ୍ରଥମ ପ୍ରାର୍ଥୀ ତାଲିକା । ଏହି ତାଲିକାରେ ୧୬ ଜଣ ପ୍ରାର୍ଥୀଙ୍କ ନାମ ରହିଛି
ସୂଚନା ମୁତାବକ କଂଗ୍ରେସ ନେତା ସଞ୍ଜୟ ନିରୁପମ୍ ଯେଉଁ ସ୍ଥାନରୁ ଟିକେଟ୍ ଚାଁହୁଥିଲେ ଶିବସେନା ସେଠାରୁ ଆମୋଲ କୀର୍ତ୍ତିକରଙ୍କୁ ଟିକେଟ୍ ଦେଇଛନ୍ତି । ଶିବସେନା ବୁଲଡାନାରୁ ନରେନ୍ଦ୍ର ଖେଡକର, ମୁମ୍ବାଇ ଦକ୍ଷିଣରୁ ଅରବିନ୍ଦ ସାୱନ୍ତ, ପାର୍ବନୀ ଲୋକସଭା ଆସନରୁ ସଞ୍ଜୟ ଯାଦବ, ୟାଭାତମାଲ ୱାଶିମରୁ ସଞ୍ଜୟ ଦେଶମୁଖ, ସାଙ୍ଗଲିରୁ ଚନ୍ଦ୍ରହାର ପାଟିଲ ଏବଂ ହିଙ୍ଗୋଲି ଆସନରୁ ନାଗେଶ ପାଟିଲକୁ ପ୍ରାର୍ଥୀ କରିଛି ।

ଏହା ବ୍ୟତୀତ ସଂଭାଜୀନଗରରୁ ଚନ୍ଦ୍ରକାନ୍ତ ଖେରେ, ଧାରାଶିବ ଆସନରୁ ଓମରାଜ ନିମ୍ବଲକର, ସିରିଡ଼ିରୁ ଭାଉସାହେବ ୱାଘଚୋର, ନାଶିକରୁ ରାଜାଭାଉ ବାଜେ, ରାୟଗଡରୁ ଅନନ୍ତ ଗୀତେ, ସିନ୍ଧୁଦୁର୍ଗ ରତ୍ନଗିରିରୁ ବିନାୟକ ରାଓ ଏବଂ ଥାନେରୁ ରାଜନ ବିଚାରେ ଟିକେଟ୍ ପାଇଛନ୍ତି । ସେହିପରି ଉତ୍ତର ପୂର୍ବ ମୁମ୍ବାଇରୁ ସଞ୍ଜୟ ଦିନା ପାଟିଲ ଏବଂ ଉତ୍ତର ପଶ୍ଚିମ ମୁମ୍ବାଇରୁ ଆମୋଲ କାର୍ତ୍ତିକର ଦଳୀୟ ପ୍ରାର୍ଥୀ ହେବେ । ଗୋଟିଏ ପଟେ ଉଦ୍ଧବ ଠାକରେ ନେତୃତ୍ୱାଧୀନ ଶିବସେନା ଏହାର ତାଲିକା ପ୍ରକାଶ କରିଛନ୍ତି ।












Click it and Unblock the Notifications