ବଢିଲା ସଂଜୟଙ୍କ ଅଡୁଆ , କୋର୍ଟ ରିମାଣ୍ଡ ସେପ୍ଟେମ୍ବର 5 ଯାଏଁ ବୃଦ୍ଧି
ପୁଣି ଅଡୁଆରେ ଶିବସେନା ସାଂସଦ ସଞ୍ଜୟ ରାଉତ। ପାତ୍ରାଚଲ ଜମି ଦୁର୍ନୀତିରେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସ୍ୱତନ୍ତ୍ର PMLA କୋର୍ଟ ତାଙ୍କ ନ୍ୟାୟିକ ହେପାଜତକୁ ସେପ୍ଟେମ୍ବର 5 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
ମୁମ୍ବାଇ: ପୁଣି ଅଡୁଆରେ ଶିବସେନା ସାଂସଦ ସଞ୍ଜୟ ରାଉତ। ପାତ୍ରାଚଲ ଜମି ଦୁର୍ନୀତିରେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସ୍ୱତନ୍ତ୍ର PMLA କୋର୍ଟ ତାଙ୍କ ନ୍ୟାୟିକ ହେପାଜତକୁ ସେପ୍ଟେମ୍ବର 5 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଜୁଲାଇ 31ରେ ଇଡି ସଂଜୟଙ୍କୁ ଗିରଫ କରିଥିଲା। ରାଉତଙ୍କ ବାସଭବନରେ ଚଢାଉ ସହିତ ପ୍ରାୟ ଆଠ ଘଣ୍ଟା ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିଲା ।

2007ରେ ମହାରାଷ୍ଟ୍ର ହାଉସିଂ ଡେଭଲପମେଣ୍ଟ ଅଥରିଟି ଏବଂ ଗୁରୁ ନିର୍ମାଣକାରୀ କମ୍ପାନୀ ମଧ୍ୟରେ ମୁମ୍ବାଇର ପଶ୍ଚିମ ଉପକଣ୍ଠର ସିଦ୍ଧାର୍ଥ ନାଥରର ପାତ୍ରାଚଲରେ 47 ଏକର ଜମିରେ 672 ପରିବାରର ଘରର ପୁନଃନିର୍ମାଣ ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତିନାମା ଅନୁଯାୟୀ, କମ୍ପାନୀ ସାଢେ ତିନି ହଜାରରୁ ଅଧିକ ଫ୍ଲାଟ ତିଆରି କରି MHADA କୁ ଦେବା ଉଚିତ୍। ଏହା ପରେ ଅବଶିଷ୍ଟ ଜମି ଘରୋଇ ଠିକାଦାରଙ୍କୁ ବିକ୍ରୟ କରାଯାଉଥିଲା। କିନ୍ତୁ ଏଥିରେ ଘୋଟାଲା ହୋଇଥିବା ଅଭିଯୋଗ ପରେ ହୋଇଥିଲା ଚଢାଉ ।












Click it and Unblock the Notifications