କଂଗ୍ରେସ କୁକୁରଙ୍କୁ ଏଠାରେ ପୋତି ଦେବୁ, ଶିବସେନା ବିଧାୟକଙ୍କ ବିବାଦୀୟ ବୟାନ ଚର୍ଚ୍ଚାରେ
Congress News: କଂଗ୍ରେସ ନେତାଙ୍କୁ ନେଇ ବିବାଦୀୟ ବୟାନ ଦେଲେ ଶିବସେନା ବିଧାୟକ । କୁକୁର ବୋଲି କହି କଲେ ସମ୍ବୋଧନ । ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ବିବାଦୀୟ ଭିଡିଓ । ଏକନାଥ ସିନ୍ଦେଙ୍କ ଶିବସେନା ବିଧାୟକ ସଞ୍ଜୟ ଗାଏକ୍ୱାଡ ପୁଣି କଂଗ୍ରେସକୁ କରିଛନ୍ତି ଟାର୍ଗେଟ୍ ।

ବିଧାୟକ ଗାଏକ୍ୱାଡ ଗଣମାଧ୍ୟମ କଥା ହେବା ସମୟପେ କହିଛନ୍ତି 'ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କ ଜିଲ୍ଲାର ମହିଳାମାନଙ୍କ ପାଇଁ ଆୟୋଜିକ ladli behna yojana କାର୍ଯ୍ୟକ୍ରମରେ ଯୋଗ ଦେବେ । ତେବେ ଏହି ସମୟରେ ଯଦି କୌଣସି କଂଗ୍ରେସର କୁକୁର ଏହି କାର୍ଯ୍ୟକ୍ରମରେ ପ୍ରବେଶ କରିବାକୁ ଚେଷ୍ଟା କରନ୍ତି, ତେବେ ମୁଁ ସେମାନଙ୍କୁ ଏଠାରେ ପୋତି ଦେବି। ତାଙ୍କୁ କବର ଦେଇଦେବି।'
ବିଧାୟକଙ୍କର ଏପରି ବିବାଦୀୟ ବୟାନକୁ ଏବେ ସବୁଠି ଆଲୋଚନା । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ନିକଟରେ ସଞ୍ଜୟ ଗାଏକ୍ୱାଡ ରାହୁଲ ଗାନ୍ଧୀଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ।












Click it and Unblock the Notifications