ରାହୁଲଙ୍କ ଜିଭ କାଟିଲେ ମିଳିବ ୧୧ ଲକ୍ଷ,ଶିବସେନା ନେତାଙ୍କ ବିବାଦୀୟ ବୟାନ
Maharashtra Assembly Election 2024 : ରାହୁଲଙ୍କ ଜିଭ କାଟିଲେ ୧୧ଲକ୍ଷ ଦେବି , ଏଭଳି କହି ବିବାଦରେ ଶିବସେନା ବିଧାୟକ। ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ ହେବାରେ ଲାଗିଛି । ଶିବସେନା (ସିନ୍ଦେ ଦଳ) ଏବଂ କଂଗ୍ରେସ ନେତା ମାନେ ପରସ୍ପର ଉପରେ ଆରୋପ ପ୍ରତ୍ୟୋରୋପ କରୁଛନ୍ତି । ଏହି ସମୟରେ ଶିବସେନା ବିଧାୟକ ସଞ୍ଜୟ ଗାଇକୱାଡ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ଏକ ବଡ ଆକ୍ରମଣ କରିଛନ୍ତି ।
ସଞ୍ଜୟ ଗାଏକ୍ୱାଡ କହିଛନ୍ତି, "ଭାରତରେ ସଂରକ୍ଷଣ ଶେଷ କରିବାକୁ ରାହୁଲ ଗାନ୍ଧି ଦେଇଥିବା ବୟାନ ଲୋକଙ୍କ ପ୍ରତି ସବୁଠାରୁ ବଡ଼ ମିଛ। ଗୋଟିଏ ପଟେ ମହାରାଷ୍ଟ୍ରରେ ସଂରକ୍ଷଣ ଦାବି ବଢ଼ୁଥିବା ବେଳେ ଅନ୍ୟପଟେ ରାହୁଲ ଗାନ୍ଧି ଦେଶରେ ସଂରକ୍ଷଣ ବ୍ୟବସ୍ଥା ଶେଷ ହେବ ବୋଲି ବୟାନ ଦେଉଛନ୍ତି। ଏବେ ସେ ଦେଶରୁ ସଂରକ୍ଷଣ ଶେଷ କରିବା କଥା କହି କଂଗ୍ରେସର ଅସଲ ଚରିତ୍ର ସାମ୍ନାକୁ ଆଣିଛନ୍ତି। ଯେକୌଣସି ଲୋକ ରାହୁଲ ଗାନ୍ଧିଙ୍କ ଜିଭ କାଟିବ, ମୁଁ ତାଙ୍କୁ ପୁରସ୍କାର ଆକାରରେ ୧୧ ଲକ୍ଷ ଟଙ୍କା ଦେବି।
"ଗାଇକୱାଡ ଅଭିଯୋଗ କରିଛନ୍ତି ଯେ, ରାହୁଲ ଗାନ୍ଧୀ ସମ୍ବିଧାନ ପୁସ୍ତକ ଦେଖାଇ ମିଥ୍ୟା ପ୍ରଚାର କରୁଛନ୍ତି ଯେ ବିଜେପି ସମ୍ବିଧାନରେ ପରିବର୍ତ୍ତନ ଆଣିବାକୁ ଚାହୁଁଛି । ଏହା ହେଉଛି କଂଗ୍ରେସ, ଯିଏ ଦେଶକୁ ୪ଶହ ବର୍ଷ ପଛକୁ ଠେଲି ଦେବାକୁ ଯୋଜନା କରୁଛି ।ମହାରାଷ୍ଟ୍ରରେ ସିନ୍ଦେ ସେନାର ସହଯୋଗୀ ବିଜେପି କିନ୍ତୁ ଏହି ବୟାନ ଠାରୁ ନିଜକୁ ଦୂରେଇ ରଖିଛି।

ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରଶେଖର ବାୱାନକୁଲେ କହିଛନ୍ତି, "ମୁଁ ଗାଏକ୍ୱାଡଙ୍କ ବୟାନକୁ ସମର୍ଥନ କରୁ ନାହିଁ। ତଥାପି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁ ସଂରକ୍ଷଣର ବିରୋଧରେ ମତ ରଖିଥିଲେ ବୋଲି ଆମେ ଭୁଲି ନାହୁଁ।" କଂଗ୍ରେସ ମୁଖପାତ୍ର ଅତୁଲ ଲଣ୍ଡେ ଗାଇକୱାଡଙ୍କ ବିବୃତ୍ତିକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ସମାଜ ତଥା ରାଜନୀତିରେ ବଞ୍ଚିବାର ସଞ୍ଜୟ ଗାଇକୱାଡଙ୍କର କୌଣସି ଅଧିକାର ନାହିଁ । ଆମେ ଦେଖିବାକୁ ଚାହୁଁଛୁ ମହାରାଷ୍ଟ୍ର ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଗାଇକୱାଡଙ୍କ ବିରୋଧରେ ହତ୍ୟା ଉଦ୍ୟମ ରୁଜୁ କରିବେ କି ନାହିଁ ।












Click it and Unblock the Notifications