ସବୁଠୁ ବଡ ଦାନୀ ତାଲିକାରେ ଆଗରେ ଶିବ ନାଦାର, ପଞ୍ଚମରେ ଓଡିଶାର ସୁବ୍ରତ ବାଗଚୀ
ଆଜି ପ୍ରକାଶ ପାଇଥିବା ଏଡେଲଗିଭ୍ ହୁରୁନ୍ ଫେଲନଥ୍ରୋପୀ ଇଣ୍ଡିଆ ତାଲିକା 2022ରେ 19 ଜଣ ନୂତନ ପ୍ରବେଶକାରୀ ଅଛନ୍ତି । ପଞ୍ଚମ ସ୍ଥାନରେ ଓଡିଆ ପୁଅ ସୁବ୍ରତ ବାଗଚୀ।
ନୂଆଦିଲ୍ଲୀ: ଦେଶର ସବୁଠୁ ଦାନୀ ବିଲେନିୟର ତାଲିକାରେ ପଞ୍ଚମ ସ୍ଥାନରେ ଓଡିଆ ପୁଅ। ଏହି ସୂଚୀରେ ସବୁଠୁ ଆଗରେ ଅଛନ୍ତି ଶିବ ନାଦର । ଏଡଲଗିଭ ହୁରୁନ ଇଣ୍ଡିଆ ଫେଲନଥ୍ରୋପୀ ତାଲିକା 2022 ଅନୁସାରେ ଆଇଟି କମ୍ପାନି ଏସଚିଏଲ ପ୍ରତିଷ୍ଠାତା ଶିବ ନାଦର ବର୍ଷକୁ 1,161 କୋଟି ଟଙ୍କା ଦାନ କରିଛନ୍ତି । ଏହି ହିସାବରେ ଶିବ ନାଦର ଦାନ ବାବଦକୁ ପ୍ରତିଦିନ ତିନି କୋଟି ଟଙ୍କା ଖର୍ଚ୍ଚ କରନ୍ତି ବୋଲି ଜଣାପଡିଛି ।


ଆଇଟି କମ୍ପାନି ମାଇଣ୍ଡଟ୍ରି ସହ ଜଡିତ ସୁସ୍ମିତା ଏବଂ ସୁବ୍ରତୋ ବାଗତୀଙ୍କ ସହ ରାଧା ଏବଂ ଏନଏସ ପାର୍ଥସାରଥୀ 213 କୋଟି ଟଙ୍କା ଲେଖାଏଁ ଦାନ କରି ପଞ୍ଚମ ସ୍ଥାନରେ ରହିଛନ୍ତି । ଏହିପରେ 190 କୋଟି ଦାନ କରି ଚଳିତ ବର୍ଷ ଗୌତମ ଆଦାନୀ ସୂଚୀର ସପ୍ତମ ସ୍ଥାନରେ ଅଛନ୍ତି । ଗୌତମ ଆଦାନୀ ଦେଶର ସବୁଠୁ ଧନୀ ବ୍ୟକ୍ତି ।












Click it and Unblock the Notifications