ସନ୍ଦେଶଖାଲି ହିଂସା: ସିବିଆଇ ହେପାଜତରେ ଶେଖ୍ ଶାହାଜାହାଁ

କୋଲକାତା: ନିଲମ୍ବିତ ଟିଏମସି ନେତା ଶାହାଜାହାନ ଶେଖ ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଅନେକ ଦିନ ଧରି ଲୁଚି ରହିଥିଲେ । ଫେବୃଆରୀ ୨୯ ରେ ପଶ୍ଚିମବଙ୍ଗ ପୋଲିସ ଅଭିଯୁକ୍ତ ଶାହାଜାହାନଙ୍କୁ ଗିରଫ କରିଥିଲା । ବର୍ତ୍ତମାନ ପୋଲିସ ଶାହାଜାହାନଙ୍କୁ ସିବିଆଇକୁ ହସ୍ତାନ୍ତର କରିଛି । ସନ୍ଦେଶଖାଲିରେ ଆଦିବାସୀ ମହିଳାଙ୍କୁ ଯୌନ ନିର୍ଯାତନା, ଜମି ହଡ଼ପ ଏବଂ ଜବରଦସ୍ତ ଚାନ୍ଦା ଆଦାୟ ମାମଲାରେ ଅଭିଯୁକ୍ତ ଟିଏମ୍‌ସି ର ପୂର୍ବତନ ବାହୁବଳୀ ନେତା ଶାଜହାନ ଶେଖ୍‌ଙ୍କୁ ସିବିଆଇକୁ ହସ୍ତାନ୍ତର କରାଯାଇଛି ।

କୋଲକାତା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାର ୨୬ ଘଣ୍ଟା ପରେ ଶେଖଙ୍କୁ ହସ୍ତାନ୍ତର କରାଯାଇଛି । ଇଡି ଅଧିକାରୀଙ୍କୁ ମାଡ ମାରିବା ଘଟଣାରେ ଶାଜହାନ ଗିରଫ ହୋଇଛନ୍ତି । ପଶ୍ଚିମବଙ୍ଗ ସିଆଇଡି ଘଟଣାର ତଦନ୍ତ କରୁଛି । ତେବେ ମଙ୍ଗଳବାର ହାଇକୋର୍ଟ ଶାଜହାନଙ୍କୁ ସିବିଆଇକୁ ହସ୍ତାନ୍ତର କରିବାକୁ ପୋଲିସକୁ କହିଥିଲେ ।

କିନ୍ତୁ ପଶ୍ଚିମବଙ୍ଗ ସରକାର କିମ୍ବା ପୋଲିସ କୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରଥିଲେ । ଏନେଇ ସିବିଆଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ହାଇକୋର୍ଟ ଏହା ଉପରେ ରାୟ ଶୁଣାଇ ଶାଜହାନଙ୍କୁ ବୁଧବାର ଅପରାହ୍ନ ୪.୧୫ ସୁଦ୍ଧା ସିବିଆଇକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Sheikh Shahjahan

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିଏମ୍‌ସିର ନିଲମ୍ବିତ ନେତା ଶାଜହାନଙ୍କର ଜମି, ଆପାର୍ଟମେଣ୍ଟ ସମେତ ୧୨.୭୮ କୋଟି ଟଙ୍କାର ସମ୍ପତ୍ତିକୁ ବାଜ୍ୟାପ୍ତି କରିଛି । ତାଙ୍କର ଦୁଇଟି ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଜବତ ହୋଇଛି । ଗତ ଜାନୁଆରୀ ୫ରେ ଇଡି ଅଧିକାରୀମାନେ ଚଢ଼ାଉ କରିବାକୁ ଯାଇଥିବାବେଳେ ଶାଜହାନଙ୍କ ସମର୍ଥକମାନେ ସେମାନଙ୍କୁ ଆକ୍ରମଣ କରିଥିଲେ ।

ଏହା ପରଠାରୁ ଶାଜହାନ ଫେରାର ହୋଇଯାଇଥିଲେ । ୫୫ ଦିନ ପରେ ସ୍ୱତନ୍ତ୍ର ପୋଲିସ ଟିମ୍ ତାଙ୍କୁ ଗିରଫ କରିବା ପରେ ଟିଏମ୍‌ସି ତାଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବନ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+