ବାଂଲାଦେଶରେ ପଞ୍ଚମ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ଶେଖ୍ ହସିନା
ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପଞ୍ଚମ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ । ବାଂଲାଦେଶ ପ୍ରଧାନମନ୍ତ୍ରୀ ତଥା ଆୱାମୀ ଲିଗ୍ ମୁଖ୍ୟ ଶେଖ୍ ହସିନା ପୁଣିଥରେ କ୍ଷମତା ଦଖଲ କରିବାକୁ ଯାଉଛନ୍ତି ।
ବିରୋଧୀ ଜାତୀୟ ପାର୍ଟି ୧୦ଟି ଆସନ ଏବଂ ସ୍ବାଧୀନମାନେ ୪୫ଟି ଆସନ ଜିତିଥିଲେ । ନିର୍ବାଚନରେ କେବଳ ୪୦ ପ୍ରତିଶତ ମତଦାନ ହୋଇଥିଲା ।
ମୁଖ୍ୟ ବିରୋଧୀ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି (ବିଏନ୍ପି) ଏବଂ ଏହାର ସହଯୋଗୀ ଦଳଙ୍କ ଦ୍ୱାରା ରବିବାର ଦିନ ଅନୁଷ୍ଠିତ ଦ୍ୱାଦଶ ସାଧାରଣ ନିର୍ବାଚନରେ ହାସିନାଙ୍କ ଆଓ୍ବାମୀ ଲିଗ୍ ୨୦୦ଟି ସିଟ୍ ଜିତି ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ହାସଲ କରିଛି ।
ସାଧାରଣ ନିର୍ବାଚନରେ ବିପୁଳ ବିଜୟ ହାସଲ ସହ ହସିନା ପଞ୍ଚମ ଥର ପାଇଁ ସରକାର ଗଠନ କରିବା ରାସ୍ତା ସଫା ହୋଇଯାଇଛି । ୨୦୦୯ ମସିହାରୁ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଦକ୍ଷିଣ ଏସୀୟ ରାଷ୍ଟ୍ରରେ ଶାସନ କରୁଥିବା ପ୍ରଧାନମନ୍ତ୍ରୀ ହସିନା କ୍ରମାଗତ ପଞ୍ଚମ ଥର ପାଇଁ ବିଜୟୀ ହୋଇ ନୂଆ ରେକର୍ଡ କରିଛନ୍ତି।

୭୬ ବର୍ଷୀୟା ହସିନା ୨,୪୯,୯୬୫ ଖଣ୍ଡ ଭୋଟ୍ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବାଂଲାଦେଶ ସୁପ୍ରିମ୍ ପାର୍ଟିର ଏମ୍ ନିଜାମ ଉଦ୍ଦିନ ଲସ୍କର ମାତ୍ର ୪୬୯ ଖଣ୍ଡ ଭୋଟ୍ ପାଇଛନ୍ତି। ଗୋପାଳଗଞ୍ଜ ୧୯୮୬ ପରଠାରୁ ସେ ଅଷ୍ଟମ ଥର ପାଇଁ ଗୋପାଳଗଞ୍ଜ-୩ ଆସନରୁ ବିଜୟୀ ହୋଇଛନ୍ତି । ଦେଶର ଅଧିକାଂଶ ଆସନରେ ଶାସକ ଆୱାମୀ ଲିଗ୍ ପ୍ରାର୍ଥୀ ଆଗୁଆ ଅଛନ୍ତି ।
ଅନ୍ୟପକ୍ଷରେ ମୁଖ୍ୟ ବିରୋଧୀ ଦଳ ଚଳିତ ନିର୍ବାଚନ ପରିଣାମକୁ ପ୍ରତ୍ୟାଖ୍ୟାନ କରିବା ସହ ନିରପେକ୍ଷ ନିର୍ବାଚନ ପାଇଁ କୌଣସି ସୁଯୋଗ ନଥିଲା ବୋଲି କହିଛି। ବାଂଲାଦେଶ ନିର୍ବାଚନ କମିସନ ପ୍ରବକ୍ତା କହିଛନ୍ତି, ଆୱାମୀ ଲିଗ୍ ୫୦ ପ୍ରତିଶତ ଆସନରେ ବିଜୟୀ ହୋଇସାରିଛି।
ଚଳିତ ନିର୍ବାଚନରେ ଏହା ଦେଶବ୍ୟାପୀ ହିଂସାକାଣ୍ଡ ଘଟାଇଛି। ବିଏନ୍ପିର ନେତୃତ୍ୱ ନେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆ, ଯିଏ କି ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ଗୃହବନ୍ଦୀ ଅଛନ୍ତି ।












Click it and Unblock the Notifications