ବାଂଲାଦେଶ ଫେରିବେ ଶେଖ୍ ହସିନା ; ସମର୍ଥନରେ ଆନ୍ଦୋଳନ, ଗୁଳିଚାଳନା କଲା ସେବା

ଶେଖ ହସିନାଙ୍କ ସମର୍ଥନରେ ଆନ୍ଦୋଳନ। ଛାତ୍ର ଆନ୍ଦୋଳନ ଉଗ୍ର ଓ ହିଂସାତ୍ମକ ହେବା ପରେ ନିଜ ଦେଶ ଛାଡ଼ି ଭାରତରେ ଆଶ୍ରୟ ନେଇଛନ୍ତି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା। ଏବେ ବାଂଲାଦେଶରେ ଅନ୍ତରୀଣ ସରକାର ଗଠନ ହୋଇଛି। ତେବେ ସେଠାରେ ହିଂସାକାଣ୍ଡ ଜାରି ରହିଛି। ବିଶେଷକରି ହସିନା ଆୱାମୀ ଲିଗର ନେତା ଓ କର୍ମୀଙ୍କୁ ଟାର୍ଗେଟ୍ କରାଯାଉଛି।

Sheikh Hasina

କିଛି ଦିନ ତଳେ ଖବର ଆସିଥିଲା ଯେ, ଆୱାମୀ ଲିଗ୍ର ପ୍ରାୟ ୨୦ ନେତାଙ୍କୁ ହତ୍ୟା କରାଯାଇଥିଲା। ଫଳରେ ଭୟର ଏକ ବାତାବରଣ ଖେଳିଯାଇଥିଲା। ହେଲେ ଏବେ ଏକ ନୂଆ ଖବର ଆସିଛି। ହସିନାଙ୍କ ସମର୍ଥନରେ ଓ ତାଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ ଆନ୍ଦୋଳନ ଆରମ୍ଭ ହୋଇଛି। ଆୱାମୀ ଲିଗର ନେତା ଓ କର୍ମୀମାନେ ହଜାର ହଜାର ସଂଖ୍ୟାରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏହାସହ ସେମାନେ ଶେଖ ହସିନାଙ୍କ ସମର୍ଥନରେ ରାଲି କରିବା ସହ ତାଙ୍କୁ ଦେଶକୁ ଫେରାଇ ଆଣିବାକୁ ଦାବି କରିଛନ୍ତି।

ପ୍ରତିବାଦକାରୀମାନେ ଢାକା ଓ ଖୁଲନା ମଧ୍ୟରେ ଥିବା ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଏହି ପ୍ରତିବାଦ ବେଳେ ସେନା ଗାଡ଼ି ଉପରକୁ ମଧ୍ୟ ଆକ୍ରମଣର ଖବର ମିଳିଛି। ସେନା ପକ୍ଷରୁ ମଧ୍ୟ ପ୍ରତିବାଦକାରୀଙ୍କ ଉପରେ ଗୁଳିଚାଳନା ହୋଇଛି। ଏଥିରେ ୧୫ ଜଣ ଆହତ ହୋଇଛନ୍ତି। ହସିନା ଏବେ ଭାରତରେ ଅଛନ୍ତି। ତେବେ ଆଗକୁ ତାଙ୍କର କ'ଣ ପଦକ୍ଷେପ ହେବ, ତାକୁ ନେଇ ଚର୍ଚ୍ଚା ଜାରି ରହିଛି। ହସିନା ବ୍ରିଟେନରେ ଶରଣ ନେଇପାରନ୍ତି ବୋଲି ପ୍ରଥମେ ଚର୍ଚ୍ଚା ହେଉଥିଲା। ହେଲେ ହସିନାଙ୍କ ପୁଅ ଏହି ଖବରକୁ ଖଣ୍ଡନ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+