ଭାରତ ଛାଡି ଋଷ ଯିବେ ଶେଖ୍ ହାସିନା !

Bangladesh Crisis: ଭାରତ ଛାଡି ଋଷ ଯାଇପାରନ୍ତି ଶେଖ୍ ହାସିନା । ଏହା ପୂର୍ବରୁ ଲଣ୍ତନ ଯିବା ନେଇ ଖବର ରହିଥିଲା ହେଲେ ବର୍ତ୍ତମାନ କିଛି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଉଛି ଯେ, ଶେଖ୍ ହାସିନା ଭାରତ ଛାଡି ଋଷରେ ନେଇ ପାରନ୍ତି ଶରଣ । ଅନ୍ୟପଟେ ବାଂଲାଦେଶରେ ବଢୁଥିବା ହିଂସାକୁ ନେଇ ଚିନ୍ତାରେ ଭାରତ । ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣ ଓ ୧୯ ହଜାରରୁ ଅଧିକ ପ୍ରବାସୀ ଭାରତୀୟଙ୍କ ସୁରକ୍ଷାକୁ ନେଇ ଏବେ ଚିନ୍ତାରେ ଭାରତ ।

ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ସଂସଦରେ ସୂଚନା ଦେଇଥିଲେ ଯେ, ବାଂଲାଦେଶର ରାଜନୈତିକ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ଏବଂ ଉଭୟ ଦେଶର ସୀମାରେ ମଧ୍ୟ ସୁରକ୍ଷା ଅଧିକ କଡ଼ାକଡ଼ି କରାଯାଇଛି । ଅନ୍ୟପଟେ ହିଂସା ମଧ୍ୟରେ ଢାକାକୁ ସ୍ୱାଭାବିକ ହୋଇଛି ବିମାନ ଉଡ଼ାଣ । ଏପରିକି ବାଂଲାଦେଶରୁ କିଛି ପ୍ରବାସୀ ଭାରତ ମଧ୍ୟ ଫେରିଛନ୍ତି ।

Sheikh Hasina

ସୂଚନା ଅନୁସାରେ, ବାଂଲାଦେଶରେ ସଂରକ୍ଷଣ ବିରୋଧୀ ଛାତ୍ର ଆନ୍ଦୋଳନ ଏବଂ ଦେଶବ୍ୟାପୀ ହିଂସାରେ ୩୦୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+