ଏହି କାରଣରୁ ବିମାନ ବନ୍ଦରରୁ ବନ୍ଧା ହେଲେ କଂଗ୍ରେସ ସାଂସଦ ଶଶି ଥରୁରରଙ୍କ ପିଏ
Shashi Tharoor PA Shiv Kumar: ଏୟାରପୋର୍ଟରୁ ଗରିଫ ହେଲେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କ ପିଏ । ବିଦେଶରୁ ସୁନା ଚୋରା ଚାଲାଣ କରୁଥିବା ବେଳେ ଦିଲ୍ଲୀ ବିମାନବନ୍ଦରରୁ ସେ ଧରାପଡିଛନ୍ତି । କଷ୍ଟମ ବିଭାଗର ସୂଚନା ଦେଇଛି କହିଛନ୍ତି ଯେ, ଦୁବାଇରୁ ଫେରୁଥିବା ସମୟରେ ଶିଶି ଥରୁକଙ୍କ ପିଏ ଶିବ କୁମାରଙ୍କୁ ଦିଲ୍ଲୀ ବିମାନବନ୍ଦରରୁ ଗିରଫ କରାଯାଇଛି । ତାଙ୍କ ନିକଟରୁ ନିର୍ଦ୍ଧାରିତ ସୀମା ଠାରୁ ଅଧିକ ସୁନା ମିଳିଛି ।

କଷ୍ଟମ ବିଭାଗ ଅଧିକାରୀ ଶିବ କୁମାରଙ୍କୁ ସୁନାର ବିଲ୍ ବା ଡକ୍ୟୁମେଣ୍ଟ ମାଗିଛନ୍ତି । ଏତେ ପରିମାଣରେ ସୁନା କେଉଁଠୁ ଆଣିଲେ ବୋଲି ତାଙ୍କୁ ପ୍ରଶ୍ନ କରାଯାଇଥିଲା । ଏହି ମାମଲାକୁ ନେଇ ବର୍ତ୍ତମାନ ତଦନ୍ତ ଜାରି ରହିଛି । ତେବେ ତାଙ୍କ ପାଖରୁ ପ୍ରାୟ 55 ଲକ୍ଷ ଟଙ୍କାର ସୁନା ଜବତ କରାଯାଇଛି ।
While I am in Dharamshala for campaigning purposes, I was shocked to hear of an incident involving a former member of my staff who has been rendering part-time service to me in terms of airport facilitation assistance. He is a 72 year old retiree undergoing frequent dialysis and…
— Shashi Tharoor (@ShashiTharoor) May 30, 2024
ଏହି ମାମଲାକୁ ଏବଂ ଶିବ କୁମାରଙ୍କ ଗିରଫଦାରୀକୁ ନେଇ କଂଗ୍ରେସ ନେତା ଶଶି ଥରୁର ପ୍ରତିକ୍ରିୟା ରଖିଛନ୍ତି । ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ବୋଲି କହିଛନ୍ତି। କେରଳର ତିରୁବନନ୍ତପୁରମ୍ ଆସନରୁ ବର୍ତ୍ତମାନର ସାଂସଦ ଶଶି ଥରୁର୍ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଯେତେବେଳେ ମୁଁ ନିର୍ବାଚନ ପ୍ରଚାର ପାଇଁ ଧରମଶାଲାରେ ଥିଲି, ସେତେବେଳେ ମୋର ଜଣେ ପୂର୍ବତନ କର୍ମଚାରୀଙ୍କ ସହ ଜଡିତ ଏକ ଘଟଣା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି।
ଏହି ବ୍ୟକ୍ତି ମୋତେ ବିମାନବନ୍ଦର ସୁବିଧା ସହାୟକ ଭାବରେ ପାର୍ଟ ଟାଇମ୍ ସେବା ଦେଉଥିଲେ । ସେ ଜଣେ 72 ବର୍ଷ ବୟସ୍କା ଅବସରପ୍ରାପ୍ତ ବ୍ୟକ୍ତି ଏବଂ ଡାଏଲିସିସ୍ କାରଣରୁ ତାଙ୍କୁ ପାର୍ଟ ଟାଇମରେ ରଖାଯାଇଥିଲା ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଇନକୁ ନିଜ କାର୍ଯ୍ୟ କରିବା ଉଚିତ । ବାସ୍ତବରେ ଶଶି ଥରୁରଙ୍କ ବ୍ୟକ୍ତିଗତ ସହାୟକ ଶିବ କୁମାରଙ୍କୁ ଆଇଜି ବିମାନ ବନ୍ଦରରୁ କଷ୍ଟମ ବିଭାଗ ଗିରଫ କରିଛି । ଶଶି ଥରୁରଙ୍କ ବ୍ୟକ୍ତିଗତ ସହାୟକ ଶିବ କୁମାର ଆଇଜି ବିମାନବନ୍ଦରର ଜଣେ ପରିଚିତ ବ୍ୟକ୍ତିଙ୍କଠାରୁ ବିଦେଶରୁ ଆଣିଥିବା ସୁନା ହସ୍ତାନ୍ତର କରୁଥିଲେ ଏବଂ ଏହି ସମୟରେ ତାଙ୍କୁ ଅଟକ ରଖାଯାଇଥିଲା। ଏହାର ମୂଲ୍ୟ ପ୍ରାୟ 55 ଲକ୍ଷ ଟଙ୍କା ।












Click it and Unblock the Notifications