ଏମର୍ଜେନ୍ସିକୁ 'କଳା ଦିନ' ସମ୍ବୋଧିତ କଲେ ବାଚସ୍ପତି, ଶଶି ଥରୁର କହିଲେ ଏହା...

ନୂଆଦିଲ୍ଲୀ: ଦ୍ୱିତୀୟ ଥର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ଓମ୍ ବିର୍ଲା । ସଂସଦ ଅଧିବେଶନର ତୃତୀୟ ଦିନ ନେଇ ସକାଳ ଠାରୁ ଆଲୋଚନା ହୋଇଥିଲା । ଦେଶର ଜରୁରୀ ପରିସ୍ଥିତି ବା ଏମର୍ଜେନ୍ସିର ୪୯ ବର୍ଷ ପୂର୍ତ୍ତି ଅବସରରେ ସଂସଦ ଅଧିବେଶନରେ ଏହି ଦିନକୁ ମନେ ପକାଇଛନ୍ତି ନବନିର୍ବାଚିତ ବାଚସ୍ପତି ଓମ୍ ବିର୍ଲା ।

ଲୋକସଭାର ବାଚସ୍ପତି ଭାବେ ଦ୍ୱିତୀୟ ଇନିଂସ ଆରମ୍ଭର ପ୍ରଥମ ଦିନରେ ସମ୍ବିଧାନର ଏହି ସମୟକୁ 'କଳା ଦିନ' ଭାବେ ସମ୍ବୋଧିତ କରିଛନ୍ତି ବାଚସ୍ପତି । ଆଉ ବର୍ତ୍ତମାନ କଂଗ୍ରେସ ନେତା ଶଶି ଥରୁର ଓମ ବିର୍ଲାଙ୍କ ଶୈଳୀକୁ ପସନ୍ଦ କରି ନାହାନ୍ତି । ସେ ଏହାକୁ ଏକ ଖରାପ ଆରମ୍ଭ ବୋଲି କହିଛନ୍ତି । ଶଶି ଥରୁର ଜରୁରୀକାଳୀନ ପରିସ୍ଥିତି ବିରୋଧରେ ସଂସଦରେ ସ୍ଲୋଗାନକୁ ସମାଲୋଚନା କରି ସେ କହିଛନ୍ତି ନୂତନ ସଂସଦ ଅଧିବେଶନ ପାଇଁ ଏହା ଭଲ ଆରମ୍ଭ ନୁହେଁ ।

Shashi Tharoor

ବର୍ତ୍ତମାନ ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଗୃହ ଭିତରେ ସମସ୍ତେ ସହମତି ବିଷୟରେ କହୁଥିଲେ । ସମସ୍ତେ କହିଥିଲେ ଆମେ ଏକାଠି କାମ କରିବା ଏବଂ ଲୋକଙ୍କ ସ୍ୱର ହେବା । ଏହା ପରେ, ବାଚସ୍ପତି ଯାହା କହିଥିଲେ ତାହା ଅନେକ ଲୋକ ଭୁଲ୍ ବୋଲି ବିବେଚନା କରିଥିଲେ । ଏବେ ବାହାରେ ଚାଲିଥିବା ସ୍ଲୋଗାନ କେବଳ ରାଜନୀତି ।

ଜରୁରୀକାଳୀନ ପରିସ୍ଥିତିକୁ ୪୯ ବର୍ଷ ବିତିଗଲାଣି । ଆସନ୍ତା ବର୍ଷ ୫୦ ବର୍ଷ ସମ୍ପୂର୍ଣ୍ଣ ହେବ । ୪୯ ବର୍ଷ ପୂର୍ବେ ହୋଇଥିବା ଇତିହାସକୁ ବିରୋଧ କରିବାକୁ କିମ୍ବା ଆଜି ଏବଂ ଆସନ୍ତାକାଲି ବିଷୟରେ ଆଲୋଚନା କରିବାକୁ ଆମେ ଆଜି ସଂସଦକୁ ଆସିଛୁ ବୋଲି ଥରୁର ପ୍ରଶ୍ନ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+