Get Updates
Get notified of breaking news, exclusive insights, and must-see stories!

ସୁନା ଚୋରା ଚାଲାଣ ମାମଲାରେ ମୁହଁ ଖୋଲିଲେ ଶଶି ଥରୁର

ନୂଆଦିଲ୍ଲୀ: ସୁନା ଚୋରା ଚାଲାଣ ମାମଲାରେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ନେଇ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ଶଶି ଥରରୁ । ଗିରଫ ବ୍ୟକ୍ତି ନିଜକୁ ଥରୁରଙ୍କ ଆସିଷ୍ଟାଣ୍ଟ(ସହକାରୀ) ବୋଲି ଦାବି କରୁଥିବା ବେଳେ ଏହାକୁ ସେ ଖଣ୍ଡନ କରିଛନ୍ତି । ଏଥିସହ ଯାଞ୍ଚ ପ୍ରକ୍ରିୟାରେ ତଦନ୍ତକାରୀ ସଂସ୍ଥାକୁ ପୂର୍ଣ୍ଣ ସହାୟତା ଯୋଗାଇ ଦେବେ ବୋଲି ଥରୁର କହିଛନ୍ତି ।

ସାଂସଦ ଥରୁର ଏନେଇ ଏକ ସୋସିଆଲ ମିଡିଆରେ ପୋଷ୍ଟ କରି ପ୍ରତିକ୍ରିୟା ରଖିଛନ୍ତି । ମୁଁ ନିର୍ବାଚନୀ ପ୍ରଚାର ପାଇଁ ଧର୍ମଶାଳାରେ ଥିବାବେଳେ ମୋର ଜଣେ ପୂର୍ବତନ କର୍ମଚାରୀ ସୁନା ଚୋରା ଚୋଲାଣରେ ଗିରଫ ହୋଇଛନ୍ତି । ଯାହା ଶୁଣିବା ପରେ ମୋତେ ଆଶ୍ଚର୍ଯ୍ୟ ଲାଗିଥିଲା । କହିବାକୁ ଗଲେ ସେ ମୋର ବର୍ତମାନ କର୍ମଚାରୀ ନୁହଁନ୍ତି ,

ଉକ୍ତ ବ୍ୟକ୍ତି ପୂର୍ବରୁ ବିମାନବନ୍ଦରରେ ସହାୟତା ପ୍ରଦାନକାରୀ ଭାବେ କାର୍ଯ୍ୟ କରୁଥିଲେ । ସେ ଆହୁରି କହିଛନ୍ତି, ଗିରଫ ଶିବ କୁମାର ଜଣେ ୭୨ ବର୍ଷୀୟ ଅବସରପ୍ରାପ୍ତ ବ୍ୟକ୍ତି । ତାଙ୍କର ଡାଏଲିସିସ୍ ଦରକାର ପଡୁଥିବାରୁ ସହାୟତା ଦୃଷ୍ଟିରୁ ତାଙ୍କୁ ପାର୍ଟ ଟାଇମ୍ ଆଧାରରେ ନିଯୁକ୍ତି ଦିଆଯାଇଥିଲା ।

shashi tharoor

ନ୍ୟୁଜ୍ ଏଜେନ୍ସି ମୁତାବକ, ମେ' ୨୯ରେ ଦିଲ୍ଲୀ ବିମାନବନ୍ଦରରେ କଷ୍ଟମ ବିଭାଗ ଦୁଇ ଜଣଙ୍କୁ ସନ୍ଦେହରେ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ ପ୍ରାୟ ୫୦୦ ଗ୍ରାମ ସୁନା ମିଳିଥିଲା । ଗିରଫ ଦୁଇ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଶିବ କୁମାର ବୋଲି ଜଣାପଡ଼ିଛି । ଶିବ କୁମାର ଦାବି କରିଛନ୍ତି ଯେ ସେ କଂଗ୍ରେସ ନେତା ଶଶି ଅରୁରଙ୍କ ପିଏ । ଅର୍ଧକାରୀମାନେ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା କରୁଛନ୍ତି ।

ଏହି ପ୍ରସଙ୍ଗରେ କଷ୍ଟମ ବିଭାଗ ମଧ୍ୟ ବିବୃତ୍ତି ଜାରି କରିଛି । ବିଭାଗ କହିଛି ଯେ ସନ୍ଦେହ ହେବାରୁ ଆଇଜିଆଇ ବିମାନବନ୍ଦରରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ସୁନା ଚୋରା ଚାଲାଣ ମାମଲା ରୁଜୁ କରାଯାଇଛି । ମେ' ୨୯ରେ ଟିଜି-୩୨୩ ବିମାନରେ ସେ ବ୍ୟାଙ୍କକରୁ ଦିଲ୍ଲୀରେ ପହଞ୍ଚିଥିଲେ । ଯାଞ୍ଚରେ ଅନ୍ୟ ଜଣଙ୍କର ସମ୍ପୃକ୍ତ ଥିବା ମଧ୍ୟ ଜଣାପଡିଥିଲା । ସେ ଯାତ୍ରୀଙ୍କୁ ନେବା ପାଇଁ ବିମାନବନ୍ଦର ଆସିଥିଲେ ଏବଂ ଚୋରା କାରବାରରେ ସାହାଯ୍ୟ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+