ପରଭେଜ ମୁଶରଫଙ୍କୁ ନେଇ ଶଶି ଥରୁରଙ୍କ ଟ୍ୱିଟ୍, ବିଜେପି କଲା ଟେର୍ଗେଟ୍
ଥରେ ମୁଶାରଫ ରାହୁଲ ଗାନ୍ଧୀଙ୍କୁ ଜଣେ ଭଦ୍ର ବ୍ୟକ୍ତି ବୋଲି କହିଥିଲେ ବୋଧହୁଏ ସେଥି ପାଇଁ ମୁଶାରଫ କଂଗ୍ରେସର ପ୍ରିୟ: ବିଜେପି ଜାତୀୟ ମୁଖପାତ୍ର

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫଙ୍କର ରବିବାର ଅର୍ଥାତ୍ ଫେବୃଆରୀ ୫ରେ ଦୁବାଇର ଏକ ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ସେ ଦୀର୍ଘ ବର୍ଷ ଧରି ଗୁରୁତର ରୋଗରେ ପୀଡିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା ।
କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଟ୍ୱିଟ୍ କରି ମୁଶରଫଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ଏବଂ ବର୍ତ୍ତମାନ ତାଙ୍କର ଏହି ଟ୍ୱିଟ୍ ଚହଳ ସୃଷ୍ଟି କରିଛି । ଏହି ଟ୍ୱିଟ୍ ପାଇଁ ବିଜେପି କଂଗ୍ରେସକୁ ଟାର୍ଗେଟ୍ କରିଛି । ତେବେ ନିଜ ମତ ପାଇଁ ସବୁ ବେଳେ ଚର୍ଚ୍ଚାରେ ରହୁଥିବା କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଟ୍ୱିଟ୍ କରି ମୁଶରଫଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ତାଙ୍କୁ ଶାନ୍ତି ରାଷ୍ଟ୍ରଦୂତ ଭାବରେ ସମ୍ବୋଧନ କରିଛନ୍ତି । ତାଙ୍କର ଏହି ଟ୍ୱିଟ୍ ପାଇଁ ଏବେ ତାଙ୍କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି । ସେପଟେ କଂଗ୍ରସ ସାଂସଦଙ୍କ ଟ୍ୱିଟକୁ ବିରୋଧ କରି ବିଜେପି ଜାତୀୟ ମୁଖପାତ୍ର ଶାହାଜାଦ ପୁନାୱାଲା କଂଗ୍ରେସ ଉପରେ ବର୍ଷିଛନ୍ତି । ସେ ଶଶି ଥରୁରଙ୍କୁ ପାକିସ୍ତାନର ଶୁଭେଚ୍ଛୁ ବୋଲି କହିଛନ୍ତି ।
ଶଶି ଥରୁରଙ୍କ ଟ୍ୱିଟ୍
ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫଙ୍କ ମୃତ୍ୟୁକୁ ସମବେଦନା ଜଣାଇ ରବିବାର ଦିନ କଂଗ୍ରେସ ସାଂସଦ ଶଶି ଥରୁର ଟ୍ୱିଟ୍ କରି ଲେଖିଛନ୍ତି ଯେ, ଭାରତର ଜଣେ ବଡ଼ ଶତ୍ରୁ ମୁଶରଫ, ୨୦୦୨ ରୁ ୨୦୦୭ ମଧ୍ୟରେ ସେ ଶାନ୍ତିଦୂତ ସାଜିଥିଲେ । ତାଙ୍କର ଏହି ଟ୍ୱିଟ୍ ପରେ ପୁଣି କଂଗ୍ରେସ ଉପରେ ବର୍ଷିଛି ବିଜେପି । ବିଜେପି ଜାତୀୟ ମୁଖପାତ୍ର ଶାହାଜାଦ ପୁନାୱାଲା ଶଶି ଥରୁରଙ୍କୁ ଟାର୍ଗେଟ୍ କରିବା ସହ ଟ୍ୱିଟ୍ କରି କଂଗ୍ରେସକୁ ସମାଲୋଚନା କରିଛନ୍ତି । ସେ ଲେଖିଛନ୍ତି, ଥରେ ମୁଶାରଫ ରାହୁଲ ଗାନ୍ଧୀଙ୍କୁ ଜଣେ ଭଦ୍ର ବ୍ୟକ୍ତି ବୋଲି କହିଥିଲେ ବୋଧହୁଏ ସେଥି ପାଇଁ ମୁଶାରଫ କଂଗ୍ରେସର ପ୍ରିୟ । କଂଗ୍ରେସର ଏପରି ପାକିସ୍ତାନ ପ୍ରତି ଭଲ ପାଇବା ଦେଖି ଆଶ୍ଚର୍ଯ୍ୟ ଲାଗୁଛି ବୋଲି କହିଛନ୍ତି ବିଜେପି ଜାତୀୟ ମୁଖପାତ୍ର ।












Click it and Unblock the Notifications