Get Updates
Get notified of breaking news, exclusive insights, and must-see stories!

କଂଗ୍ରେସଠାରୁ ପୁଣି ଭିନ୍ନ ଶଶି ଥରୁରଙ୍କ ମତ, ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କୁ ହଟାଇବା ବିଲ୍ ଉପରେ ଦଳରେ ମତଭେଦ

ଅନେକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଥିବା ଏବଂ ପାର୍ଟି ଆଭିମୁଖ୍ୟରୁ ହଟି ବୟାନ ଦେଉଥିବା କଂଗ୍ରେସର ସାଂସଦ ଶଶି ଥରୁର ପୁଣି ଥରେ ନିଜ ପାର୍ଟି ଲାଇନଠୁ ହଟି ବଡ ବୟାନ ଦେଇଛନ୍ତି । ଥରୁର ଦାଗୀ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀଙ୍କୁ ପଦରୁ ହଟାଇବା ସମ୍ବନ୍ଧିତ ପ୍ରସ୍ତାବିତ ବିଧେୟକର ସମର୍ଥନ କରିଛନ୍ତି । ଏନଡିଟିଭି ସହ ଆଲୋଚନା ବେଳେ ଥରୁର କହିଛନ୍ତି, ଯଦି ଆପଣ ୩୦ ଦିନ ଜେଲରେ ବିତାଇଛନ୍ତି ତେବେ କଣ ଆପଣ ମନ୍ତ୍ରୀ ପଦରେ ରହି ପାରିବେ ? ଏହା ତ ସାଧାରଣ କଥା, ଏଥିରେ ମୋତେ କିଛି ଭୁଲ୍ ଲାଗୁ ନାହିଁ ।

ସରକାର ବୁଧବାର ଲୋକସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରିବାକୁ ଯାଉଛନ୍ତି। ଏହି ବିଲ୍ ଅନୁଯାୟୀ, ଯଦି ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ରାଜ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଏ, ତେବେ ସେମାନଙ୍କୁ ସେମାନଙ୍କ ପଦରୁ ଇସ୍ତଫା ଦେବାକୁ ପଡିବ। ଗିରଫ ହେବା ପରେ ଏହି ନିୟମ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ। ଗୁରୁତର ଅପରାଧିକ ଅଭିଯୋଗରେ ଅଟକ ରଖାଗଲେ ସେମାନଙ୍କୁ ମଧ୍ୟ ସେମାନଙ୍କ ପଦରୁ ବହିଷ୍କାର କରାଯିବ।

sashi tharoor

ବିିଧେୟକର କଡା ସମାଲୋଚନା କରୁଥିବା କଂଗ୍ରେସ ସାଂସଦଙ୍କ ମଧ୍ୟରୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସବୁଠୁ ଆଗରେ ଅଛନ୍ତି । ପ୍ରିୟଙ୍କା ଏହି କଠୋର ବିଧେୟକର ସମାଲୋଚନା କରି କହିଛନ୍ତି, ଆଗାମୀ ଦିନରେ ଆପଣ କୌଣସି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରି ପାରିବେ । ବିନା ଦୋଷୀ ସାବ୍ୟସ୍ତରେ ୩୦ ଦିନ ପାଇଁ ଗିରଫ କରି ରଖି ପାରିବେ । ପୁଣି ସେ ଆଉ ମୁଖ୍ୟମନ୍ତ୍ରୀ ପଦରେ ଆଉ ରହିବେ ନାହିଁ ? ଏହା ସଂପୂର୍ଣ୍ଣ ଭାବେ ସମ୍ବିଧାନ ବିରୋଧୀ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+