Sharon Raj murder case: ପ୍ରେମିକାଙ୍କୁ ଫାଶିଦଣ୍ଡ, ଜାଣନ୍ତୁ ପୁରା ଘଟଣା
ତିରୁଅନନ୍ତପୁରମ୍: ତିରୁଅନନ୍ତପୁରମ୍ର ଅତିରିକ୍ତ ଜିଲ୍ଲା ସେସନ୍ସ କୋର୍ଟ ୨୦୨୨ ଶାରୋନ ରାଜ (୨୩ )ହତ୍ୟା ମାମଲାରେ ଅଭିଯୁକ୍ତ ପ୍ରେମିକା ଗ୍ରୀଷ୍ମାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଦୁଇ ଜଣ ପରସ୍ପରକୁ ଭଲ ପାଉଥିଲେ। କିନ୍ତୁ ବାହାଘର ଆଉ ଗୋଟିଏ ପିଲା ସହ ଠିକ ହେବାରୁ ପ୍ରେମ ସମ୍ପର୍କକୁ ଚ୍ଛିନ୍ନ କରିବାକୁ ନିଷ୍ପତ୍ତି ନେଇଥିଲେ ପ୍ରେମିକା। ଏଥିପାଇଁ କରିଥିଲେ ଷଡ଼ଯନ୍ତ୍ର। ନିଜ ଠାରୁ ଗୋଟିଏ ବର୍ଷ ସାନ ପୁଅକୁ ପ୍ରେମ କରୁଥିବା ପ୍ରେମିକା ଜଣଙ୍କ ବେଶ ଶ୍ରଦ୍ଧାରେ ଘରକୁ ଡାକିଥିଲେ। ଏହାପରେ ତାଙ୍କୁ ଆୟୁର୍ବେଦିକ ପାନୀୟ ନାଁରେ ବିଷ ମିଶାଇ ପିଆଇ ଦେଇଥିଲେ।
ବାସ୍ ୧୧ ଦିନ ଧରି ଜୀବନ ସହ ସଂଘର୍ଷ କରିବା ଶେଷରେ ଆଖି ବୁଜିଥିଲେ ପ୍ରେମିକ। ପ୍ରେମିକଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ପ୍ରେମିକାଙ୍କୁ ଆଜି କୋର୍ଟ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ମାତ୍ର ୨୪ ବର୍ଷ ବୟସରେ ଜଣେ ଯୁବତୀ ଫାଶୀ ଦଣ୍ଡରେ ଦଣ୍ଡିତ ହେବା ଭାରତରେ ମଧ୍ୟ ପ୍ରଥମ ଘଟଣା ହୋଇଛି।
ନେୟାତିଙ୍କରା ଅତିରିକ୍ତ ସେସନ୍ସ କୋର୍ଟ ଏହା ଏକ ବିରଳତମ ମାମଲା, ତେଣୁ ଗ୍ରୀଷ୍ମାଙ୍କ ବୟସକୁ ବିଚାରକୁ ନିଆଯାଇ ପାରିବ ନାହିଁ ବୋଲି ଦର୍ଶାଇ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି। ପୂର୍ବରୁ ପ୍ରତିପକ୍ଷ ନିଜ ଯୁକ୍ତିରେ ଦର୍ଶାଇଥିଲେ ଯେ ସେ ଜଣେ ଯୁବତୀ, ଯାହାର ଶିକ୍ଷାଗତ ରେକର୍ଡ ଆଶାଜନକ ଥିଲା ଏବଂ ସେ ସଂସ୍କାର ପାଇଁ ସୁଯୋଗ ପାଇବାକୁ ଯୋଗ୍ୟ।













Click it and Unblock the Notifications