Get Updates
Get notified of breaking news, exclusive insights, and must-see stories!

ସରିଲା ମହାକୁମ୍ଭ, ସୋସିଆଲ ମିଡିଆରେ ଭାବବିହ୍ୱଳ ହେଲେ ପ୍ରଧାନମନ୍ତ୍ରୀ

ସରିଲା କୁମ୍ଭମେଳା । ମେଳାରେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ପ୍ରସ୍ତୁତି ସାଙ୍ଗକୁ ସ୍ଥାନୀୟ ଲୋକଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୪୫ ଦିନ ଧରି ଚାଲିଥିବା କୁମ୍ଭମେଳାରେ ୧୪୦ କୋଟି ଦେଶବାସୀଙ୍କ ଆଶା ଓ ବିଶ୍ୱାସ ବୁଡ଼ି ରହିଥିଲା । କୁମ୍ଭମେଳା ବ୍ୟବସ୍ଥାରେ ଯଦି କୌଣସି ତ୍ରୁଟି ରହିଛି ତେବେ ମୋତେ କ୍ଷମା କରି ଦିଅନ୍ତୁ ବୋଲି କହିଛନ୍ତି ମୋଦି ।

modi

ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ପ୍ରୟାଗରାଜର ମହାକୁମ୍ଭ ଆଜି ସାରା ଦୁନିଆର ମ୍ୟାନେଜମେଣ୍ଟ ପ୍ରଫେସନାଲ ଓ ପ୍ଲାନିଂ ଏକ୍ସପର୍ଟ ମାନଙ୍କ ପାଇଁ ଗବେଷଣାର ବିଷୟ ବସ୍ତୁ ପାଲଟିଛି । ଭାରତ ଏବେ ନୂଆ ଉତ୍ସାହର ସହ ଆଗକୁ ବଢୁଛି । ଏହି ଯୁଗ ପରିବର୍ତ୍ତନର ସମୟରେ ନୂଆ ଭବିଷ୍ୟତ ଲେଖା ଯାଉଛି । ସମାଜର ପ୍ରତ୍ୟେକ ବର୍ଗ ଓ କ୍ଷେତ୍ରର ଲୋକମାନେ ଏହି ମହାକୁମ୍ଭରେ ସାମିଲ ହୋଇଛନ୍ତି ।

ପ୍ରତ୍ୟେକ ସମାଜର, ବିଭାଗ ଏବଂ ପ୍ରତ୍ୟେକ ଅଞ୍ଚଳର ଲୋକମାନେ ଏହି ମହାକୁମ୍ବରେ ଏକତ୍ରିତ ହୋଇଥିଲେ । ଏହା ଭାରତର ଶ୍ରେଷ୍ଠ ସ୍ମରଣୀୟ ଦୃଶ୍ୟ । ଯାହା କୋଟି କୋଟି ଦେଶବାସୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢାଇଥିଲା । ଆସ୍ଥା, ଏକତା ଓ ସମତାର ମହାପର୍ବ ମହାକୁମ୍ଭର ସମାପନ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ମାନବତାର ମହାଯଜ୍ଞ ପ୍ରତ୍ୟହ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିଲା ।

ପୌଷପୂର୍ଣ୍ଣିମାରରୁ ଆରମ୍ଭ ହୋଇଥିବା ମହାକୁମ୍ଭ ମହାଶିବରାତ୍ରିରେ ସମାପନ ହୋଇଛି । ୪୫ ଦିନ ଭିତରେ ଦେଶ ବିଦେଶର କୋଣ ଅନୁକୋଣରୁ ୬୬କୋଟି ୨୧ଲକ୍ଷ ଶ୍ରଦ୍ଧାଳୁ ପବିତ୍ର ତ୍ରିବେଣୀ ସଂଗମରେ ସ୍ନାନ କରିଥିଲେ । ବିଶ୍ଵ ଇତିହାସରେ ଏହା ଅଭୂତପୂର୍ବ ଓ ଅବିସ୍ମରଣୀୟ । ବିଭିନ୍ନ ଆଖଡା, ସାଧୁସନ୍ଥ, ମହାମଣ୍ଡଳେଶ୍ଵର ଓ ଧର୍ମାଚାର୍ଯ୍ୟଙ୍କ ଆଶୀର୍ବାଦରେ ମହାକୁମ୍ଭର ସଫଳ ଆୟୋଜନ ସହ ସାରା ବିଶ୍ଵକୁ ଏକତାର ସନ୍ଦେଶ ଦିଆଯାଇଛି ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ।

ଏହି ଅବସରରେ ସେ ମହାକୁମ୍ଭରେ ଯୋଗ ଦେଇଥିବା ଦେଶ ବିଦେଶର ଶ୍ରଦ୍ଧାଳୁ ଓ କଳ୍ପବାସୀଙ୍କୁ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଛନ୍ତି । ମହାକୁମ୍ଭର ସୁବ୍ୟବସ୍ଥିତ ଆୟୋଜନ ପାଇଁ ମେଳା ପ୍ରଶାସନ, ସ୍ଥାନୀୟ ପ୍ରଶାସନ, ପୋଲିସ , ସଫେଇ କର୍ମୀ, ସ୍ବଚ୍ଛାସେବୀ, ଗଙ୍ଗାଦୂତ, ଧାର୍ମିକ ସଂସ୍ଥା, ନାବିକ ଏବଂ ସହାୟତା ଯୋଗାଇଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ ବିଭିନ୍ନ ସଂସ୍ଥାକୁ ସାଧୁବାଦ ଜଣାଇଛନ୍ତି । ପ୍ରୟାଗରାଜ ବାସୀଙ୍କ ଧୈର୍ଯ୍ୟ ଓ ଆତିଥ୍ୟ ଆଗନ୍ତୁକ ମାନଙ୍କୁ ସମ୍ମୋହିତ କରିଥିଲା ବୋଲି ଯୋଗୀ ଆଦିତ୍ୟନାଥ ଲେଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+