ପଞ୍ଚଭୂତରେ ବିଲୀନ ହେଲେ ଶାରଦା ସିହ୍ନା

Sharda Sinha Funeral: ପଞ୍ଚଭୂତରେ ବିଲୀନ ହେଲେ ବିହାରର ପ୍ରସିଦ୍ଧ ଲୋକ ଗାୟକ ଶାରଦା ସିହ୍ନା । ଛଟ୍ ପୂଜାର ପ୍ରଥମ ଦିନରେ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ଅନ୍ତିମ ସଂସ୍କାରରେ କେବଳ ପରିବାର ସଦସ୍ୟ ନୁହଁନ୍ତି ସମସ୍ତ ପ୍ରଶଂସକ ମଧ୍ୟ ଉପସ୍ଥିତ ଥିଲେ।

ନିଜର ଚମତ୍କାର କଣ୍ଠ ପାଇଁ ବହୁ ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି ଶାରଦା ସିହ୍ନାଙ୍କ ନଭେମ୍ବର 5 ତାରିଖ ଦିନ ଦିଲ୍ଲୀର AIIMS ଠାରେ ଦେହାନ୍ତ ହୋଇଛି । ସେ ଛଟ୍ ଗୀତ ବେସ୍ ପ୍ରସିଦ୍ଧି ଲାଭ କରିଥିଲେ । ତାଙ୍କ ଦେହାନ୍ତରେ ସମଗ୍ର ଦେଶରେ ଶୋକ ଛାୟା ଖେଳିଯାଇଛି ।

ଆଜି ପାଟଣାର ଗୁଲାବୀ ଘାଟରେ ଲୋକ ଗାୟକ ଶାରଦା ସିହ୍ନାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ସେହି ସମାନ ସ୍ଥାନରେ ତାଙ୍କ ସ୍ୱାମୀଙ୍କର ମଧ୍ୟ ଅନ୍ତିମ ସଂସ୍କାର କରାଯାଇଥିଲା । ସିଏମ୍ ନୀତୀଶ କୁମାର ମଧ୍ୟ ସ୍ୱର୍ଗତ ଲୋକ ଗାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୂର୍ଣ୍ଣ ରାଜ୍ୟ ସମ୍ମାନ ସହିତ ଶାରଦା ସିହ୍ନାଙ୍କର ଶେଷ ରୀତିନୀତି କରାଯାଇଛି । ପ୍ରଶଂସକଙ୍କ ସହ ଶାରଦା ସିହ୍ନାଙ୍କ ଅନ୍ତିମ ସଂସ୍କାରରେ ବହୁ ରାଜନେତା ମଧ୍ୟ ଯୋଗ ଦେଇଥିଲେ।

Sharda Sinha Funeral

ସୂଚନାଥାଉ ଯେ, ୧୯୫୨ ଅକ୍ଟୋବର ୧ ତାରିଖରେ ବିହାରର ସୁପୋଲ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଶାରଦା । ନିଜର ଚମତ୍କାର କଣ୍ଠ ପାଇଁ ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଶାରଦାଙ୍କୁ ବିହାରର କୋକିଳ ବ୍ୟତୀତ ଭୋଜପୁରୀ କୋକିଲା, ଭିଖାରୀ ଠାକୁର ସମ୍ମାନ, ବିହାର ରତ୍ନ, ମିଥିଲି ବିଭୂତି ସହିତ ଅନେକ ସମ୍ମାନ ମିଳିଛି ।

ଶାରଦା ସିହ୍ନା ଭୋଜପୁରୀ, ମଗହୀ ଓ ମୈଥଲି ଭାଷାରେ ବିବାହ ଓ ଛଠର ଗୀତ ଗାଇଛନ୍ତି, ଯାହା ଲୋକଙ୍କ ମଧ୍ୟରେ ବହୁ ପ୍ରଚଳିତ । ୨୦୧୮ରେ ଗାୟିକା ଶାରଦା ସିହ୍ନାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+