ରାମଦେବଙ୍କ ‘Sharbat Jihad’ ବୟାନ ପାଇଁ ଦିଲ୍ଲୀ ହାଇକୋର୍ଟ ଭର୍ତ୍ସନା
ଯୋଗଗୁରୁ ବାବା ରାମଦେବଙ୍କ ସମସ୍ୟା ବଢ଼ିପାରେ । ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ଲୋକପ୍ରିୟ ସ୍କ୍ୱାସ୍ ପାନୀୟ ରୁହ ଆଫଜା ଉପରେ ପତଞ୍ଜଳି ଆୟୁର୍ବେଦ ପ୍ରତିଷ୍ଠାତାଙ୍କ 'ଶରବତ ଜିହାଦ' ମନ୍ତବ୍ୟ "ଅଗ୍ରହଣୀୟ" ଏବଂ ଏହା କୋର୍ଟର "ବିବେକ"କୁ ଆଘାତ ଦେଇଛି । ରୁହ ଆଫଜା ନିର୍ମାତା ହମଦର୍ଦଙ୍କ ମାମଲାର ଶୁଣାଣି କରି ଜଷ୍ଟିସ୍ ଅମିତ ବଂଶଲ କହିଛନ୍ତି, "ଏହା କୋର୍ଟର ବିବେକକୁ ଆଘାତ ଦେଇଛି। ଏହା ଗ୍ରହଣୀୟ ନୁହେଁ ।"
ସୂଚାଯୋଗ୍ୟ, ବାବା ରାମଦେବ ନିକଟରେ ଦାବି କରିଥିଲେ ଯେ ହମଦର୍ଦ କମ୍ପାନୀ ମସଜିଦ ଏବଂ ମଦ୍ରାସା ନିର୍ମାଣ ପାଇଁ ଏହାର ଲାଭକୁ ବ୍ୟବହାର କରୁଛି। ଏହି ମନ୍ତବ୍ୟଗୁଡ଼ିକୁ ମାନହାନିଜନକ ବୋଲି କହି ହମଦର୍ଦ Delhi High Courtରେ ଏକ ପିଟିସନ ଦାୟର କରିଥିଲେ।

ଲାଇଭ ଲ' ରିପୋର୍ଟ ଅନୁଯାୟୀ, ଏହି ମାମଲାରେ ହମଦର୍ଦ ପକ୍ଷରୁ ବରିଷ୍ଠ ଓକିଲ ମୁକୁଲ ରୋହତଗୀ ହାଜର ହୋଇଥିଲେ। ସେ Delhi High Courtକୁ କହିଥିଲେ, 'ଏହା ଏକ ଆଶ୍ଚର୍ଯ୍ୟଜନକ ମାମଲା, ଯାହା କେବଳ ରୁହ ଅଫଜାକୁ ବଦନାମ କରିବାର ମାମଲା ନୁହେଁ ବରଂ 'ସାମ୍ପ୍ରଦାୟିକ ବିଭାଜନ'ର ମଧ୍ୟ।' ସେ କହିଛନ୍ତି ଯେ ରାମଦେବଙ୍କ ମନ୍ତବ୍ୟ ଘୃଣାପୂର୍ଣ୍ଣ ଭାଷଣ ସହିତ ସମାନ।
ରୋହତଗୀ କହିଛନ୍ତି ଯେ ତାଙ୍କ ମନ୍ତବ୍ୟ ମାଧ୍ୟମରେ ରାମଦେବ ଧର୍ମ ଆଧାରରେ ହମଦର୍ଦ ଉପରେ ଆକ୍ରମଣ କରିଛନ୍ତି ଏବଂ ଏହାକୁ 'ଶରବତ ଜିହାଦ' ବୋଲି କହିଛନ୍ତି।
ନିକଟରେ ବାବା ରାମଦେବଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ସେ କହୁଥିବାର ଶୁଣାଯାଇଥିଲା ଯେ ଗ୍ରୀଷ୍ମ ଋତୁରେ ଲୋକମାନେ ତୃଷା ମେଣ୍ଟାଇବା ପାଇଁ ଥଣ୍ଡା ପାନୀୟ ପିଅନ୍ତି । ଏଗୁଡ଼ିକ ପ୍ରକୃତରେ ଶୌଚାଳୟ ସଫାକାରୀ ପରି ।
ସେ ଆହୁରି କହିଛନ୍ତି ଯେ ଗୋଟିଏ ପଟେ ଟଏଲେଟ୍ କ୍ଲିନର୍ ଭଳି ବିଷର ଆକ୍ରମଣ ହେଉଛି ଏବଂ ଅନ୍ୟପଟେ ଏକ କମ୍ପାନୀ ଅଛି ଯିଏ ସରବତ ବିକ୍ରି କରୁଛି । ସେଥିରୁ ରୋଜଗାର ହୋଇଥିବା ଟଙ୍କାରେ ସେ ମସଜିଦ ଏବଂ ମଦ୍ରାସା ନିର୍ମାଣ କରନ୍ତି । ବାବା ରାମଦେବ କାହାର ନାମ ନେଇ ନଥିଲେ, କିନ୍ତୁ ବିଶ୍ୱାସ କରାଯାଏ ଯେ ତାଙ୍କର ଟାର୍ଗେଟ 'ରୁହ ଆଫଜା' ଥିଲା।
ବାବା ରାମଦେବ ଆହୁରି କହିଛନ୍ତି ଯେ ଯଦି ଆପଣ ସରବତ ପିଅନ୍ତି ତେବେ ଏହା ମସଜିଦ ଏବଂ ମଦ୍ରାସା ନିର୍ମାଣକୁ ସମର୍ଥନ କରିବ। କିନ୍ତୁ, ଯଦି ତୁମେ ପତଞ୍ଜଳିର ଗୋଲାପ ସିରପ ପିଅ, ତେବେ ଗୁରୁକୂଳ, ଆଚାର୍ଯ୍ୟକୁଲମ୍, ପତଞ୍ଜଳି ବିଶ୍ୱବିଦ୍ୟାଳୟ ଏବଂ ଭାରତୀୟ ଶିକ୍ଷା ବୋର୍ଡ ପ୍ରଗତି କରିବ ।












Click it and Unblock the Notifications