ଜେଏନ୍ୟୁର ପ୍ରଥମ ମହିଳା କୁଳପତି ନିଯୁକ୍ତ ପାଇଲେ ପ୍ରଫେସର ଶାନ୍ତିଶ୍ରୀ ଧୂଳିପୁଡି ପଣ୍ଡିତ
ନୂଆଦିଲ୍ଲୀ: ଦେଶର ଅନ୍ଯତମ ପ୍ରମୁଖ ବିଶ୍ୱବିଦ୍ୟାଳୟ ଜବାହାରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟର ପ୍ରଥମ ମହିଳା ମହିଳା କୁଳପତି ଭାବରେ ନିଯୁକ୍ତି ପାଇଛନ୍ତି ପ୍ରଫେସର ଶାନ୍ତିଶ୍ରୀ ଧୂଳିପୁଡି ପଣ୍ଡିତ । ବର୍ତ୍ତମାନ ସେ ସାବିତ୍ରୀ ବାଇ ଫୁଲେ ପୁନେ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଭାବରେ ଅବସ୍ଥାପିତ ଅଛନ୍ତି । ପ୍ରଫେସର ଶାନ୍ତିଶ୍ରୀ ଇଂରାଜୀ, ତାମିଲ, ତେଲୁଗୁ, ସଂସ୍କୃତ, ମାରାଠି, ହିନ୍ଦୀ, କାନ୍ନାଡ଼ା, ମାଲୟାଲମ ଏବଂ କୋଙ୍କଣୀ ଭାଷାରେ ପ୍ରଗାଢ ଜ୍ଞାନ ଧାରଣ କରିଛନ୍ତି ।

ଶାନ୍ତୀଶ୍ରୀ ଧୂଳିପୁଡି ପଣ୍ଡିତଙ୍କୁ ୫ ବର୍ଷ ପାଇଁ ଭିସି ଭାବେ ନିଯୁକ୍ତି କରାଯାଇଛି । ପୂର୍ବତନ ଭାଇସ ଚାନସେଲର ପ୍ରଫେସର ଏମ ଜଗଦେଶ କୁମାରଙ୍କ ସ୍ଥାନରେ ଶାନ୍ତିଶ୍ରୀ ଜେଏନୟୁ ଦାୟିତ୍ୱ ସମ୍ଭାଳିବେ ବୋଲି ଜଣାପଡିଛି । ଅନ୍ୟପଟେ ଜେଏନୟୁର କୂଳପତି ଦାୟିତ୍ୱରୁ ଛାଡିଥିବା ଏମ ଜଗଦେଶ ୟୁନିଭର୍ସିଟି ଗ୍ରାଣ୍ଡ କମିଟିର ଚେୟାରମ୍ୟାନ ହୋଇଛନ୍ତି । ଋଷିଆର ଏସଟି ପିଟର୍ସବର୍ଗରେ ୧୯୬୨ ମସିହା ଜୁଲାଇ ୧୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ପ୍ରଫେସର ପଣ୍ଡିତ ।୧୯୮୮ରୁ ସେ ଶିକ୍ଷାଦାନ କରିଆସୁଛନ୍ତି । ତାପରେ ୧୯୮୫ରୁ ରିସର୍ଚ୍ଚ ଫିଲ୍ଡରେ କାମ କରିଆସୁଛନ୍ତି । ଶ୍ରୀ ପଣ୍ଡିତ ଏକାଧିକ ବଡ ବଡ ସଂସ୍ଥାରେ ସଦସ୍ୟ ରହିଛନ୍ତି ବହୁଭାଷୀ ଏକାଡେମିକ୍, ପଣ୍ଡିତ ଆମେରିକୀୟ ଷ୍ଟଡିଜ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍, ହାଇଦ୍ରାବାଦ, ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଆମେରିକୀୟ ଷ୍ଟଡିଜ୍, ଅଲ୍ ଇଣ୍ଡିଆ ପଲିଟିକାଲ୍ ସାଇନ୍ସ ଆସୋସିଏସନ୍, ଭଣ୍ଡାର୍କର ଓରିଏଣ୍ଟାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍, ଇଣ୍ଡିଆନ୍ ସେକ୍ୟୁଲାର୍ ସୋସାଇଟି ଭଳି ଅନେକ ପ୍ରତିଷ୍ଠିତ ସଂଗଠନର ସଦସ୍ୟ ଅଟନ୍ତି। ତାଙ୍କର ଦୁଇଟି ପୁସ୍ତକ ଅଛି - 'ସଂସଦ ଏବଂ ଭାରତରେ ବୈଦେଶିକ ନୀତି ' ।ଚେନ୍ନାଇର ପ୍ରେସିଡେନ୍ସି କଲେଜରୁ ବିଏ ପାସ କରିବା ପରେ କାର୍ଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ସୋସିଆଲ ସାଇନ୍ସ ଡିଗ୍ରୀ ହାସଲ କରିଥିଲେ। ସେ ଜଣେ ଗୋଲ୍ଡ ମେଡାଲିଷ୍ଟ ଅଟନ୍ତି ।












Click it and Unblock the Notifications