ରାହୁଲଙ୍କୁ ସମର୍ଥନ କଲେ ଶଙ୍କରାଚାର୍ଯ୍ୟ, ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନରେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ହିନ୍ଦୁମାନଙ୍କ ସମ୍ପର୍କରେ ଏକ ବିବୃତ୍ତି ଦେଇଥିଲେ । ଏହା ପରେ ବିଜେପି ସମେତ ହିନ୍ଦୁ ସଂଗଠନ ତାଙ୍କ ବିରୋଧରେ ସାରା ଦେଶରେ ବିରୋଧ ପ୍ରଦର୍ଶନ କରିଥିଲେ । ବର୍ତ୍ତମାନ ରାହୁଲଙ୍କ ସେହି ବୟାନରେ ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରୟା ସାମ୍ନାକୁ ଆସିଛି ।

ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ କଂଗ୍ରେସ ସାଂସଦଙ୍କ ସମର୍ଥନରେ ବାହାରିଛନ୍ତି । ସେ ରାହୁଲଙ୍କୁ ସୁରକ୍ଷା ଦେଇ କହିଛନ୍ତି ମୁଁ ରାହୁଲ ଗାନ୍ଧୀଙ୍କ ସମ୍ପୂର୍ଣ୍ଣ ଭାଷଣ ଶୁଣିଛି । ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ହିନ୍ଦୁ ଧର୍ମରେ ହିଂସାର ସ୍ଥାନ ନାହିଁ । ଶଙ୍କରାଚାର୍ଯ୍ୟ କହିଛନ୍ତି, "ଆମେ ବେଶ ଯତ୍ନର ସହ ରାହୁଲ ଗାନ୍ଧିଙ୍କ ପୂରା ଭାଷଣକୁ ଶୁଣିଥିଲୁ ।

ସେ ସ୍ପଷ୍ଟ ଭାବେ ବେଶ ଜୋର ଦେଇ କହିଥିଲେ ଯେ ହିନ୍ଦୁ ଧର୍ମ ହିଂସା ଓ ଘୃଣାକୁ ପ୍ରତ୍ୟାଖ୍ୟାନ କରିଛି । ହିନ୍ଦୁ ଧର୍ମରେ ହିଂସାର କୌଣସି ସ୍ଥାନ ନଥିବା ସେ ସ୍ପଷ୍ଟ ଭାବେ କହିଥିଲେ । ତଥାପି ତାଙ୍କ ବିରୋଧରେ ହିନ୍ଦୁ ଧର୍ମ ବିରୋଧରେ ମତ ରଖିଥିବା ଅଭିଯୋଗ ଆଣିବା ଠିକ ନୁହେଁ । ସୋଶାଲ ମିଡିଆରେ ତାଙ୍କ ବୟାନର ଭିଡିଓକୁ କାଣ୍ଟଛାଣ୍ଟ କରି ଭାଇରାଲ କରାଯାଉଛି । ନିର୍ଦ୍ଦିଷ୍ଟ ବୟାନ ଉପରେ ଫୋକସ କରାଯାଉଛି । ତଥ୍ୟକୁ ଯେଉଁମାନେ ବିଭ୍ରାନ୍ତ କରୁଛନ୍ତି, ସେମାନଙ୍କୁ ଉତ୍ତରଦାୟୀ କରାଯାଉ ।

hankaracharya Backs Rahul Gandhi

ସୁଚନାଯୋଗ୍ୟ ଯେ, ରାହୁଲ ଗାନ୍ଧି ଭାଷଣ ଦେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଆସନରୁ ଉଠି ଏହାର ଆପତ୍ତି କରିଥିଲେ । ରାହୁଲ ଗାନ୍ଧି ପୂରା ହିନ୍ଦୁ ସଂପ୍ରଦାୟକୁ ହିଂସ୍ର ବୋଲି ଅଭିଯୋଗ କରିଥିଲେ । ଏହାକୁ ନେଇ ଦୁଇ ଦଳ ମଧ୍ୟରେ ସଂସଦ ଭିତରେ ଓ ବାହାରେ ବାକଯୁଦ୍ଧ ଦେଖିବାକୁ ମିଳିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+