Get Updates
Get notified of breaking news, exclusive insights, and must-see stories!

ମୌନି ଅମାବାସ୍ୟାରେ ହୋଇଥିବା ବିବାଦକୁ ନେଇ ମାଘ ମେଳା ଛାଡ଼ି କାଶୀ ଗଲେ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ବରାନନ୍ଦ

ମୌନି ଅମାବାସ୍ୟାରେ ହୋଇଥିବା ବିବାଦକୁ ନେଇ ଅସନ୍ତୋଷ ଥିବା ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ମାଘ ମେଳା ଅଧାରୁ ଛାଡ଼ି କାଶୀ ଚାଲି ଯାଇଛନ୍ତି। ବୁଧବାର ସକାଳେ ଶଙ୍କରାଚାର୍ଯ୍ୟ ହଠାତ୍‌ ମେଳା ଛାଡ଼ିବାକୁ ନିଷ୍ପତ୍ତି ନେବା ପରେ ପ୍ରୟାଗରାଜରୁ କାଶୀ ଅଭିମୁଖେ ଯାତ୍ରା କରିଥିଲେ। ଅମାବାସ୍ୟାରେ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସହିତ ବିବାଦ ପରେ ଶଙ୍କରାଚାର୍ଯ୍ୟ ଚଳିତ ବର୍ଷ ସଙ୍ଗମରେ ସ୍ନାନ ମଧ୍ୟ କରିନଥିଲେ।

Abhimuktaswarananda

ସେ ନିଜ ଶିବିରକୁ ନ ଯାଇ ୧୧ ଦିନ ଧରି ଶିବିର ବାହାରେ ଧାରଣା ଦେଇଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ଶଙ୍କରାଚାର୍ଯ୍ୟ ସମର୍ଥକଙ୍କ ସହିତ କଥାବାର୍ତ୍ତା କରିବା ପରେ ମାଘ ମେଳା ଛାଡ଼ି ଦେଇଥିଲେ। ପ୍ରଥମ ଥର ପାଇଁ ଶଙ୍କରାଚାର୍ଯ୍ୟ ମାଘମେଳା ଯିବା ପରେ ବି ସ୍ନାନ ନ କରି ଫେରିଆସିଥିଲେ। ମାଘ ମେଳା ପ୍ରତିବର୍ଷ ମକର ସଂକ୍ରାନ୍ତିରୁ ମହାଶିବରାତ୍ରି ପର୍ଯ୍ୟନ୍ତ ଦେଢ଼ ମାସ ଚାଲିଥାଏ।

କିନ୍ତୁ କଳ୍ପବାସ ପାଇଁ ଆସୁଥିବା ଶ୍ରଦ୍ଧାଳୁ ମକର ସଂକ୍ରାନ୍ତିରୁ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ରହିଥାନ୍ତି। ସାଧୁସନ୍ଥଙ୍କ ଉପରେ ହୋଇଥିବା ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ମାଘ ମାସ ମେଳା ପର୍ଯ୍ୟନ୍ତ ସେ ଧାରଣାରେ ବସି ରହିବେ ‌ବୋଲି ଗତକାଲି ଶଙ୍କରାଚାର୍ଯ୍ୟ କହିଥିଲେ। ଏହାସହିତ ତାଙ୍କୁ ହତ୍ୟା କରାଯାଇପାରେ ବୋଲି ଆଶଙ୍କାବ୍ୟକ୍ତ କରିଥିଲେ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମର୍ଥନରେ ଉତ୍ତର ପ୍ରଦେଶର ଜଣେ ବରିଷ୍ଠ ଟିକସ ଅଧିକାରୀ ଇସ୍ତଫା ଦେଇଛନ୍ତି। ଅଯୋଧ୍ୟା ଜିଏସ୍‌ଟି ଡେପୁଟି କମିସନର ପ୍ରଶାନ୍ତ ସିଂହ ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳଙ୍କ ନିକଟକୁ ପଠାଇବା ସହିତ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀ, ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦଙ୍କ ମନ୍ତବ୍ୟ ତାଙ୍କୁ ଗଭୀର ଭାବେ ଆଘାତ ଦେଇଛି।

ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ପୋଷ୍ଟ କରି ସେ କାନ୍ଦି କାନ୍ଦି ତାଙ୍କ ଇସ୍ତଫା ସମ୍ପର୍କରେ କହୁଥିବା ଦେଖିବାକୁ ମିଳିଥିଲା। ଏହାପୂର୍ବରୁ ସୋମବାର ବରେଲି ସିଟି ମାଜିଷ୍ଟ୍ରେଟ ଅଳଙ୍କାର ଅଗ୍ନିହୋତ୍ରି ୟୁଜିସିର ନୂଆ ନିୟମକୁ ବିରୋଧ କରିବା ସହିତ ପ୍ରୟାଗରାଜଠାରେ ଶଙ୍କରଚାର୍ଯ୍ୟଙ୍କ ପ୍ରତି ହୋଇଥିିବା ଅସମ୍ମାନ ବିରୋଧରେ ଚାକିରିରୁ ଇସ୍ତଫା ଦେଇଥିିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+