ସଚନି ତେନ୍ଦୁଲକରଙ୍କୁ ମିଳିଲା ରାମ ମନ୍ଦିରର ନିମନ୍ତ୍ରଣ ପତ୍ର
ନୂଆଦିଲ୍ଲୀ : 22 ଜାନୁଆରୀରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ସାରା ଦେଶ ଉତ୍ସବ ମୁଖର ହୋଇଛି । ସାରା ଦେଶ ଓ ବିଦେଶରେ ରହୁଥିବା ରାମ ଭକ୍ତଙ୍କ ଆଖି ଅଯୋଧ୍ୟା ଉପରେ ରହିଛି । ଅଯୋଧ୍ୟାରେ ଭଗବାନ ଶ୍ରୀ ରାମଙ୍କ ଜନ୍ମସ୍ଥାନରେ ଏକ ବିଶାଳ ମନ୍ଦିର ନିର୍ମାଣ ହେତୁ ଦେଶରେ ଏକ ଭିନ୍ନ ଉତ୍ସବର ପରିବେଶ ସୃଷ୍ଟି ହୋଇଛି । ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ଆଉ କିଛି ଦିନ ବାକି ଅଛି। ମନ୍ଦିର ପ୍ରତିଷ୍ଠା ପାଇଁ ଦେଶ, ବିଦେଶରୁ ଅନେକ ଭିଆଇପି ଓ ଭିଭିଆଇପିଙ୍କ ନିମାନ୍ତ୍ର କରାଯାଇଛି । ଆଜି ମହାନ ଭାରତୀୟ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ପଠାଯାଇଛି ।

22 ଜାନୁୟାରୀ 2024 ରେ ଅନୁଷ୍ଠିତ ହେବାକୁ ଥିବା ଦେଶର ସବୁଠାରୁ ବଡ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ମହାନ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ମଧ୍ୟ ରହିବେ। ସଚିନ ରାମ ମନ୍ଦିରର ସମର୍ପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଯାଇପାରନ୍ତି । ରାମ ମନ୍ଦିରର ପବିତ୍ର କାର୍ଯ୍ୟକ୍ରମ ପାଇଁ ସଚିନ ତେନ୍ଦୁଲକରଙ୍କୁ ନିମନ୍ତ୍ରଣ ପଠାଯାଇଛି ।












Click it and Unblock the Notifications