କୋଲକାତା ଲଜ୍ଜ୍ୟା ; ସନ୍ଦୀପ ଘୋଷଙ୍କ ସମ୍ପର୍କୀୟ ଘରେ ଇଡି ରେଡ

କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏଣ୍ଟ୍ରି ହୋଇଛି । ଆର.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ହୋଇଥିବା ଆର୍ଥିକ ଦୁର୍ନୀତିକୁ ନେଇ ଇଡି କୋଲକାତାର ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରିଛି ।

ed

ସୂତ୍ର ମିଳିଥିବା ଖବର ଅନୁଯାୟୀ, ପ୍ରାୟ ତିନୋଟି ସ୍ଥାନ ତଥା ଓ୍ବଡା, ସୋନାରପୁର ଏବଂ ହୁଗୁଳିରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ରେଡ୍ ମାରିଥିବା କୁହାଯାଉଛି । ଆରଜି କର ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ୍ ସନ୍ଦୀପ ଘୋଷଙ୍କ ସମ୍ପର୍କୀୟଙ୍କ ଘରେ ଇଡି ଟିମ୍ ଚଢ଼ାଉ କରିଛି । ମେଡିକାଲ କଲେଜରେ ଆର୍ଥିକ ହେରଫେରକୁ ନେଇ ରେଡ୍ ହୋଇଥିବା ସୂତ୍ରରୁ ପ୍ରକାଶ ପାଇଛି ।

ଅଗଷ୍ଟ ୯ ତାରିଖରେ କୋଲକାତା ଆର.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ହୋଇଥିଲା । ଏହି ମାମଲାରେ ସିବିଆଇ ଯାଞ୍ଚ କରୁଛି । ମୁଖ୍ୟ ଅଭିଯୁକ୍ତ ପୋଲିସ ଭଲ୍ୟୁଣ୍ଟାରୀ ସଞ୍ଜୟ ରୟ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ରହିଛି । ଏହାଛଡ଼ା ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ୍ ସନ୍ଦୀପ ଘୋଷଙ୍କୁ ମଧ୍ୟ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ପଚରାଉଚରା ପରେ ଗିରଫ କରିଛି । ଏହା ସହିତ ଅଧିକ ତଦନ୍ତ ପାଇଁ ତାଙ୍କୁ ୮ ଦିନିଆ ରିମାଣ୍ଡରେ ନେଇଛି । ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ସମେତ ମୋଟ୍ ୫ଜଣ ଗିରଫ ହୋଇଛନ୍ତି । ସିବିଆଇ ପରେ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏଣ୍ଟ୍ରି ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+