କୋଲକାତା ଲଜ୍ଜ୍ୟା ; ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ଦୋଳନରତ ଡାକ୍ତର

କୋଲକାତାରେ ଆର୍‌ଜି କର ହସ୍ପିଟା‌ଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ବିରୋଧ କରି ଆନ୍ଦୋଳନରେ ବସିଥିବା କନିଷ୍ଠ ଡାକ୍ତର ଆଜି ରାଷ୍ଟ୍ରପତି‌ ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଏହି ମାମଲାରେ ହସ୍ତ‌କ୍ଷେପ ଲୋଡ଼ିଛନ୍ତି। ଏହି ଚିଠିର କପି ମଧ୍ୟ ଆନ୍ଦୋଳନରତ ଡାକ୍ତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, କେନ୍ଦ୍ର ସ୍ବ‌ାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ପଠାଇଛନ୍ତି ଏବଂ ମାମଲାରେ କେନ୍ଦ୍ର ସରକାରଙ୍କଠାରୁ ସହଯୋଗ ଲୋଡ଼ିଛନ୍ତି।

president

ପଶ୍ଚିମବଙ୍ଗ କନିଷ୍ଠ ଡାକ୍ତର ମଞ୍ଚ ଦ୍ବାରା ଲେଖାଯାଇଥିବା ଚିଠିରେ ଦର୍ଶାଯାଇଛି ଯେ ହସ୍ପିଟାଲରେ ଡାକ୍ତରମାନଙ୍କ ସୁରକ୍ଷା ବୃଦ୍ଧି ପାଇଁ ରାଜ୍ୟରେ ତତ୍କାଳ ପଦକ୍ଷେପ ନିଆଯାଉ ଏବଂ ପଶ୍ଚିମବଙ୍ଗ ସରକାର ଓ ସେମାନଙ୍କ ମଧ୍ୟ‌ରେ ଲାଗି ରହିଥିବା ବିବାଦରେ କେନ୍ଦ୍ର ସରକାର ହସ୍ତକ୍ଷେପ କରନ୍ତୁ। ଉଲ୍ଲେଖଯୋଗ୍ୟ, ଆନ୍ଦୋଳନରତ ଡାକ୍ତରଙ୍କର ପଶ୍ଚିମବଙ୍ଗ ସରକାରଙ୍କ ସହ ବୈଠକ ନ ହୋଇପାରିବାରୁ ଏବଂ ପଶ୍ଚିମବଙ୍ଗ ସରକାର ଲଗାତାର ତୃତୀୟ ଥର ପାଇଁ ବୈଠକ କରିବାରେ ବିଫଳ ହେବାରୁ କନିଷ୍ଠ ଡାକ୍ତରମାନେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

ଆନ୍ଦୋଳନରତ ଡାକ୍ତର ଦର୍ଶାଇଛନ୍ତି ଯେ ଆନ୍ଦୋଳନ ଆରମ୍ଭ ହେବାପରଠାରୁ ଆନୁଷ୍ଠାନିକ ବିପଦ, ହିଂସା ଏବଂ ଭଙ୍ଗାରୁଜା ବଢ଼ିଛି। ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଆପଣଙ୍କ ହସ୍ତକ୍ଷେପ ଆମକୁ ଅନ୍ଧକାର କବଳରୁ ବାହାରିଯିବାର ବାଟ ଦେଖାଇବ ବୋଲି ରାଷ୍ଟ୍ରପତିଙ୍କୁ ଲେଖାଯାଇଥିବା ଚିଠିରେ ଦର୍ଶାଯାଇଛି। ଉଲ୍ଲେଖଯୋଗ୍ୟ, ଆନ୍ଦୋଳନରତ ଡାକ୍ତରଙ୍କର ପଶ୍ଚିମବଙ୍ଗ ସରକାରଙ୍କ ସହ ବୈଠକ ହୋଇପାରୁନି। ବୈଠକର ଲାଇଭ୍‌ ଟେଲିକାଷ୍ଟ୍‌ ପାଇଁ ଡାକ୍ତରମାନେ ଦାବି କରିଥିବା ବେଳେ ପଶ୍ଚିମବଙ୍ଗ ସରକାର ଏଥିରେ ରାଜି ହେଉନାହାନ୍ତି। ତେଣୁ ମମତା ବାନାର୍ଜୀ ଗତକାଲି ୨ ଘଣ୍ଟାରୁ ଅଧିକ ସମୟ ବୈଠକ ପାଇଁ ଅପେକ୍ଷା କରିଥିଲେ ମଧ୍ୟ ଆନ୍ଦୋଳନରତ ଡାକ୍ତର ଆସିନଥିଲେ। ଏହାପରେ ମମତା ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ ସେ ତାଙ୍କ ପଦବି ପାଇଁ ଚିନ୍ତିତ ନୁହଁନ୍ତି ଏବଂ ଇସ୍ତଫା ଦେବାପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି।

ସଂଜୟ ରାୟର ନାର୍କୋ ଟେଷ୍ଟ୍‌ ପାଇଁ ସିବିଆଇକୁ ଅନୁମତି ମିଳିଲାନି
କୋଲକାତା: ଆର୍‌ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସଂଜୟ ରାୟର ନାର୍କୋ ଏନା‌ଲିସିସ୍‌ ‌ଟେଷ୍ଟ୍‌ ପାଇଁ ସିବିଆଇ କରିଥିବା ଅନୁରୋଧକୁ କୋଲକାତା କୋର୍ଟ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ନାର୍କୋ ଟେଷ୍ଟ୍‌ ପାଇଁ ରାୟ ମନା କରିବାରୁ ସିବିଆଇକୁ ଏହି ଅନୁମତି ମିଳିନାହିଁ। ସଂଜୟ ରାୟକୁ ଆଜି ସିଆଲଦା କୋର୍ଟରେ ରୁଦ୍ଧଦ୍ବାର ଶୁଣାଣି ପାଇଁ ହାଜର କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+