କୋଲକାତା ଲଜ୍ଜ୍ୟା; ଆରଜି କର ମେଡିକାଲ କଲେଜ ଓ ହସପିଟାଲରୁ ୫୦ ଜଣ ସିନିୟର ଡାକ୍ତର ଦେଲେ ଇସ୍ତଫା

ଆନ୍ଦୋଳନରେ ବସିଥିବା ଜୁନିୟର ଡାକ୍ତରଙ୍କୁ ସମର୍ଥନ କରି ଆଜି କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସପିଟାଲର ୫୦ ଜଣ ସିନିୟର ଡାକ୍ତର ଇସ୍ତଫା ଦେଇଛନ୍ତି। ଏହି ଡାକ୍ତରମାନେ ସେମାନଙ୍କ ଇସ୍ତଫାପତ୍ର ପ୍ରଦାନ କଲା ବେଳେ ବିଦ୍ୟାର୍ଥୀମାନେ ତାଳିମାରି ସେମାନଙ୍କୁ ସମର୍ଥନ ଜଣାଉଥିବାର ଭିଡିଓ ସୋଶାଲ ମିଡିଆରେ ଦେଖିବାକୁ ମିଳିଛି।

RG Kar Medical College

ଗତ ଶନିବାରଠାରୁ ଜୁନିୟର ଡାକ୍ତରମାନେ ବିଭିନ୍ନ ଦାବି ନେଇ ଆମରଣ ଅନଶନରେ ବସିଛନ୍ତି। ସେମାନେ ସେମାନଙ୍କ ସହକର୍ମୀଙ୍କୁ ନ୍ୟାୟ ପ୍ରଦାନ, କ୍ୟାମ୍ପସରେ ଗଣତନ୍ତ୍ର ସ୍ଥାପନ ଓ ରୋଗୀ ଅନୁକୂଳ ବାତାବରଣ ବ୍ୟବସ୍ଥା ତିଆରି କରିବା ଦାବିରେ ଆନ୍ଦୋଳନ କରୁଛନ୍ତି। ସେମାନଙ୍କର ଆହୁରି କିଛି ଦାବି ରହିଛି। ରାଜ୍ୟର ସମସ୍ତ ହସ୍‌ପିଟାଲ ଓ ମେଡିକାଲ କଲେଜ ପାଇଁ ଏକ ସେଣ୍ଟ୍ରାଲାଇଜ୍‌ଡ ରେଫରାଲ ସିଷ୍ଟମ ବିକଶିତ କରିବାକୁ ସେମାନେ ଦାବି କରିଛନ୍ତି। ସେହିପରି କେତେ ବେଡ୍ ଖାଲି ପଡୁଛି, ତାହା ନିରୀକ୍ଷଣ କରିବା ପାଇଁ ଏକ ବ୍ୟବସ୍ଥା ଲାଗୁ କରିବାକୁ ସେମାନେ ଦାବି କରିଛନ୍ତି।

ସମସ୍ତ ହସ୍‌ପିଟାଲ ଓ ମେଡିକାଲ କଲେଜରେ ସିସିଟିଭି ଲାଗିଛି ନା ନାହିଁ, ୱାଶ୍‌ରୁମ୍ ଅଛି ନା ନାହିଁ ଓ ଏହିଭଳି ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥା ଅଛି ନା ନାହିଁ ଓ ଥିଲେ କାର୍ଯ୍ୟକ୍ଷମ ହେଉଛି ନା ନାହିଁ, ତାହା ସୁନିଶ୍ଚିତ କରିବାକୁ ଏକ ଟାସ୍କ ଫୋର୍ସ ଗଠନ କରିବାକୁ ଜୁନିୟର ଡାକ୍ତରମାନେ ଦାବି କରିଛନ୍ତି। ସେହିପରି ଡାକ୍ତରଖାନାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଅଧିକ ପୁଲିସ କର୍ମଚାରୀ ନିଯୁକ୍ତି କରିବାକୁ ସେମାନେ ଦାବି କରିଛନ୍ତି। ବିଶେଷ କରି ମହିଳା ପୁଲିସ ନିଯୁକ୍ତି ଉପରେ ଗୁରୁତ୍ୱ ଦେବାକୁ ସେମାନେ ଦାବି କରିଛନ୍ତି। ତା' ସହିତ ଡାକ୍ତରଖାନାଗୁଡ଼ିକରେ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ପଦପଦବୀଗୁଡ଼ିକୁ ପୂରଣ କରିବାକୁ ସେମାନେ ଦାବି କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+