ପୁଣି କଲକାତାରେ ଲଜ୍ଜ୍ୟା; ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା
କଲକାତାରେ ପୁଣି ଚାଞ୍ଚଲ୍ୟ। କଲକାତାରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ଥମିନଥିବା ବେଳେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ଦକ୍ଷିଣ କଲକାତାର ୨୪ ପ୍ରଜଣାରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀ ଟ୍ୟୁସନରୁ ଘରକୁ ଫେରୁଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏପରିକି ଦୁଷ୍କର୍ମ ପରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇ ନଦୀରେ ଫିଙ୍ଗି ଦିଆଯାଇଥିଲା। ଶନିବାର ସକାଳେ କୃପାଖଲି ଗ୍ରାମର ଗଙ୍ଗା ନଦୀ କୂଳରୁ ନାବାଳିକାର ଊର୍ଦ୍ଧ୍ବାର ହୋଇଛି।













Click it and Unblock the Notifications